www.samajalive.in
Sunday, December 7, 2025
23.1 C
Bhubaneswar

ଜାଣନ୍ତୁ କିଛି ସହଜ ଉପାୟ ; ପାଳନ କଲେ ହେବେ ଲାଭବାନ

ଆମ ଚାରିପାଖରେ ସକରାତ୍ମକ ଓ ନକରାତ୍ମକ ଶକ୍ତି ରହିଥାଏ। ଏହାସହ ସଭିଁଙ୍କ ଦୈନନ୍ଦିନ କାର୍ଯ୍ୟକଳାପ ଉଭୟ ସକରାତ୍ମକ ଓ ନକରାତ୍ମକ ଶକ୍ତିକୁ ପ୍ରଭାବିତ କରିଥାଏ। ନିୟମିତ ପ୍ରତି ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେଲେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଜାଣନ୍ତୁ ସେଭଳି କିଛି ଉପାୟ ବିଷୟରେ….
ପୋଷାକ ବ୍ୟକ୍ତିତ୍ୱ,ବ୍ୟବହାର, ଆତ୍ମବିଶ୍ୱାସକୁ ପ୍ରଦର୍ଶିତ କରିଥାଏ। କଦାପି, ଅପରିଷ୍କାର ପୋଷାକ ପରିଧାନ କରନ୍ତୁ ନାହିଁ। ସର୍ବଦା ସ୍ୱଚ୍ଛ ପୋଷାକ ପିନ୍ଧନ୍ତୁ। ଏହାଦ୍ୱାରା ମନକୁ ଶାନ୍ତି ମିଳିବା ସହ ସମସ୍ତ କାର୍ଯ୍ୟରେ ସଫଳତା ଓ କାର୍ଯ୍ୟ କରିବାକୁ ଆଗ୍ରହ ହୋଇଥାଏ।
ଦିନର ଆରମ୍ଭ ସର୍ବଦା ସଫା ପୋଷାକ ପିନ୍ଧିବାରୁ ହିଁ ଆରମ୍ଭ କରିବା ଆବଶ୍ୟକ।
ପୋଷାକ ସଫା କରିବା ପରେ ଏହାକୁ ଖରାରେ ନିଶ୍ଚୟ ଶୁଖାନ୍ତୁ। ଶୁଖାଯାଇଥିବା ପୋଷାକକୁ ସାରା ରାତି ବାହାରେ ଆଦୌ ରଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ମାସକୁ ଥରେ ଘରେ ଥିବା ତକିଆ ଓ ଗଦିକୁ ମଧ୍ୟ ଖରାରେ ରଖନ୍ତୁ।
ଘରେ ଫଟା ଲୁଗା, ପୋଷାକ ଆଦି ରଖନ୍ତୁ ନାହିଁ। ଯେଉଁ ପୋଷାକ ବ୍ୟବହାର ଉପଯୋଗୀ ନୁହେଁ ତାହାକୁ ମଧ୍ୟ ଘରେ ରଖିବା ଉଚିତ ନୁହେଁ।
ଘରର ଛାତକୁ ସର୍ବଦା ସ୍ୱଚ୍ଛ ରଖନ୍ତୁ।
ଘରର କିମ୍ବା କର୍ମକ୍ଷେତ୍ରରେ ଭଙ୍ଗା ଆଲମୀରା କଦାପି ରଖନ୍ତୁ ନାହିଁ। ଏହାଦ୍ୱାରା ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ। ଘରକୁ ସର୍ବଦା ସଫାସୁତୁରା ରଖନ୍ତୁ।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories