www.samajalive.in
Sunday, December 14, 2025
16.1 C
Bhubaneswar

ରାଜ୍ୟସ୍ତରୀୟ କଂଗ୍ରେସ ପ୍ରଶିକ୍ଷଣ ସଂଯୋଜକ ଶିବିର

ଭୁବନେଶ୍ୱର : କଂଗ୍ରେସ ଇତିହାସ, ସ୍ୱାଧିନତା ସଂଗ୍ରାମରେ କଂଗ୍ରେସର ଅବଦାନ, ଭାରତ ନିର୍ମାଣରେ କଂଗ୍ରେସର ଭୂମିକାକୁ ନେଇ ପ୍ରଦେଶ କଂଗ୍ରେସ ପ୍ରଶିକ୍ଷଣ କମିଟି ପକ୍ଷରୁ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ରାଜ୍ୟ ପ୍ରଶିକ୍ଷଣ ଇନ୍‌ଚାର୍ଜ  ଶୁଭେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଦ୍‌ଘାଟକ ଭାବେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କହିଲେ ଯେ ଗତ ୬ ବର୍ଷ ମଧ୍ୟରେ ଏକ ପ୍ରତିଶତ ଲୋକଙ୍କ ଆୟ ବୃଦ୍ଧି ହୋଇଛି, ତାହା ପୁଣି ୩୫ ପ୍ରତିଶତ। ସେହି ୧ ପ୍ରତିଶତ ଲୋକ ହେଉଛନ୍ତି କିଛି ହାତଗଣତି ପୁଞ୍ଜିପତି ଓ ଶିଳ୍ପପତି। କିନ୍ତୁ ବାକି ୯୯ ଭାଗ ଲୋକଙ୍କ ଉପରେ ସରକାର ଅହେତୁକ ଟିକସ ଲଦି ସେମାନଙ୍କୁ ଦୁର୍ଦ୍ଦିନ ଭିତରକୁ ଠେଲି ଦେଇଛନ୍ତି । ସାଧାରଣ ଲୋକଙ୍କ ପାଖରେ ଏହି ବାର୍ତ୍ତା ପହଂଚାଇ ସଚେତନ କରିବା ପାଇଁ ଶ୍ରୀ ପଟ୍ଟନାୟକ ପ୍ରଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ।
ମୁଖ୍ୟ ଅତିଥି ଭାବେ ଏଆଇସିସିର ପ୍ରଶିକ୍ଷଣ ସଂଯୋଜକ ତଥା ସିଡବ୍ଲ୍ୟୁସି ସଦସ୍ୟ ସଚିନ୍ ରାଓ ଯୋଗଦେଇ ଗାନ୍ଧିଜୀଙ୍କ ନୀତି, ଆଦର୍ଶ ଓ ବିଚାରକୁ ନେଇ କାର୍ଯ୍ୟ କରିବାକୁ ପଡିବ ବୋଲି ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ କିପରି ପଂଚାୟତରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ଗାନ୍ଧିଜୀଙ୍କ ବାର୍ତା ସବୁ ସ୍ତରର ଲୋକଙ୍କ ପାଖରେ ପହଂଚିପାରିବ ସେ ନେଇ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ।
ଅନ୍ୟତମ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍‌ଗୋ ଯୋଗଦେଇ ଗାନ୍ଧିଜୀଙ୍କ ଓଡିଶା ଆଗମନ ଓ ଓଡିଶା କଂଗ୍ରେସର ୧୦୦ ବର୍ଷ ପୂର୍ତ୍ତିର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏଆଇସିସି ସଂପାଦକ ଜି. ରୁଦ୍ର ରାଜୁ ଯୋଗଦେଇ କଂଗ୍ରେସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କିପରି ସମସ୍ତଙ୍କ ସହଯୋଗରେ ସାରା ରାଜ୍ୟରେ ସୂଚାରୁ ରୂପେ ସଂପାଦନ ହୋଇପାରିବ ସେ ନେଇ ଉପାଦେୟ ପରାମର୍ଶମାନ ଦେଇଥିଲେ।   ଶୁଭେନ୍ଦୁ ମହାନ୍ତି ରାଜ୍ୟର ୩୫ ଗୋଟି ସାଂଗଠନିକ ଜିଲ୍ଲାକୁ ନେଇ ୫ଟି ଜୋନ୍‌ରେ ବିଭକ୍ତ କରି ୫ଜଣ ପ୍ରଶିକ୍ଷକଙ୍କୁ ଜୋନ୍ ସଂଯୋଜକ ଭାବେ ଦାୟିତ୍ୱ ଅର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ଚିନ୍ମୟ ପ୍ରସାଦ ବେଉରା, ନିମାଇଁ ସରକାର, ବିସ୍ମୟ ମହାପାତ୍ର, ସୁଦର୍ଶନ ଦାସ, ହଳଧର ସେଠୀ ପ୍ରମୁଖ ୫ଟି ଜୋନ୍ ଦାୟିତ୍ୱରେ ରହିଛନ୍ତି । ଏହି ଅବସରରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା କଂଗ୍ରେସ ପ୍ରଶିକ୍ଷଣ ପୁସ୍ତିକା ଉନ୍ମୋଚନ କରାଯାଇଥିଲା । ଶେଷରେ ନିରୁପମା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶିକ୍ଷଣ ସଂଯୋଜକମାନଙ୍କ ସହିତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନେ ଯୋଗ ଦେଇଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories