www.samajalive.in
Wednesday, December 10, 2025
23.1 C
Bhubaneswar

ଧାନମଣ୍ଡି ନ ଖୋଲିବା ପ୍ରତିବାଦରେ କଢାମଲ୍ଲ ଚାଷୀଙ୍କ ରାସ୍ତା​‌ ଅବରୋଧ

କଳାପଥର(ବାଙ୍କୀ): ଖରିଫ୍‍ ଋତୁରେ ଅମଳ ହୋଇଥିବା ଧାନ ଚାଷୀମାନେ ମଣ୍ଡିରେ ବିକ୍ରୀ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସମବାୟ ସମିତି ଜରିଆରେ ଏହି ଧାନ କିଣାଯିବାକୁ କୁହାଯାଇଛି। ଏହିକ୍ରମରେ ବାଙ୍କୀ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବିଭିନ୍ନ ସମିତି ଜରିଆରେ ଧାନ ସଂଗ୍ରହ କରାଯାଉଛି। ତେବେ ବାଙ୍କୀରେ ଚଳିତବର୍ଷ ୪୫ଗୋଟି ସମିତି ଜରିଆରେ ଧାନ ସଂଗ୍ରହ କରିଯିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ କେତେକ ମିଲର ଧାନକିଣିବାକୁ ନ ଆସିବାରୁ ୨୮ଗୋଟି ସମିତିରେ ଧାନକିଣା ବାଧାପ୍ରାପ୍ତ ହୋଇଛି। ତେବେ ଚାଷୀଙ୍କ ଠାରୁ କିପରି ଧାନକିଣା ଯିବ ସେଥିପ୍ରତି ଧ୍ୟାନ ଦିଆଯିବାକୁ ସରକାରୀ ସ୍ତରରେ ବିଚାର ଚାଲିଛି। କିନ୍ତୁ ବାଙ୍କୀ କେନ୍ଦ୍ରସମବାୟ ବ୍ୟାଙ୍କ ଅଧିନସ୍ଥ ପଣ୍ଡାଳମ ସେବା ସମବାୟ ସମିତ  ଓ ପୂର୍ବଗାଡିଆ -କଢାମଲ୍ଲ ସେବା ସମବାୟ ସମିତି ଚାଷୀମାନଙ୍କ ଠାରୁ ଧାନକିଣିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି ବୋଲି ଅଭିଯୋଗ ହୋଇଛି। ସମିତି ଥାଇ ବି ଏଠାରେ ପ୍ରାୟଦିନ ଖୋଲୁନଥିବାରୁ ଚାଷୀମାନେ ଧାନବିକ୍ରୀ କରିନପାରି ହଟହଟା ହେବାକୁ ପଡୁଛି। ସେମାନେ ବାଧ୍ୟ ହୋଇ ବ୍ୟବସାୟୀଙ୍କୁ କମ୍‍ ମୂଲ୍ୟରେ ଧାନବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି।

ଧାନବିକ୍ରୀ କରିବାରେ ଅଭାବି ବିକ୍ରୀର ସମ୍ମୁଖୀନ ହେବା ସହିତ ବାରମ୍ବାର ଆପତି ସତ୍ୱେ କୌଣସି ପ୍ରତିକାର କରାନଯିବାରୁ ବୁଧବାର ଉଭୟ କଢାମଲ୍ଲ ଓ ପଣ୍ଡାଳମ ସେବା ସମବାୟ ସମିତିର ଶତାଧିକ ଚାଷୀ କଢାମଲ୍ଲ ନିକଟରେ ବାଘମାରୀ-କଳାପଥର ରାଜ୍ୟ ରାଜପଥକୁ ସକାଳ ୬ଟାରୁ ଅବରୋଧ କରିଥିଲେ। ଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହେବା ସହିତ ଶତାଧିକ ଯାନବାହନ ରାସ୍ତାର ଦୁଇକଡରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ଉଭୟ ସେବା ସମବାୟ ସମିତିର ବହୁଚାଷୀ ରାସ୍ତାକୁ ଆସି ପ୍ରତିବାଦ କରିବା ସହିତ ତୁରନ୍ତ ଚାଷୀମାନଙ୍କ ଧାନ କିଣିବାକୁ ନିର୍ଦ୍ଦେଶ ଦେବାକୁ ବିଭାଗୀୟ କତ୍ତୃପକ୍ଷ ଏଠାକୁ ଆସନ୍ତୁ ବୋଲି ଅଡି ବସିଥିଲେ। ପରେ ଜିଲ୍ଲା ଡେପୁଟି ରେଜିଷ୍ଟାର କୋ-ଅପରେଟିଭ ଲକ୍ଷ୍ମୀକାନ୍ତ ସୁବୁଦ୍ଧି ଅପରାହ୍ନ ୩ଟାରେ ଘଟଣା ସ୍ଥଳରେ ପହଁଚି ରାସ୍ତାରୋକ କରିଥିବା ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ଶତାଧିକ ଚାଷୀ ତୁରନ୍ତ ସମିତି ଖୋଲାଯାଇ ଚାଷୀମାଙ୍କ ଧାନ କିଣାଯିବାସହିତ ଦାୟୀତ୍ୱରେ ଥିବା ସମିତି ସମ୍ପଦକ ମାନସ କୁମାର ରାଉତ୍ତରାୟଙ୍କୁ ବଦଳି କରାଯିବାକୁ ପ୍ରତିଶୃତି ଦେଇବାପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା। ଅନ୍ୟପକ୍ଷରେ ବାଙ୍କୀ ଏଆରସିଏସ ଜ୍ୟୋତିରଞ୍ଜନ ସେଠୀ , ତହସିଲଦାର ସତ୍ୟନାରାୟଣ ପଣ୍ଡା , ବୈଦେଶ୍ୱର ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା , ଉପଖଣ୍ଡ ଆରକ୍ଷୀ ଅଧକାରୀ ଆଲୋକ ରଞନ ରାୟ କଢାମଲ୍ଲ ଠାରେ ପହଁଚି ଆଇନଶୃଙ୍ଖଳା ପରିସ୍ଥିତ ଉପରେ ନଜର ରଖିଥିଲେ। ରାସ୍ତାରୋକ୍‍ ସମୟରେ କଢାମଲ୍ଲ ସେବାସମବାୟ ସମିତିର ପୂର୍ବତନ ସଭାପତି ତଥା ଚାଷୀ ନେତା ବିଜୟ କୁମାର ସ୍ୱାଇଁ , ପଣ୍ଡାଳମ ସେବାସମବାୟ ସମିତିଲିଃର ପୂର୍ବତନ ସଭାପତି ଅଜୟ କୁମାର ପଣ୍ଡା ,ଭୋଳାନାଥ ବେହେରା, ଜିତେନ୍ଦ୍ର ମହାରଣା,ନବ କିଶୋର ସାହୁ,ଭୀମସେନ ପ୍ରଧାନ, ଉଲ୍ଲାସ ଚନ୍ଦ୍ର ସିଂହ,କୈଳାସ ଚନ୍ଦ୍ର ମାନସିଂ, ଗଣେଶ୍ୱର ଖୁଣ୍ଟିଆ ପ୍ରମୁଖ ଶତାଧିକ ମହିଳା ଓ ପୁରୁଷ ଚାଷୀ ଉପସ୍ଥିତ ଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପଣ୍ଡାଳମ ସେବାସମବାୟ ସମିତିରେ ୩୬୦ଜଣ,କଢାମଲ୍ଲ-ପୂର୍ବଗାଡିଆ ସେବାସମବାୟ ସମିତିରେ ୨୨୦ଜଣ ଚାଷୀ ସେମାନଙ୍କର ନାମ ଧାନବିକ୍ରୀକରିବାକୁ ପଞ୍ଜିକୃତ କରିଛନ୍ତି। ହେଲେ ସମସ୍ତ ଚାଷୀମାନଙ୍କର ଧାନ କ୍ରୟ ହୋଇନାହିଁ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories