www.samajalive.in
Saturday, December 6, 2025
15.1 C
Bhubaneswar

ନନ୍ଦିଗ୍ରାମରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଲିରେ ଆକ୍ରମଣ; ଜଣେ ବିଜେପି କର୍ମୀ ଆହତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ହିଂସା ଜାରି ରହିଛି। ଆଜି ରାଜ୍ୟର ସବୁଠୁ ଚର୍ଚ୍ଚିତ ଆସନ ନନ୍ଦିଗ୍ରାମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ରାଲିରେ ଆକ୍ରମଣ ହୋଇଛି। ତୃଣମୂଳ କଂଗ୍ରେସର କର୍ମକର୍ତ୍ତା ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ବିଜେପିର ଜଣେ କର୍ମକର୍ତ୍ତା ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ, ନନ୍ଦିଗ୍ରାମ-୧ ଦକ୍ଷିଣ ମଣ୍ଡଳର ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ପୁରନ୍‌ ଚନ୍ଦ୍ର ପାତ୍ରଙ୍କର ମୁଣ୍ଡ ଫାଟିଯାଇଛି। ସେ ନନ୍ଦିଗ୍ରାମର ସୋନଚୁରାରେ ଆୟୋଜିତ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ସାଧାରଣ ସଭାରେ ସାମିଲ ହୋଇଥିଲେ। ଆହତ କର୍ମକର୍ତ୍ତାଙ୍କୁ ଧର୍ମେନ୍ଦ୍ର ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ଏହାପରେ ଧର୍ମେନ୍ଦ୍ର ପ୍ରଧାନ ଅର୍ଦ୍ଧ ସାମରିକ ବଳର ସଂଖ୍ୟା ବୃଦ୍ଧି କରି ନିରପେକ୍ଷ ନିର୍ବାଚନ କରିବା ପାଇଁ ଦାବି କରିଛନ୍ତି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories