www.samajalive.in
Sunday, December 14, 2025
23.1 C
Bhubaneswar

ହିଂସା ସୃଷ୍ଟିକାରୀ କାଉଡ଼ିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

ନୂଆଦିଲ୍ଲୀ : କାଉଡ଼ିଆମାନେ ସଡ଼କ ଉପରେ ଭଙ୍ଗାରୁଜା କରିବା ଘଟଣା ସର୍ବୋଚ୍ଚ ଅଦାଲତରେ ପହଞ୍ଚିଛି। ଆଇନକୁ ହାତକୁ ନେଉଥିବା କାଉଡ଼ିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷ ଥିବା ଏକ ପୀଠ ଶୁକ୍ରବାର ନିର୍ଦେଶ ଦେଇଛନ୍ତି। କୋଣ୍ଡୁଗୋଲୁର ଫିଲ୍ମ ସୋସାଇଟିର ଏକ ଆବେଦନ ଉପରେ ଶୁଣାଣିବେଳେ କେନ୍ଦ୍ର ସରକାରଙ୍କ ଆଟର୍ଣ୍ଣି ଜେନେରାଲ କେ. କେ ବେଣୁଗୋପାଳ କାଉଡ଼ିଆଙ୍କ ଭଙ୍ଗାରୁଜା ତଥା ସମୂହ ଆକ୍ରମଣ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ସାମାନ୍ୟତମ ଉତ୍ତେଜନାକୁ କେନ୍ଦ୍ର କରି କାଉଡିଆମାନେ ଆଇନ ନିଜ ହାତକୁ ନେବା ଦ୍ୱାରା ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଛି। କିଛି ନ ଭାବି ନ ଚିନ୍ତି ସେମାନେ ଏଭଳି କାର୍ଯ୍ୟ କରୁଛନ୍ତି, ଯଦ୍ଦ୍ୱାରା ସାଧାରଣ ଜନଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଦିଲ୍ଲୀର ମୋତି ନଗରରେ ଜଣେ କାଉଡିଆଙ୍କୁ ଏକ କାର୍‍ ଧକ୍କା ଦେବା ପରେ ଅନ୍ୟ କାଉଡିଆମାନେ ବ୍ୟାପକ ଭଙ୍ଗାରୁଜା କରିବାର ଉଦାହରଣ ସେ ଉପସ୍ଥାପନ କରିଛନ୍ତି। ବିଚାରପତି ଚନ୍ଦ୍ରଚୂଡ ଆଟର୍ଣ୍ଣି ଜେନେରାଲଙ୍କ ଯୁକ୍ତିରେ ସମ୍ମତି ପ୍ରକାଶ କହିଛନ୍ତି। ନିକଟରେ କାଉଡ଼ିଆମାନେ ଅହ୍ଲାବାଦଠାରେ ଏକ ଜାତୀୟ ରାଜପଥକୁ ୫ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିଦେଇଥିଲେ; ଯଦ୍ଦ୍ୱାରା ଟ୍ରାଫିକ୍‍ ସମସ୍ୟା ଉପୁଜିଥିବା ଘଟଣା ବିଚାରପତି ଉଠାଇଥିଲେ। ଯେକୌଣସି ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ ନିମନ୍ତେ ଲୋକେ ରାଜରାସ୍ତାକୁ ଓହ୍ଲାଇ ହିଂସାତ୍ମକ ବିକ୍ଷୋଭ କରୁଛନ୍ତି। ଏ ନେଇ ନିର୍ଦେଶାବଳୀ ଜାରି କରିବାକୁ ଆଟର୍ଣ୍ଣି ଜେନେରାଲ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ। ଫିଲ୍ମର ମୁକ୍ତିଲାଭ ବନ୍ଦ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଭଙ୍ଗାରୁଜା କରିବା ତଥା ସରକାରୀ ସମ୍ପତ୍ତି ନଷ୍ଟ କରୁଥିବା ଲୋକଙ୍କଠାରୁ କ୍ଷତିପୂରଣ ଆଦାୟ ନିମନ୍ତେ ଏକ ନିର୍ଦେଶାବଳୀ ପ୍ରସ୍ତୁତ କରିବାକୁ ସୋସାଇଟି ପକ୍ଷରୁ ଆବେଦନରେ ଦର୍ଶାଯାଇଥିଲା। ସୁପ୍ରିମକୋର୍ଟ ଏହା ଉପରେ ନିଜ ରାୟ ସଂରକ୍ଷିତ ରଖିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories