ନୂଆଦିଲ୍ଲୀ : ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସ୍ବିଆଇ ପୁଣି ତୃତୀୟ ତ୍ରୈମାସରେ କ୍ଷତି ସହିଛି। ଏସ୍ବିଆଇ ପକ୍ଷରୁ ଶୁକ୍ରବାର ଜାରି ସୂଚନା ଅନୁସାରେ ଅପ୍ରେଲ-ଜୁନ୍ ତ୍ରୈମାସରେ ବ୍ୟାଙ୍କର ୪,୮୭୫.୮୫ କୋଟି ଟଙ୍କା କ୍ଷତି ଘଟିଛି। ଏହାସହ କ୍ରମାନ୍ୱୟରେ ତିନିଟି ତ୍ରୈମାସରେ ବ୍ୟାଙ୍କ କ୍ଷତି ବଢି ୧୫,୦୧୦ କୋଟି ଟଙ୍କାରେ ପହଞ୍ଚିଛି। ଗତ ବର୍ଷ ଅପ୍ରେଲ-ଜୁନ୍ ତ୍ରୈମାସରେ ବ୍ୟାଙ୍କ ୨,୦୦୬ କୋଟି ଟଙ୍କା ଲାଭ କରିଥିଲା। ତୃତୀୟ ତ୍ରୈମାସରେ ବ୍ୟାଙ୍କ ୬୫,୪୯୨.୬୭ କୋଟି ଟଙ୍କା ଆୟ କରିଛି। ଏହା ପୂର୍ବ ତ୍ରୈମାସରେ ବ୍ୟାଙ୍କ ୬୮,୪୩୬ କୋଟି ଟଙ୍କା ଆୟ କରିଥିଲା। ୨୦୧୭ ଅପ୍ରେଲ ଜୁନ୍ ତ୍ରୈମାସରେ ବ୍ୟାଙ୍କ ୬୨,୯୧୧.୦୮ କୋଟି ଟଙ୍କା ଆୟ କରିଥିଲା। ୨୦୧୭ ତୃତୀୟ ତ୍ରୈମାସରେ ବ୍ୟାଙ୍କ ୮,୯୯୨.୪୮ କୋଟି ଟଙ୍କା ପ୍ରୋଭିଜନିଂ କରିଥିଲା ବେଳେ ଚଳିତ ଅପ୍ରେଲ ଜୁନ୍ ତ୍ରୈମାସରେ ବ୍ୟାଙ୍କ ଏନ୍ପିଏ ବଦଳରେ ୧୯,୨୨୮ କୋଟି ଟଙ୍କା ପ୍ରୋଭିଜନିଂ କରିଛି।
ଉଲ୍ଲେଖ ଯେ ପୂର୍ବରୁ ୨୦୧୭ ସେପ୍ଟେମ୍ବର-ଡିସେମ୍ବର ତ୍ରୈମାସରେ ଏସ୍ବିଆଇ ୨,୪୧୬ କୋଟି ଟଙ୍କା କ୍ଷତି କରିଥିଲାବେଳେ ୨୦୧୮ ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ସର୍ବାଧିକ ୭,୭୧୮ କୋଟି ଏବଂ ଅପ୍ରେଲ-ଜୁନ ତ୍ରୈମାସରେ ୪,୮୭୬ କୋଟି ଟଙ୍କା କ୍ଷତି କରିଛି। କ୍ରମାନ୍ୱୟରେ ତ୍ରୈମାସରେ କ୍ଷତି ଯୋଗୁଁ ସେୟାର ମାର୍କେଟରେ ଏସ୍ବିଆଇର କାରବାର ନକାରାତ୍ମକ ରହିଛି। ଫଳରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଚ (ବିଏସ୍ଇ)ରେ ଏସ୍ବିଆଇ ସେୟାର ମୂଲ୍ୟ ୩.୭୯% ହ୍ରାସ ପାଇଛି।
ତୃତୀୟ ତ୍ରୈମାସରେ ଏସ୍ବିଆଇର ୪,୮୭୬ କୋଟି ଟଙ୍କା କ୍ଷତି
Popular Categories



