www.samajalive.in
Monday, December 15, 2025
14.1 C
Bhubaneswar

ଏସବିଆଇ ଖାତାଧାରକ ଆସ୍ୱସ୍ତ ; ହ୍ରାସ ପାଇବ ଜରିମାନା

ମୁମ୍ବଇ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ)ର ଗ୍ରାହକମାନଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ ପକ୍ଷରୁ ସଞ୍ଚୟ ଖାତାରେ ସର୍ବନିମ୍ନ ଜମା ନ ରଖିଲେ ଯେଉଁ  ​‌​ଜରିମାନା ଦେବାକୁ ପଡୁଥିଲା, ତାହାକୁ ହ୍ରାସ କରିବାକୁ  କର୍ତ୍ତୃପକ୍ଷ ନି​‌ଷ୍ପତ୍ତି ନେଇଛନ୍ତି।

ଏସବିଆଇ ପକ୍ଷରୁ କୁହାଯାଇଛି ଯେ, ସର୍ବନିମ୍ନ ଜମା ନ ରଖିଲେ ମହାନଗରୀ ଓ ସହରାଞ୍ଚଳର ଖାତାଧାରୀ ମାନଙ୍କ ଠାରୁ ପୂର୍ବରୁ ଯେଉଁ ୫୦ ଟଙ୍କା ସହିତ ଜିଏସଟି ଆଦାୟ କରାଯାଉଥିଲା, ଏପ୍ରିଲ ପହିଲାରୁ ତାହାକୁ ହ୍ରାସ କରାଯାଇ ୧୫ଟଙ୍କା ସହିତ ଜିଏସଟି ଆଦାୟ କରାଯିବ । ସେହିପରି ଅର୍ଦ୍ଧ ସହରାଞ୍ଚଳରେ ୪୦ ଟଙ୍କା ବଦଳରେ ୧୨ଟଙ୍କା ଓ ଗ୍ରାମାଞ୍ଚଳରେ ୧୦ ଟଙ୍କା ସହିତ ଜିଏସଟି ଆଦାୟ କରଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ​ ଏସବିଆଇର ୨୫ କୋଟି ଖାତାଧାରୀ ଏହା ଦ୍ୱାରା ଉପକୃତ ହୋଇ ପାରିବେ।

- Advertisement -

ଏହି ନୂଆ ନିୟମ ଅପ୍ରେଲ ପହିଲାରୁ ଲାଗୁ ହେବ ବୋଲି ଏସବିଆଇ ପକ୍ଷରୁ କୁହାଯାଇଛି।

ତେବେ ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା, ପେନ୍‌ସନ ଖାତା, ନାବାଳକଙ୍କ ଖାତା ଓ ସାମାଜିକ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କୁ ଏହି ସର୍ବନିମ୍ନ ଜମା ରଖିବା ଯୋଜନାରୁ ବାଦ ଦିଆଯାଇଛି । ସେହିପରି ୨୧ ବର୍ଷ ବୟସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସଞ୍ଚୟ ଖାତାକୁ  ମଧ୍ୟ ଏହି ଯୋଜନାରୁ ବାଦ ଦିଆଯାଇଛି ବୋଲି ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories