www.samajalive.in
Wednesday, December 10, 2025
26.1 C
Bhubaneswar

ମହୁଲ ଗୋଟାଇବା କାଳ: ନିଆଁ ଲାଗି ପ୍ରାଣ ଗଲା

ଜି.ଉଦୟଗିରି : କନ୍ଧମାଳ ଜିଲ୍ଲା ଜି.ଉଦୟଗିରିର ରାଇକିଆ ବ୍ଲକରେ ଏକ ଅଘଟଣ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ବାକିଙ୍ଗିଆ ଗ୍ରାମର ରାମାବତୀ ପ୍ରଧାନ (୭୩)ପାଖ ଜଙ୍ଗଲକୁ ମହୁଲ ଗୋଟାଇବା ପାଇଁ ଯାଇ ନିଆଁ ସଂସ୍ପର୍ଶରେ  ଆସି ମୃତ୍ୟୁ ମୁଖରେ ପଡିଛନ୍ତି। ଜଙ୍ଗଲରେ କୌଣସି ଦୃର୍ବୁତ୍ତ ନିଆଁ ଲଗାଇବା ଦ୍ବାରା ଜଙ୍ଗଲ ସାରା ନିଆଁ ବ୍ୟାପିଥିଲା। ଏହି ସମୟରେ ବୃଦ୍ଧା ଜଣକ ନିଆଁକୁ ଆୟତ୍ତ କରିବାକୁ ଯାଇ ଏହି ଅଘଟଣା ଘଟିଛି। ଖବର ପାଇଁ ଗ୍ରାମବାସୀ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଗୋଷ୍ଠୀ କେନ୍ଦ୍ରରେ ମୃତଦେହ ବ୍ୟବଛେଦ କର୍ମଚାରୀ ପଦବୀ ଖାଲିଥିବା ଯୋଗୁଁ ସାଧାରଣରେ ଲୋକେ ହଇରାଣ ହରକତ ହେଉଛନ୍ତି। ଏହାକୁ ନେଇ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅର୍ଚ୍ଚନା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଜୁଲିମା ଦଳବେହେରା, ନାରାୟଣ ପ୍ରସାଦ ମହାନ୍ତିଙ୍କ ସହ ଅନ୍ୟ ସଦସ୍ୟ ମାନେ ମେଡିକାଲ୍ ରେ ପହଞ୍ଚି ଖାଲିଥିବା ବ୍ୟବଛେଦ ପଦବୀ ପୁରଣ କରିବା ସହ ମୃତ ବୃଦ୍ଧାଙ୍କ ପରିବାର ପାଇଁ ସହାୟତା ରାଶି ପ୍ରଦାନ ପାଇଁ ପ୍ରଶାସନକୁ ଦାବି ଜଣାଇଛନ୍ତି।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories