www.samajalive.in
Tuesday, December 9, 2025
23.1 C
Bhubaneswar

ହସ୍ପିଟାଲରୁ ମମତା ଡିସଚାର୍ଜ ; ହ୍ବିଲ୍ ଚେୟାର ଭରସା

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ବେଳେ ଆହତ ହୋଇଥିବା ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ଏସଏସକେଏମ୍‌ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଡାକ୍ତରମାନେ ତାଙ୍କୁ ୪୮ଘଣ୍ଟା ପାଇଁ ପର୍ଯ୍ୟବେକ୍ଷଣରେ ରଖିବାକୁ କହିଥିବାବେଳେ ମମତା ବାରାମ୍ବାର ଅନୁରୋଧ କରିବାରୁ ତାଙ୍କୁ ଡିସଚାର୍ଜ କରାଯାଇଛି। ଡିସ୍‌ଚାର୍ଜ ସମୟରେ ତାଙ୍କୁ କେତେକ ସତର୍କତା ଅବଲମ୍ବନ କରିବା ଲାଗି ଡାକ୍ତର ପରାମର୍ଶ ଦେଇଛନ୍ତି। ବିଶେଷ କରି ତାଙ୍କ ଚଳପ୍ରଚଳ ଉପରେ ସଂଯମତା ଅବଲମ୍ବନ ଲାଗି କହିଛନ୍ତି। ମମତା ହୁଇଲ ଚେୟାରରେ ବସି ଡାକ୍ତରଖାନାରୁ ବାହାରି ଘରେ ପହଞ୍ଚିଛନ୍ତି।
ଅନ୍ୟପଟେ ମମତାଙ୍କ ହୋଇଥିବା ଆକ୍ରମଣ ପଛରେ ବିଜେପିର ଷଡଯନ୍ତ୍ର ରହିଛି ବୋଲି ଦଳର ସଂସଦୀୟ ପ୍ରତିନିଧି ଦଳ ଅଭିଯୋଗ କରିଛି। ଶୁକ୍ରବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପ୍ରତିନିଧି ଦଳ ନିର୍ବାଚନ ଆୟୋଗ (ଇସି)ଙ୍କୁ ଭେଟି ଏହି ଅଭିଯୋଗ କରିଛି। ଟିଏମସିର ସାଂସଦ ଡେରେକ ଓବ୍ରାଏନ, ସୌଗତ ରାଏ, କୋକିଲ ଘୋଷ ଦସ୍ତିଦାର, ଶତାବ୍ଦୀ ରାୟ, ପ୍ରତିମା ଓ ଶାନ୍ତନୁ ସେନ ଇସିଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ଦେଇଥିଲେ। ସ୍ମାରକ ପତ୍ରରେ ସମ୍ପୂର୍ଣ୍ଣ ଘଟଣାର ନିରପେକ୍ଷ ତଦନ୍ତ କରିବା ଲାଗି ଟିଏମସି ଦାବି କରିଛି। ଦଳ ଏଥିରେ ଅଭିଯୋଗ କରିଛି ଯେ ସମ୍ପୂର୍ଣ୍ଣ ଘଟଣାକ୍ରମ ପ୍ରମାଣିତ କରୁଛି ଯେ ମମତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏହା ଏକ ପୂର୍ବ ପ୍ରସ୍ତୁତ ଯୋଜନା ଓ ବଡ ଷଡଯନ୍ତ୍ର। ଘଟଣା ସମ୍ପର୍କରେ ସବିଶେଷ ସୂଚନା ଦେଇ ଟିଏମ୍‌ସି କହିଛି ଯେ ମାର୍ଚ୍ଚ ୮ ତାରିଖରେ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ ତାଙ୍କ ଫେସବୁକ୍ ପୃଷ୍ଠାରେ ଏକ ବ୍ୟଙ୍ଗ ପୋଷ୍ଟ କରିଥିଲେ। ଏହି ବ୍ୟଙ୍ଗରେ ଦିଲୀପ ଦେଖାଇଥିଲେ ଯେ ନନ୍ଦିଗ୍ରାମରେ ମମତା ଧକ୍କା ପାଇବେ। ଏହି ସମୟରେ ପଶ୍ଚିମବଙ୍ଗ ଡିଜିପି ଓ ଆଇଜିପିଙ୍କୁ ହଟାଇବା ଲାଗି ବିଜେପି ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଥିଲେ। ମାର୍ଚ୍ଚ ୯ରେ ଡିଜିପି ଓ ଆଇଜିପିଙ୍କୁ ବଦଳି କରାଯାଇଥିଲା। ବୁଧବାର (ମାର୍ଚ୍ଚ ୧୦)ରେ ମମତା ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର କରି ଫେରିବା ସମୟରେ ଆହତ ହୋଇଥିଲେ। ସେ କାର୍‌ରେ ବସିବାକୁ ଯାଉଥିବାବେଳେ ଡୋରକୁ କେହି ଧକ୍କା ଦେଇଥିଲେ। ଫଳରେ କାର୍‌ର ଡୋର ତାଙ୍କ ବାମ ଗୋଡରେ ମାଡ ହୋଇଥିଲା ଓ ସେ ତଳେ ପଡି ଯାଇଥିଲେ। ଏଥିରେ ତାଙ୍କ ଗୋଡ, ଅଣ୍ଟା, କାନ୍ଧ ଓ ବେକରେ ଆଘାତ ଲାଗିଥିଲା।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories