www.samajalive.in
Sunday, December 14, 2025
23.1 C
Bhubaneswar

ସାଉଦିଆରବ ଆକ୍ରମଣରେ ୟେମେନରେ ୫୦ ମୃତ, ୭୭ ଆହତ

ସାନା : ସାଉଦିଆରବ ନେତୃତ୍ୱାଧୀନ ମେଣ୍ଟ ସେନାର ଆକାଶ ମାର୍ଗରୁ ଆକ୍ରମଣରେ ଗୁରୁବାର ୟେମେନରେ ୫୦ ଜଣଙ୍କ ମୃତ୍ୟୁ ଘଟିଛି ଓ ୭୭ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ମେଣ୍ଟ ସେନା ପକ୍ଷରୁ ହୁତି ବିଦ୍ରୋହୀ (ସିଆ)ଙ୍କ କବଜାରେ ଥିବା ସାଦାହ ଅଞ୍ଚଳରେ ଆକ୍ରମଣ କରାଯାଉଥିଲା। ଏହି ସମୟରେ ମେଣ୍ଟ ସେନାର ଏକ କ୍ଷେପଣାସ୍ତ୍ର ସାଦାହ ଅଞ୍ଚଳକୁ ବୁଲିବାକୁ ଯାଇଥିବା ଏକ ସ୍କୁଲ ବସ୍‍ରେ ଯାଇ ବାଜିଥିଲା। ଏଥିରେ ବସ୍‍ରେ ଥିବା ୨୯ ଶିଶୁଙ୍କ ମୃତ୍ୟୁ ଘଟିଛି। ହୁତି ବିଦ୍ରୋହୀଙ୍କ ନିୟନ୍ତ୍ରିତ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ସ୍କୁଲ ବସ୍‍ଟି ପିଲାମାନଙ୍କ ପାଣି ପିଇବା ଏବଂ ଖାଇବା ପାଇଁ ବଜାରରେ ଅଟକି ରହିଥିଲେ। ମେଣ୍ଟ ସେନାର ଏକ କ୍ଷେପଣାସ୍ତ୍ର ସ୍କୁଲ ବସ୍‍ରେ ବାଜିବା ପରେ ସେଥିରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ତଳକୁ ଓହ୍ଲାଇଥିବା କିଛି ଛାତ୍ରଛାତ୍ରୀ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ। ଏଥିରେ ୧୫ ବର୍ଷରୁ କମ୍‍ ବୟସର ୨୯ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅନ୍ତର୍ଜାତୀୟ ରେଡ୍‍ କ୍ରସ୍‍ କମିଟି (ଆଇଆରସିସି) ମୁଖପାତ୍ର ମିରେଲା ହୋଦେବ ପ୍ରକାଶ କରିଛନ୍ତି। ଅପରପକ୍ଷରେ ମେଣ୍ଟ ସେନା ମୁଖପାତ୍ର କର୍ଣ୍ଣେଲ ତୁର୍କି ଅଲ ମାଲିକି କହିଛଛନ୍ତି ଯେ କ୍ଷେପଣାସ୍ତ୍ର ନିଶାଣ ବସ୍‍ରେ ଯାଉଥିବା ଛାତ୍ରଙ୍କ ଆଡେ ନ ଥିଲା। ହୁତୀ ବଦ୍ରୋହୀମାନେ ଆତଙ୍କବାଦୀଙ୍କୁ ବଞ୍ଚାଇବାକୁ ସ୍କୁଲ ପିଲାଙ୍କୁ ବ୍ୟବହାର କରିଛନ୍ତି। ଉଲ୍ଲେଖ ଯେ ୨୦୧୫ରୁ ୟେମେନରେ ଗୃହଯୁଦ୍ଧ ଲାଗି ରହିଛି। ପଶ୍ଚିମ ୟେମେନର ଅନେକ ସହର ହୁତି ବିଦ୍ରୋହୀଙ୍କ କବଳରେ ଅଛି। ହୁତି ବିଦ୍ରୋହୀଙ୍କ ଦମନ ପାଇଁ ସାଉଦିଆରବ ନେତୃତ୍ୱରେ ୟୁଏଇ ଏବଂ ଅନ୍ୟ ୭ ଦେଶ ମିଳିତ ଅଭିଯାନ ଚଲାଇଛନ୍ତି। ମିଳିତ ଜାତିସଂଘର ସୂଚନା ଅନୁସାରେ ୟେମେନ ଗୃହଯୁଦ୍ଧରେ ଏପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଓ ୫୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ବିଦ୍ରୋହୀଙ୍କ ଯୋଗୁଁ ୟେମେନ ରାଷ୍ଟ୍ରପତି ଅବଦ୍ରାବୁହ ମନସୁର ହାଦି ଦେଶ ଛାଡ଼ି ଅନ୍ୟତ୍ର ବାସ କରୁଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories