ନୂଆଦିଲ୍ଲୀ : ଆଜି ଠାରୁ ବସନ୍ତ ଋତୁ ଆରମ୍ଭ ବୋଲି କୁହାଯାଏ। ସର୍ଚ୍ଚ ଇଞ୍ଜିନ ଗୁଗଲ ଏହି ଅବସରରେ ବସନ୍ତ ଋତୁ ଆଗମନରେ ଶୁଭେଚ୍ଛା ଜଣାଇ ଏକ ସୁନ୍ଦର ଡୁଡଲ ପ୍ରସ୍ତୁତ କରିଛି। ଗୁଗଲର ଏହି ଡୁଡଲରେ ପ୍ରକୃତିର ସୁନ୍ଦର ନୀଳ, ସବୁଜ, ଲାଲ, ନାରଙ୍ଗୀ, ହଳଦିଆ ଓ ଗୋଲାପି ରଙ୍ଗର ବ୍ୟବହାର କରିଛି। ଏଥିରେ ଜଙ୍ଗଲୀ ମୂଷା ଭଳି ଏକ ଜୀବକୁ ମଧ୍ୟ ପ୍ରଦର୍ଶନ କରାଯାଇଛି। ଡୁଡଲ ସେହି ମୂଷା ପିଠିରେ ରଙ୍ଗବେରଙ୍ଗର ଫୁଲ ଓ ପତ୍ରକୁ ଦେଖାଯାଇଛି। ଏହାସହ ଏହି ଡୁଡଲରେ ରଙ୍ଗବେରଙ୍ଗ ଫୁଲରେ ମହୁମାଛି ମାନେ ଖେଳୁଥିବା ଦେଖାଯାଉଛି। ଆଜି ଦିନ ଓ ରାତି ସମାନ ରହିଥାଏ। ଅଧିକାଂଶ ସ୍ଥାନରେ ଆଜି ଦିନ-ରାତି ସମାନ। ବସନ୍ତ ଋତୁ ଶୀତ ଦିନ ପରର ଓ ଖରାଦିନ ପୂର୍ବର ସମୟ ଅଟେ।
ଗୁଗଲର ନିଜ ଡୁଡଲ ପ୍ରସ୍ତୁତ କରିବା୧୯୯୮ ମସିହାରୁ ଆରମ୍ଭ କରିଛି।



