www.samajalive.in
Monday, December 15, 2025
14.1 C
Bhubaneswar

ଆଦିମ ଲାଞ୍ଜିଆ ସୌରା ଜନଜାତିକୁ ବଞ୍ଚିବାର ରାହା ଯୋଗାଇଛି ସୂର୍ଯ୍ୟମୁଖୀ

ଗୁଣପୁର : ଡଙ୍ଗରିଆଙ୍କ ମୁଖ୍ୟତ୍ସୋତରେ ସାମିଲ କରିବାକୁ ପ୍ରଶାସନ ଏବେ ଅଣ୍ଟାଭିଡିଛି। ଡଙ୍ଗରରେ ହାଡଭଙ୍ଗା କଷ୍ଟ କରି ପରିବାର ଚଳନ୍ତି। ଛୋଟ ପିଲା ଠାରୁ ଆରମ୍ଭ କରି ଇଙ୍ଗ ଯାଏଁ ମହିଳା, ପୁରୁଷ ଏହି ଡଙ୍ଗର ଉପରେ ନିର୍ଭର କରି ଆସୁଛନ୍ତି। ଆଧୁନିକ ଛାପା ଓ ସରକାରୀ ଯୋଜନା ଏମାନଙ୍କୁ ଦିନେ ଥିଲେ ସାତସପନ। ପରିସ୍ଥିତିର ପରିବର୍ତ୍ତନ ଓ ଡିଜିଟାଲ ଯୁଗକୁ ଏହି ଆଦିମ ଜନଜାତି ଧିରେ ଧିରେ ଆପଣେଇବାର ଲାଗିଛନ୍ତି। ଆବାହନ କାଳରୁ ଜଙ୍ଗଲର ଲଘୁଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନଜୀବିକା ନିର୍ହାହ କରୁଥିବା ଆଦିମ ଜନଜାତିଙ୍କ ରୋଜଗାରର ପନ୍ଥା ପାଲଟିଛି ସୂର୍ଯ୍ୟମୁଖୀ ଚାଷ। ଏହି ଚାଷ କରି ନିଜେ ସ୍ୱାଭଲମ୍ବୀ ହୋଇପାରୁଛନ୍ତି ଏଠାକାର ଚାଷୀ। ଆଉ ଏହି ଆଦିବାସୀ ଜନଜାତି ଲାଞ୍ଜିଆ ସୌରାଙ୍କ ବିକାଶ ତଥା ଆର୍ଥିକ ଉନ୍ନତି କ୍ଷେତ୍ରରେ ଅଣ୍ଟା ଭିଡିଛି ପୁଟାସିଂ ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା। ଯାହାର ଜଳାନ୍ତ ଉଦାହରଣ ଦେଖିବାକୁ ମିଳିଛି ଦୁର୍ଗମ ଆବାଡା ପଞ୍ଚାୟତ କୁଲୁସିଂ ଗ୍ରାମରେ। ଉଜୁଡି ଯାଇଥିବା ଜଳକୁ ସଂରକ୍ଷିତ କରି ନୂତନ ଚାଷ ଆପେଣଇ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି ଏହି ବିରଳ ଜନଜାତି।

ସୂର୍ଯ୍ୟମୁଖୀ ଚାଷ ପାଇଁ ଆଗ୍ରହ ଦେଖାଉଛନ୍ତି ଲାଞ୍ଜିଆ ସୌରା  ସମ୍ପ୍ରଦାୟର ଜନଜାତୀ। ତୈଳବୀଜ ଏକ ଅର୍ଥକାରୀ ଫସଲ ହୋଇଥିବାରୁ ଏହି ଜନଜାତିର କେତେକାଂଶ ଲୋକ ଜଙ୍ଗଲରେ ପୋଡୁଚାଷ ଓ ପାରମ୍ପାରିକ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ଛାଡି ଏହି ଚାଷ ପ୍ରତି ଆଗ୍ରହ ବଢାଇଛନ୍ତି। ପାହଡାରେ ବୋହି ଯାଉଥିବା ଝର ପାଣିକୁ ସଂରକ୍ଷିତ କରି ଏକର ଏକର ସମତଳ ଓ ପାହାଡିଆ ଜମିରେ ସୂର୍ଯ୍ୟମୁଖୀ ଚାଷ କରି ଏହି ଜନଜାତି ଏବେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଭୌଗଳିକ ସ୍ଥିତି ଓ ଅନୁକୂଳ ପାଣିପାଗ ଦୃଷ୍ଟିରେ ଏଠାରେ ସୂର୍ଯ୍ୟମୁଖୀ ଉପଯୁକ୍ତ ହୋଇଥିବାବେଳେ ଦିନକୁ ଦିନ ଏହି ଜନଜାତିଙ୍କ ମଧ୍ୟରେ ଏହି ଚାଷପ୍ରତି ବେଶ୍‍ ଉତ୍ସାବ ଦେଖିବାକୁ ମିଳିଛି। ଏମାନଙ୍କୁ ପ୍ରତ୍ସୋହନର ହାତ ବଢାଇଛି ଲାଞ୍ଜିଆସୌରା ଉନ୍ନୟନ ସଂସ୍ଥା ଅଧିନସ୍ଥ ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ ସଂସ୍ଥା (ଅପିଲିପି)। ବିଶେଷ କରି ଅପିଲିପି ସଂସ୍ଥା ମାଧ୍ୟମରେ ରାୟଗଡି ଜିଲା ଗୁଣପୁର ବ୍ଲକ ଆବାଡା ପଞ୍ଚାୟତ ଅନ୍ତର୍ଗତ କୁଲିସିଂ ଗ୍ରାମର ୫୦ରୁ ଉର୍ଦ୍ଧ୍ବ ଜନଜାତି ସଂମ୍ପ୍ରଦାୟର ଲୋକ ଏହି ଚାଷ କରି ଉପକୃତ ହୋଇପାରିଛନ୍ତି। ଓପିଲିପି ସଂସ୍ଥା ପକ୍ଷରୁ ଚାଷୀମାନଙ୍କ ବୈଜ୍ଞାନିକ ପ୍ରଣାଳୀରେ ଚାଷ ପଦ୍ଧତି ତାଲିମ ଦେବା ସହ ମାଗଣାରେ ବିହନ, ଜୈବିକ ସାର ଯୋଗାଇ ଦିଆଯାଉଛି। ସୂର୍ଯ୍ୟମୂଖୀ ଚାରା ଉତ୍ପତି ଠାରୁ ଆରମ୍ଭ କରି ଉତ୍ପାଦନ ଯାଇ ଏହି ଓପିଲିପିର କର୍ମକର୍ତ୍ତା କ୍ଷେତ ପରିଦର୍ଶନ କରି ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ପରାମର୍ଶ ଦେଉଛନ୍ତି। ଦୀର୍ଘବର୍ଷ ଏଠାକାର ଚାଷୀମାନେ ସୂର୍ଯ୍ୟମୁଖୀ ଚାଷ କରି ବେଶ୍‍ ଲାଭବାନ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହି ଚାଷ ପ୍ରତି ଆଗ୍ରହ ବଢିବାର ଲାଗିଛି। ଚାଷୀମାନେ ବହୁଳ ପରିମାଣରେ ସୂର୍ଯ୍ୟମୁଖୀ ଉତ୍ପାଦନ ହେଉଥିବାବେଳେ ଏହାର ତୈଳ କାରାଖାନା ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉତ୍ପାଦିତ ସୂର୍ଯ୍ୟମୁଖୀ ପାହାଡ,ଡଙ୍ଗର ଦେଇ ଗୁଣପୁର ୩୦କିମି ଓ ଗଜପତି ଜିଲାର ଖାଣ୍ଡବା ଗ୍ରାମ ୪୫କିମି ଦୂରତ୍ୱ ତୈଳ ମିଲକୁ ନିର୍ଭର କରୁଛନ୍ତି। ଏଠାକାର ଚାଷୀମାନେ ଉତ୍ପାଦନ ପରେ ତେଲ ପ୍ରସ୍ତୁତି କରିବାକୁ ବହୁ ସମସ୍ୟାରେ ପଡୁଥିବାରୁ ପ୍ରଶାସନ ପକ୍ଷରୁ ଏକ ତେଲ ମିଲ ନିର୍ମାଣ କରିବାକୁ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି।

- Advertisement -

ଜନଜାତିଙ୍କ ବିକାଶ ପାଇଁ ଅଞ୍ଚଳରେ ପର୍ଯ୍ୟପ୍ତ ପରିମାଣର ଭିତ୍ତିଭୂମି ରହିଛି। ସେମାନଙ୍କ ବିକାଶକୁ ଅଗ୍ରାଧିକାର ଦିଆଯିବା ସହ ସ୍ୱାବଲମ୍ବୀ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ କୃପାସିନ୍ଧୁ ବେହେରା ପ୍ରକାଶ କରିଛନ୍ତି । ଅନାବାଦି ଜମିରେ ପ୍ରଚୁର ପରିମାଣରେ ସୂର୍ଯ୍ୟମୁଖୀ ଚାଷ ପ୍ରତି ଆକୃଷ୍ଟ କରିବାରେ ଓପିଲିପି ସଂସ୍ଥାର ଉଦ୍ୟାମ ପ୍ରଶଂସନୀୟ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories