www.samajalive.in
Saturday, December 6, 2025
15.1 C
Bhubaneswar

ଗୁଜୁରାତି ଚା’ର ଉପକାରିତା

ଚା’ର ସ୍ୱାଦ ଦ୍ୱିଗୁଣିତ କରିବା ପାଇଁ ଗୁଜୁରାତି ଓ ଅଦାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ୨ଟି ଜିନିଷର ବ୍ୟବହାର ଦ୍ୱାରା ଚା’ ଅଧିକ ସ୍ୱାଦିଷ୍ଟ ହୋଇଥାଏ। ଥଣ୍ଡା ହୋଇଥିବା ସମୟରେ ଅଦା ଚା’ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ମାତ୍ର ଖରାଦିନରେ ଚା’ରେ ଅଦା ପରିବର୍ତ୍ତେ ଗୁଜୁରାତି ବ୍ୟବହାର କରି ପିଇବା ଉଚିତ। ଜାଣନ୍ତୁ ଏହାର ଉପକାରୀ ଗୁଣ ବିଷୟରେ….
ଗୁଜୁରାତିରେ ପୋଟାସିୟମ, ମ୍ୟାଗ୍ନେସିୟମ, ଭିଟାମିନ ବି ୧, ବି ୬ ଓ ଭିଟାମିନ ସି ରହିଛି।ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଗୁଜୁରାତିରେ ଥିବା ଫାଇବର ଓ କ୍ୟାଲସିୟମ ଓଜନକୁ ନିୟନ୍ତ୍ରିତ କରିବାରେ ମଧ୍ୟ ସହାୟକ ହୋଇଥାଏ।
ଏହା ପେଟରେ ଫ୍ୟାଟ ଅଂଶକୁ ଜମା ହେବାକୁ ଦେଇନଥାଏ। ଯାହା ହୃଦୟ ଜନିତ ସମସ୍ୟା ସୃଷ୍ଟି କରିଥାଏ।
ଆୟୁର୍ବେଦ ଅନୁଯାୟୀ, ସବୁଜ ଗୁଜୁରାତିରେ ଥିବା ତତ୍ତ୍ୱ ଶରୀରକୁ ଅଦରକାରୀ ଜିନିଷକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ସୂଚାରୁ ରୂପେ ରକ୍ତ ସଞ୍ଚାଳନ କରିବାରେ ସାହାଯ୍ୟ କରିଥାଏ।
ଅନେକ ସମୟରେ ପେଟ ଫୁଲିବା ଭଳି ଅନୁଭବ ହୋଇଥାଏ। ମାତ୍ର ଗୁଜୁରାତି ଚା’ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହେବା ସହ ଖାଦ୍ୟ ଭଲ ଭାବେ ହଜମ ହେବାରେ ସହାୟକ ହୋଇଥାଏ।
ଏହା ଶରୀରରେ ଖରାପ କୋଲେଷ୍ଟେରୋଲକୁ ହ୍ରାସ କରିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories