www.samajalive.in
Saturday, December 6, 2025
15.1 C
Bhubaneswar

୧୦ ଲିଟର ଦେଶୀ ରନ୍ଧା ମହୁଲି ଜବତ, ୨ ଗିରଫ

ହରଭଙ୍ଗା : ହରଭଙ୍ଗା ବ୍ଲକରେ ଶନିବାର ଅବକାରୀ ବିଭାଗ ଦୁଇଟି ସ୍ଥାନରେ ଚଢଉ କରି ୧୦ ଲିଟର ରନ୍ଧା ମହୁଲି ଜବତ କରିବା ସହ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଅବକାରୀ ବିଭାଗ ପୁରୁଣା କଟକ ଥାନା ବାରିଙ୍ଗ ଗାଁରେ ଚଢଉ କରି ନଳିନି ନାୟକ(୫୦)ଙ୍କ ଘରୁ ୫ଲିଟର ଦେଶୀ ରନ୍ଧା ମହୁଲି ଜବତ କରିଥିଲେ। ପରେ ହରଭଙ୍ଗା ଥାନା ଗଣ୍ଡାପାଜୁ ଗ୍ରାମ ଉମାକାନ୍ତ ବେହେରା(୩୪)ଙ୍କ ଘରେ ଅବକାରୀ ବିଭାଗ ଚଢଉ କରି ୫ଲିଟର ରନ୍ଧା ମହୁଲି ଜବତ କରିବା ସହ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ଏସ.ଆଇ ରମେଶ ମହାନ୍ତି ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories