www.samajalive.in
Sunday, December 7, 2025
14.1 C
Bhubaneswar

ସିଂଗଲପଡା ବନ୍ଧର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଦାବିପତ୍ର

କଂଟାବାଞ୍ଜି : କଂଟାବାଞ୍ଜି ସହର ୱାର୍ଡ ନଂ୧୨,୧୩ରେ ଅବସ୍ଥିତ ସିଂଗଲପଡା ବନ୍ଧର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ବିଜେଡିର ବରିଷ୍ଠ ନେତା ଅଜୟ ଦାସଙ୍କ ନେତୃତ୍ୱରେ ସିଂଗଲପଡା ଏବଂ ବେହେରାପଡା ବାସିନ୍ଦା ବିଜ୍ଞାପିତ ଅଂଚଳ ପରିଷଦର ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ଏହାସହ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ଆଲେଚନା କରିଛନ୍ତି।  କାର୍ଯ୍ୟନିର୍ବାହୀ ଅଧିକାରୀ ରେଡି, ସ୍ଥାନୀୟ ତହସିଲଦାର ଅଶୋକ ମାଝୀଙ୍କୁ ଟେଲିଫୋନ ଯୋଗେ ଏନଏସିକୁ ଜମି ହସ୍ତାନ୍ତର ପାଇଁ ଅନୁରୋଧ କରିଛନ୍ତି। ଜମି ହସ୍ତାନ୍ତର ପ୍ରକ୍ରିୟା ସରିଲାପରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ପାଇଁ ପ୍ରିତିଶୃତି ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଂପାଦକ ରାଜେନ୍ଦ୍ର ବେହେରା, କଂଟାବାଞ୍ଜି ସହରର ଯୁୁବ ବିଜେଡି କାର୍ଯ୍ୟକରି ସଭାପତି ବିଶାଳ ବେହେରା, ଜିଲ୍ଲା ଯୁବ ସଂପାଦକ ଶାନ୍ତନୁ ବିଭାର, ମଧୁ ସୂଦନ ଦାସ, ହରିବନ୍ଧୁ ସିପ୍‍କା, ଧୀରଜ ବେହେରା, ପ୍ରଦୀପ ରାଉତ, ରୂପେଶ ପୁଟେଲ, ଦେବ ଧରୁଆ, ସଙ୍ଗିତ କଟା, ମନୋଜ ବାଗ, ସୁଶାନ୍ତ ପୁଟେଲ ପ୍ରମୁଖ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories