BJD Bijuli 480×75 Mob

ସିଙ୍ଗଲପଡା ବନ୍ଧର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଦାବିପତ୍ର

BJD Bijuli 480×75 Mob

କଂଟାବାଞ୍ଜି : କଂଟାବାଞ୍ଜି ସହର ୱାର୍ଡ ନଂ ୧୨ ଓ ୧୩ ର ଅବସ୍ଥିତ ପୋଖରୀର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ବିଜେଡିର ବରିଷ୍ଠ ନେତା ଅଜୟ ଦାସଙ୍କ ନେତୃତ୍ୱରେ ସିଙ୍ଗଲପଡା ଏବଂ ବେହେରା ପଡା ବାସିନ୍ଦା ମାନେ ଏନ୍.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତି ଜୟଶ୍ରୀ ସାମି ରେଡ୍ଡିଙ୍କୁ ସାକ୍ଷାତ କରି ବଲାଙ୍ଗିର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦେବା ସହ ଯଥା ଶୀଘ୍ର ପଦକ୍ଷେପ ନେବା ପାଇଁ ଆଲୋଚନା କରିବା ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ରେଡ୍ଡି , ସ୍ଥାନୀୟ ତହସିଲଦାର ଅଶୋକ ମାଝୀଙ୍କୁ ଟେଲିଫୋନ ଯୋଗେ ଏନ୍.ଏ.ସି. କୁ ଜମି ହସ୍ତାନ୍ତର ପାଇଁ ଅନୁରୋଧ କରିବା ସହ ଜମି ହସ୍ତାନ୍ତର ପ୍ରକ୍ରିୟା ସରିଲା ପରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ବନ୍ଧର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ପାଇଁ ପ୍ରତିଶୃତି ଦେଇଥିଲେ।

Comments are closed.