www.samajalive.in
Monday, December 15, 2025
17.1 C
Bhubaneswar

ସୌରବଳୟର ରହସ୍ୟ ଉନ୍ମୋଚନ କରିବ ପାର୍କର

ନୂଆଦିଲ୍ଲୀ: ସୌରବଳୟର ରହସ୍ୟ ଉନ୍ମୋଚନ କରିବ ମାନବ। ବିଶ୍ୱ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ସାହସିକ ଉଦ୍ୟମ ଆରମ୍ଭ ହେବାକୁ ଯାଉଛି। ଏହି ଲକ୍ଷ୍ୟରେ ଆମେରିକୀୟ ମହାକାଶ ବିଜ୍ଞାନ ସଂସ୍ଥା(ନାସା) ଆଉ ଅଳ୍ପ ସମୟ ମଧ୍ୟରେ ଯୁଗାନ୍ତକାରୀ ମହାକାଶ ଯାନର ଉତକ୍ଷେପଣ କରିବାକୁ ଯାଉଛି। ବିଶ୍ୱ ଅଭିଯାନର ଏହି କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି।
ଏହି ମହାଅଭିଯାନ ପାଇଁ ପ୍ରସ୍ତୁତ ପାର୍କର ନାମକ ମହାକାଶ ଯାନକୁ ସୌର ଆଲୋକ ବଳୟ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରବେଶ କରାଇବାକୁ ଯାଉଛି ନାସା। ଏହି ଉତକ୍ଷେପଣ ସଫଳ ହେଲେ ମାନବଜାତି ସୂର୍ଯ୍ୟ ଓ ସୌରଶକ୍ତି ସମ୍ପର୍କରେ ଅଧିକ ତଥ୍ୟ ଜାଣି ପାରିବ। ସୌର ମଣ୍ଡଳର ରହସ୍ୟ ଉନ୍ମୋଚନ କ୍ଷେତ୍ରରେ ନାସାର ଏହା ଏକ ବଡ଼ ଉଦ୍ୟମ ବୋଲି ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି।
ପାର୍କରକୁ ୪ଟି ଶକ୍ତିଶାଳୀ ଡେଲଟା-୪ରକେଟ ସୌର ମଣ୍ଡଳକୁ ନେଇଯିବ। ୧୯୦କିମି ପ୍ରତି ସେକେଣ୍ଡ ବେଗରେ ରକେଟ୍‍ ଗତି କରିବ। ଶନିବାର ଫ୍ଲୋରିଡ଼ା ସ୍ଥିତ କାନାଭୋରାଲ୍‍ ବାୟୁସେନା ଶିବିରରୁ ସ୍ଥାନୀୟ ସମୟ ୦୩.୩୩ରେ ଏହି ଉତ୍‍କ୍ଷେପଣ କରାଯିବ। ପୃଥିବୀରୁ ୯୩ ନିୟୁତ ମାଇଲ ଦୂରରେ ସୂର୍ଯ୍ୟ ଅବସ୍ଥିତ। ସୂର୍ଯ୍ୟର କକ୍ଷପଥରେ ଦୀର୍ଘ ୭ବର୍ଷ ପର୍ଯ୍ୟନ୍ତ ପାର୍କର ଭ୍ରମଣ କରିବା ସହ ସୂର୍ଯ୍ୟ ସମ୍ପର୍କିତ ବିଭିନ୍ନ ତଥ୍ୟ ବୈଜ୍ଞାନିକଙ୍କୁ ପ୍ରେରଣ କରିବ। ସୂର୍ଯ୍ୟଠାରୁ ୬.୧୨ନିୟୁତ କିମି ଦୂରତାରେ ରହି ପାର୍କର ଏହି ତଥ୍ୟ ପ୍ରେରଣ କରିବ।

ନାସା ପକ୍ଷରୁ ପୂର୍ବରୁ ମଧ୍ୟ ଅନୁରୂପ ଉତକ୍ଷେପଣ କରାଯାଇ ଥିଲା। ୧୯୭୬ରେ ନାସା ଦ୍ୱାରା ପ୍ରେରିତ ଯାନ ହିଲିୟସ୍‍ ୨ ସୂର୍ଯ୍ୟର ୪୩ ନିୟୁତ କିମି ଦୂରରେ ରହି ତଥ୍ୟ ପ୍ରେରଣ କରିଥିଲା। ପାର୍କର ମୁଖ୍ୟତଃ ସୂର୍ଯ୍ୟର ଚରିତ୍ର ଓ ଶକ୍ତି ସମ୍ପର୍କରେ ତଥ୍ୟ ଗ୍ରହଣ କରିବ। ପାର୍କର ଦ୍ୱାରା ବୈଜ୍ଞାନିକମାନେ ସୌର ଝଡ଼ ସମ୍ପର୍କରେ ତଥ୍ୟ ଆହରଣ କରିପାରିବେ। ଏହି ଝଡ଼ ଦ୍ୱାରା ସୂର୍ଯ୍ୟ ପୃଥିବୀର ଚୁମ୍ବକୀୟ ଶକ୍ତିକୁ ନଷ୍ଟ କରିବାର ଆଶଙ୍କା ରହିଛି। ଏଭଳି ଝଡ଼ର ପ୍ରଭାବରେ ପୃଥିବୀ ପୃଷ୍ଠରେ ସଞ୍ଚାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଅକାମୀ ହୋଇଯିବ। ପୃଥିବୀ କକ୍ଷପଥରେ କାର୍ଯ୍ୟରତ ସମସ୍ତ କୃତିମ ଉପଗ୍ରହ ମଧ୍ୟ ଅକାମୀ ହୋଇଯିବ। ତେଣୁ ପାର୍କର ଦ୍ୱାରା ପ୍ରେରିତ ତଥ୍ୟ ଏହି ସମସ୍ୟା ସମାଧାନ ଦିଗରେ ସହାୟତା କରିପାରିବ ବୋଲି ବୈଜ୍ଞାନିକମାନେ ଆଶା କରିଛନ୍ତି।
ପାର୍କରକୁ ସୌରମଣ୍ଡଳର ଯେଉଁ ସ୍ଥାନରେ ଛଡ଼ାଯିବ ସେଠାକାର ବାୟୁମଣ୍ଡଳର ତାପମାତ୍ରା ୧୫୦୦ଡିଗ୍ରୀ ସେଣ୍ଟିଗ୍ରେଡ୍‍ରୁ ଊଦ୍ଧ୍ୱର୍। ସୂର୍ଯ୍ୟର କେନ୍ଦ୍ରର ତାପମାତ୍ରା ୬୦୦୦ ସେଣ୍ଟିଗ୍ରେଡ୍‍ରୁ ମଧ୍ୟ ଅଧିକ। ସେହି ସ୍ଥାନର ଚୁମ୍ପକୀୟ ଶକ୍ତିର ଅସ୍ୱାଭାବିକ ଗତି ମଧ୍ୟ ପାର୍କର ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ଏହା ର୍ହି ବୈଜ୍ଞାନିକଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ। ଏହି ତାତିରୁ ସୁରକ୍ଷା ପାଇଁ ପାର୍କରର ବାହ୍ୟକ୍ଷେତ୍ରକୁ ୧୧.୫ସି.ଏମ କାର୍ବନ ପାତରେ ନିର୍ମାଣ କରାଯାଇଛି। ଏଭଳି ଅନେକ ଆହ୍ୱାନକୁ ଦୃଷ୍ଟିରେ ରଖି ୬୦ବର୍ଷ ପୂର୍ବେ ପାର୍କରର ନିର୍ମାଣ କାମ ନାସା ଆରମ୍ଭ କରିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories