www.samajalive.in
Saturday, December 6, 2025
16.1 C
Bhubaneswar

ଅନୀଲ ଦେଶମୁଖଙ୍କ ଇସ୍ତଫା ଦାବିରେ ବିଜେପିର ଧାରଣା, ଶରଦ ପୱାର ଡକାଇଲେ ବୈଠକ

ମୁମ୍ବଇ: ଆଣ୍ଟିଲିଆ ମାମଲାରେ ପୂର୍ବତନ ମୁମ୍ବଇ ପୁଲିସ କମିଶନର ପରମବୀର ସିଂହଙ୍କ ବିସ୍ଫୋରକ ଚିଠିକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଟଚମଟ ଦେଖିବାକୁ ମିଳିଛି। ପରମବୀର ସିଂହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ରାଜ୍ୟର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଏହା ପରେ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରବିବାର ବିଜେପି ପକ୍ଷରୁ ଧାରଣା ଦିଆଯାଇଛି। ଏହି ପ୍ରସଙ୍ଗରେ ଏନସିପି ମୁଖ୍ୟ ଶରଦ ପୱାର ଏକ ଜରୁରୀ ବୈଠକ ଡକାଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ ଯେ, ‘ଆଣ୍ଟିଲିଆ’ ମାମଲାରେ ଗିରଫ ହୋଇଥିବା ପୁଲିସ ଅଧିକାରୀ ସଚିନ ବାଜେଙ୍କୁ ଗୃହମନ୍ତ୍ରୀ ଦେଶମୁଖ ମାସିକ ୧୦୦କୋଟି ଟଙ୍କା ଆଦାୟ କରିବାକୁ ନିର୍ଦେଶ ଦେଇଥିଲେ। ଦେଶମୁଖ ଅନେକ ଥର ମୁମ୍ବଇ ପୁଲିସର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍ ମୁଖ୍ୟ ସଚିନ ବାଜେଙ୍କୁ ଜ୍ଞାନେଶ୍ବରସ୍ଥିତ ବାସଭବନକୁ ଡାକି ଟଙ୍କା ଆଦାୟ ପାଇଁ କହିଥିବା ଓ ସଚିନ ତାଙ୍କୁ ଏ ବିଷୟ ଜଣାଇଥିବା ପରମବୀର ଉଲ୍ଲେଖ କରିଥିଲେ।

- Advertisement -

ଏହା ପରେ ରାଜ୍ୟ ରାଜନୀତି ସରଗରମ ହୋଇଯାଇଛି। ରାଜ୍ୟର ଅନ୍ୟତମ ପ୍ରମୁଖ ଦଳ ଏମଏନଏ ମୁଖ୍ୟ ରାଜ ଠାକରେ ଅନୀଲଙ୍କ ଇସ୍ତଫା ଦାବି କରିଛନ୍ତି। ତୁରନ୍ତ ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories