www.samajalive.in
Monday, December 15, 2025
15.1 C
Bhubaneswar

ଆତଙ୍କବାଦର ମୁକାବିଲା ପାଇଁ ମହିଳା ସ୍ୱାତ୍‍ ଦଳ

ନୂଆଦିଲ୍ଲୀ : ଆତଙ୍କବାଦୀ ଆକ୍ରମଣର ମୁକାବିଲା ନିମନ୍ତେ ମହିଳାମାନଙ୍କର ଏକ ‘ବିଶେଷ ଅସ୍ତ୍ର ଏବଂ ରଣକୌଶଳ (ସ୍ୱାତ୍‍)’ ଦଳ ଦିଲ୍ଲୀ ପୁଲିସର ସହଯୋଗ ନିମନ୍ତେ ପ୍ରସ୍ତୁତ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ବିଧିବଦ୍ଧ ଭାବେ ଏହି ଦଳକୁ ଦିଲ୍ଲୀ ପୁଲିସରେ ସାମିଲ କରିଛନ୍ତି। ମହିଳା ସ୍ୱାତ୍‍ ଦଳ ପୁଲିସ କମିସନର ଅମୂଲ୍ୟ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ କରାଯାଇଛି। ବିଶେଷ ଅସ୍ତ୍ରଶସ୍ତ୍ର ତଥା ରଣକୌଶଳରେ ଅଭିଜ୍ଞ ଦେଶ ତଥା ବିଦେଶର ବହୁ ବିଶେଷଜ୍ଞଙ୍କଠାରୁ ୧୫ ମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ନେଇ ଦଳର ୩୬ ଜଣ ସଦସ୍ୟା ପାଲଟିଛନ୍ତି ଲୌହମାନବୀ। ଆତଙ୍କବାଦୀଙ୍କ ସମସ୍ତ ଷଡ଼ଯନ୍ତ୍ର, ଅତର୍କିତ ଆକ୍ରମଣ ତଥା ପଣବନ୍ଦୀ ଉଦ୍ୟମର ଦୃଢ ମୁକାବିଲା ଦିଗରେ ଏହି ମହିଳା ଦଳ ସିଦ୍ଧହସ୍ତ। ମହିଳା ସ୍ୱାତ୍‍ ଦଳର ବିଶେଷତ୍ୱ ହେଉଛି ଏଥିରେ ଥିବା ସମସ୍ତ କନଷ୍ଟେବଳ ଉତ୍ତର-ପୂର୍ବାଞ୍ଚଳର ମୂଳ ବାସିନ୍ଦା। ଏମାନଙ୍କ ମଧ୍ୟରେ ଆସାମରୁ୧୩ ଜଣ, ଅରୁଣାଚଳ ପ୍ରଦେଶ, ସିକ୍କିମ ଓ ମଣିପୁରରୁ ୫ ଜଣ ଲେଖାଏଁ, ମେଘାଳୟରୁ ୪ ଜଣ, ନାଗାଲାଣ୍ଡରୁ ୨ ଜଣ ଏବଂ ମିଜୋରାମ ଓ ତ୍ରିପୁରାରୁ ଜଣେ ଲେଖାଏଁ ମହିଳା କନଷ୍ଟେବଳ ଅନ୍ତର୍ଭୁକ୍ତ। ଏମ୍‍ପି୫ ସବ୍‍ମେସିନ୍‍ ବନ୍ଧୁକ ଓ ଗ୍ଲାକ୨୧ ପିସ୍ତଲ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଚଳାଇବାରେ ଏମାନେ ଖୁବ୍‍ ପାରଙ୍ଗମ। ବଡ଼ବଡ଼ ଅଟ୍ଟାଳିକାରେ ଚଢିବା, ବସ୍‍ ଅଥବା ମେଟ୍ରୋଟ୍ରେନ୍‍ରେ ପରିସ୍ଥିତି ସହିତ ଲଢି ପଣବନ୍ଦୀଙ୍କୁ ମୁକ୍ତ କରିବା ସହିତ ନିରସ୍ତ୍ରସ୍ଥିତିରେ ଆତ୍ମରକ୍ଷାର ଇସ୍ରାଏଲି କୌଶଳ ବିଷୟରେଏମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏଥିସହ ସମୁହ ଆକ୍ରମଣ, ଜଙ୍ଗଲ ମଧ୍ୟରେ ଆତଙ୍କବାଦୀ ତଥା ଉଗ୍ରବାଦୀ ବିରୋଧୀ ଅଭିଯାନ, ସହରାଞ୍ଚଳ ତଥା ବିଶିଷ୍ଟ ବ୍ୟକ୍ତିଙ୍କୁ ସୁରକ୍ଷାରେ ନିୟୋଜିତ କରାଯିବ। ଆଞ୍ଚଳିକ ଭାଷାକୁ ନେଇ ଯେଭଳି ଏମାନେ କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିନିମନ୍ତେ ଦଳରେ ଜଣେ ଇନ୍‍ଷ୍ଟ୍ରକ୍ଟରଙ୍କୁ ନିଯୁକ୍ତ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories