www.samajalive.in
Monday, December 15, 2025
16.1 C
Bhubaneswar

ମାସ୍କ ପିନ୍ଧି ନଥିଲେ ବିମାନରୁ ଓହ୍ଲାଇ ଦିଆଯିବ, ବିଶୃଙ୍ଖଳିତ ଯାତ୍ରୀ ଭାବେ ଧରାଯିବ

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ କଡ଼ା ନିୟମ ଜାରି କରାଯାଇଛି। ଯଦି ଯାତ୍ରୀମାନେ ଠିକ୍ ଭାବରେ ମାସ୍କ ନପିନ୍ଧିବେ ତା’ହେଲେ ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ। ଏୟାରପୋର୍ଟ ଅଥରଟି ଅଫ୍ ଇଣ୍ଡିଆ, ସିଆଇଇଏସଏଫ ଓ ଦେଶର ସମସ୍ତ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଡିଜିସିଏ(ଡାଇରେକ୍ଟ ଜେନେରାଲ୍‌ ଅଫ୍ ସିଭିଲ୍‌ ଆଭିଏସନ୍‌) ନିର୍ଦେଶ ଜାରି କରିଛନ୍ତି। ଏହି ନିୟମକୁ ତତ୍କାଳ ଲାଗୁ କରିବାକୁ ଡିଜିସିଏ ନିର୍ଦେଶ ଦେଇଛି।


ବିମାନରେ କୋଭିଡ୍‌ କଟକଣା କଡ଼ାକଡ଼ି ପାଇଁ ଡିଜିସିଏ ଜାରି କରିଥିବା ନିର୍ଦେଶନାମାରେ ବିଶେଷ କରି ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ବିମାନରେ ଯାତ୍ରୀ ମାସ୍କ ପିନ୍ଧି ନଥିଲେ ଓହ୍ଲାଇ ଦିଆଯିବ ବୋଲି ଏହି ନିର୍ଦେଶନାମାରେ ଉଲ୍ଲେଖ ରହିଛି। ବାରମ୍ବାର ତାଗିଦ୍ ସତ୍ତ୍ବେ ମାସ୍କ ନ ପିନ୍ଧିଲେ ଓହ୍ଲାଇ ଦିଆଯିବ। ଓହ୍ଲାଇ ଦିଆଯିବା ସହ ଯାତ୍ରୀଙ୍କୁ ‘ଅମାନିଆ’ ଆଖ୍ୟା ଦିଆଯିବ ଏବଂ ତାଙ୍କୁ ବିଶୃଙ୍ଖଳିତ ଯାତ୍ରୀ ଭାବେ ଧରାଯିବ। ସଠିକ୍‌ ଭାବେ ମାସ୍କ ପିନ୍ଧିବା ଓ ମସ୍କେ ନାକ ତଳକୁ ନ ଖସିବାକୁ ତାଗିଦ କରାଯିବ। ବିନା ମାସ୍କରେ ଯେମିତି କେହି ଏୟାର୍‌ପୋର୍ଟ ନ ଯିବେ ସେଥିନେଇ ସିଆଇଏସ୍‌ଏଫ୍‌ ନଜର ରଖିବେ। ଏୟାର୍‌ପୋର୍ଟରେ କଟକଣା ନ ମାନିଲେ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରାଯିବ ବୋଲି ନିର୍ଦେଶନାମାରେ ଦର୍ଶାଯାଇଛି।

- Advertisement -

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories