www.samajalive.in
Monday, December 15, 2025
14.1 C
Bhubaneswar

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମୃତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବିରାମଚନ୍ଦ୍ରପୁର ନିକଟରେ ଶନିବାର ସକାଳୁ ଏକ ମର୍ମନ୍ତୁଦ କାର ଦୁର୍ଘଟଣାରେ ଦୁଇ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମୃତ୍ୟୁ  ଘଟିଛି । ଏହି ଘଟଣାପରେ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିବା ସହିତ ଦୁର୍ଘଟଣାଗ୍ରସ୍ତ କାରରେ ନିଆଁ ଲଗାଇଦେଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ,  ଆଜି ସକାଳ ପ୍ରାୟ ୬ଟା ସମୟରେ ବୌଦ୍ଧ ବାଳିକା ଉଚ୍ଚବିଦ୍ୟାଳୟର ଦୁଇ ଜଣ କାର୍ଯ୍ୟରତ  ଶିକ୍ଷକ ମହମ୍ମଦ ଅଜିମ୍ ଖାଁ(୫୧) ଏବଂ ଶିକ୍ଷୟତ୍ରୀ ଜ୍ୟୋର୍ତୀମୟୀ  ପ୍ରଧାନ (୪୦)ନିଜ ଘର  ରାମ୍ଭିକଟାରୁ ଏକ ଟିଭିଏସ ବାଇକ ନଂ ଓଡି ୨୭ -୨୭୮୬ ଯୋଗେ ବାହାରି  ବୌଦ୍ଧ ଯାଉଥିଲେ । ଏହି ସମୟରେ ବୀପରୀତ ଦିଗ ବୌଦ୍ଧ ପଟୁ ଆସୁଥିବା ଏକ ସୁଇଫ୍ଟ କାର ନଂ ଓଡି ୨୪ ଏ-୩୦୦୬ଗାଡିଟି ବିରାମଚନ୍ଦ୍ରପୁରସ୍ଥିତ ତିନିକୋଲିଆ ବୁଲାଣୀରେ  ସେମାନଙ୍କ ବାଇକକୁ ଧକ୍କାଦେବାରୁ ଦୁଇ ଶିକ୍ଷକ ଶକ୍ଷୟତ୍ରୀ ୩୦ଫୁଟ ଦୂରରେ ଫୋପାଡି ହୋଇପଡିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ମହମ୍ମଦ ଅଜିମ୍ ଖାଁ ଏବଂ ଜ୍ୟୋର୍ତୀମୟୀ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା । ଖବରପାଇ ଘଟଣାସ୍ଥଳରେ ଲୋକେ ପଂହଚି ସେମାନଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡିକାଲ ପଠାଇଥିଲେ ହେଁ ସେଠାରେ ଡାକ୍ତର ଦୁହେଁଙ୍କୁ ମୃତ ଘୋଷଣା କରିଥିଲେ । ପରେ ପରେ ଉତ୍ୟକ୍ତ ଲୋକ ଜାତୀୟ ରାଜପଥ ଅବରୋଧ କରିବା ସହିତ ଦୁର୍ଘଟଣାଗ୍ରସ୍ତ କାରକୁ ପୋଡିଦେଇଥିଲେ । ଦୁର୍ଘଟଣା ପରେ ପରେ ବୌଦ୍ଧ ଜିଲ୍ଲାପାଳ ସେହି ସମୟରେ ଚାରୀଛକ ଆଡକୁ ଯାଉଥିବା ଦେଖି ଲୋକେ ଅଟକାଇଥିଲେ ମଧ୍ୟ ସେ ପଳାଇଥିଲେ।ପରେ ପରେ ଘଟଣାସ୍ଥଳରେବୌଦ୍ଧ ଡେପୁଟି କଲେକ୍ଟର ଖଦାଳ ପାତ୍ର ଳୋକଙ୍କୁ ବୁଝାସୁଝା କରିବା ସହିତ ମୃତକକଙ୍କୁ କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ଦେବାରୁ ରାସ୍ତା ଅବରୋଧ ହଟିଥିଲେ।ଅନ୍ୟପଟେ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପଂହଚି ଘଟଣାର ତଦନ୍ତ କରିବା ସହିତ କାର ଡ୍ରାଇଭରର କୁ ଖୋଜା ଖୋଜି କରୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories