www.samajalive.in
Monday, December 15, 2025
17.1 C
Bhubaneswar

ବ୍ରାଭୋଇଂଟର ନ୍ୟାସନାଲ ବୁକ ଅପ୍‌ ୱାର୍ଲ୍ଡ ରେକର୍ଡ କଂଟାବାଞ୍ଜିର ସୁଦୀପ୍ତ

କଂଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ସହର ପଶ୍ଚିମ ଓଡିଶାର ଏକ ବ୍ୟବସାୟିକ ପେଂଟ ସ୍ଥଳ ଭାବେ ପରିଚିତ,କିନ୍ତୁ ବିଜ୍ଞାପିତ ଅଂଚଳ ପରିଷଦ ଏକ ଛୋଟିଆ ସହରରେ କିଛି ନୂଆଫର୍ଦ,ରେକର୍ଡ ଯୋଡି ହେଉଥିବା ବେଳେ ୨୦୨୧ ଚଳିତ ବର୍ଷ ୱାର୍ଡ ନଂ ୧୪ ଆଶ୍ରମପଡାର ଉଦିୟମାନ ଯୁବକ ସୁଦୀପ୍ତ କୁମାର ସାହୁ ବିଶ୍ୱର ସର୍ବକିନିଷ୍ଠ ଲେଖକର ମାନ୍ୟତା ପ୍ରାପ୍ତ କରିବା ସହରରେ ତଥା ପରିବାରରେ ଖୁସିର ଲହରୀ ଖେଳିଯାଇଛି। ସୁଦୀପ୍ତ ତଥା ପରିବାରରେ ତୁହାକୁ ତୁହା ଶୁଭେଚ୍ଛା ବାର୍ତାର ସୂହ ଛୁଟିଛି। ବହୁତ କମ ୧୭-୧୮ ବର୍ଷରେ ଯୁକ୍ତ +୨ ବିଜ୍ଞାନରେ ବଲାଙ୍ଗୀର ଯୁବଦୟ କଲେଜରେ ପ୍ରଥମ ବର୍ଷ ଅଧ୍ୟୟନ କରୁଥିବାବେଳେ ଇଂରାଜୀ ଭାଷାରେ ସ୍ୱଲିଖିତ ମାନୁଆଲ ଅଫ ସ୍ମାଟଅଫ ବିଜନେସ ବହି କି ଲେଖୀ, ଅନଲାଇନ ମାଧ୍ୟମରେ ବହୁ ଜାତୀୟ,ଆର୍ନ୍ତଜାତୀୟ ପ୍ରକାଶକ ସଂସ୍ଥାକୁ ଏହି ଉପାଦୟ ପୁସ୍ତକ ଛପାଇବା ପାଇଁ ଅନୁରୋଧ କରିବା ସହ ଅପେକ୍ଷା କରିବାକୁ ପଡିଥିଲା। ସୁଦୀପ୍ତଙ୍କ ପରେ ୨୦୧୯ ମହିହାରେ ନୂଆ ଦିଲ୍ଲିସ୍ଥିତ ଏକ ଆନ୍ତର୍ଜାତିକ  ପ୍ରକାଶକ ସଂସ୍ଥା ବ୍ଲୁରୋଜ ସୁଦୀପ୍ତଙ୍କୁ ସହ ଅନୁବନ୍ଦିତ କରି ଏହି ଉପାଦେୟ ଇଂରାଜୀ ଭାଷାର ବହିକୁ ପ୍ରକାଶ କରିବାପରେ, ଏହି ବହି ୱାର୍ଲ୍ଡ ବୁକ ଫେୟାର ପ୍ରଦର୍ଶନୀ ସ୍ଥାନ ପାଇଁ,ବିଶ୍ୱ ଦରବାରରେ ଲୋକଲୋଚନକୁ ଆସିଥିଲା। ପରେ ପ୍ରାନ୍ସର ସର୍ବୋଚ ସମ୍ନାନ ବ୍ରାଭୋଇଂଟର ନ୍ୟାସନାଲ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଁ ପ୍ରାନ୍ସର ଆର୍ନ୍ତଜାତୀୟ ସଂସ୍ଥା ଚଳିତବର୍ଷ ଜନୁଆରୀ ମାସରେ ସୁଦୀପ୍ତଙ୍କ ସମ୍ମାନିତ କରିଥିଲେ। ଏହାପରେ ଅନ୍ୟ ଏକ ପ୍ରସଙ୍ଗ କ୍ରମେ ଦିଲ୍ଲୀର ଚର୍ଚ୍ଚିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଝରୀୱାଲ ଙ୍କୁ ବ୍ରାଭୋ ଇଂଟର ନ୍ୟାସନାଲ ସଂସ୍ଥା ଦ୍ବାରା ସମ୍ମାନିତ କରାଯାଇଥିବା ସୁଦୀପ୍ତ ଆମ୍ଭ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। କଂଟାବାଞ୍ଜି ସହରର ୱାର୍ଡ ନଂ୧୪ ବାସିନ୍ଦା ଆଇନଜୀବି ଦାମୋଦର ସାହୁ ଏବଂ ପ୍ରତିମାଙ୍କ ସୁପତ୍ର ସୁଦୀପ୍ତ(୧୮) ଓ ବିଶିଷ୍ଟ ଶିକ୍ଷାବିତ ଅବସର ପ୍ରାପ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ ତଥା ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ବଡବାପା ରାମଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ଗାଇଡେନ୍ସରେ ହାଇସ୍କୁଲ ପାଠ ପଡୁଥିବା ସମୟରେ ସ୍ଲୁଲରେ ତର୍କ,ଲେଖାରେ ଭାଗ ନେଉଥିବା ସହ ବହୁ କମ ବୟସରଙ୍କ ବହୁ ଉପାଦେୟ ଲେଖା, ବ୍ୟବସାୟ, ଦାଦନ ସମସ୍ୟା ,ପାଭର୍ଟି ଉପରେ ଲେଖାଲେଖି କରି ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶନ ପାଇଁ ପଠାଉଥିଲେ। ବିଭିନ୍ନ ଲେଖଙ୍କର ବହି ପଢିବାରେ ତାଙ୍କର ରୁଚି ରହିବା ସହ ଇଂରାଜୀ ପୁସ୍ତକ ପଢି ଲେଖା ଲେଖି କରୁଥିଲେ। ବର୍ତମାନ ତାଙ୍କର ଦି୍ୱତୀୟ ପୁସ୍ତକ ଭାଗ-୨ ଦିଲ୍ଲିରେ ପ୍ରକାଶନ ସଂସ୍ଥା ବ୍ଲୁରୋଜ ଦ୍ୱାରା ପ୍ରକାଶ ପାଇବାକୁ ଯାଉଥିବା ସୂଚନା ଦେଇଛନ୍ତି। ମୂଖ୍ୟତଃ ସୁଦୀପ୍ତ ପଶ୍ଚିମ ଓଡିଶାର ପଛୁଆ ଜିଲ୍ଲା ମାନଙ୍କରେ ଦାରିଦ୍ରତା,ଦାଦନ ସମସ୍ୟା,ସାମାଜିକ କ୍ଷେତ୍ରରେ ଉପାଦୟ ସହ କିଭଳି ବ୍ୟବସାୟ ମାଧ୍ୟମରେ ଏ ଅଂଚଳର ଯୁବଗୋଷ୍ଠୀ ତଥା ମହିଳା ସ୍ୱଂୟସହାୟକ ଗୋଷ୍ଠୀ ଏହି ସମସ୍ୟାରୁ ନିଜକୁ ବଂଚାଇବା ସହ କି ଭଳି ରୋଜଗାର କ୍ଷମ ହେବେ ତାହା ଏହି ଇଂରାଜୀ ପୁସ୍ତକ ମାନୁଏଲ ଅଫ ସ୍ଟାର୍ଟଅଫ ବିଜନେସରେ ଉପାଦେୟ ଲେଖା ଲେଖି ଥିବା ସୁଦୀପ୍ତ ଆମ ପ୍ରତିନିଥିଙ୍କୁ ସାକ୍ଷାତ କାରରେ ସୂଚନା ଦେଇଛନ୍ତି। ବର୍ତମାନ ସେ ଦ୍ୱିତୀୟ ବର୍ଷ  ଇଂଟିଗ୍ରେଟେଡଲରେ ରାୟପୁରରେ ଏକ କଲେଜରେ ଅଧ୍ୟୟନରତ। କରୋନ ସମୟରେ ଗତ ମାର୍ଚ୍ଚ ମାସରୁ ଦୀର୍ଘ ଏକ ବର୍ଷକାଳ ଘରେ ବସି ଅନଲାଇନରେ ପାଠ ପଢିବା ସହ ବ୍ୟବସାୟ ସମ୍ବନ୍ଧିତ ସୋସିଆଲ ଇକୋନୋମିକ ଲିଟ୍ରେଚର ଉପରେ ଇଂରାଜୀ ଭାଷାରେ ଲେଖାଲେଖି କରି ବିଭିନ୍ନ ପତ୍ରପତ୍ରିକାକୁ ପ୍ରକାଶନ ପାଇଁ ଦେଇଥିବା ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories