www.samajalive.in
Monday, December 15, 2025
27.1 C
Bhubaneswar

ଡିଏଲ୍‍ ଓ ଆରସିର ବିକଳ୍ପ ଡିଜିଲକର

ନୂଆଦିଲ୍ଲୀ: ଏଣିକି ଆଉ ସାଙ୍ଗରେ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‍) କିମ୍ବା ଗାଡ଼ିର କାଗଜପତ୍ର(ଆରସି) ନେବା ଆବଶ୍ୟକ ନାହିଁ। ଏଣିକି ଡିଜିଲକର ଏହି କାମ କରିବ। ଏମ୍‍ପରିବହନ ନାମରେ ଆରମ୍ଭ ହୋଇଥିବା ଏକ ଆପ୍‍ ଜରିଆରେ ଡିଜିଲକର କାମ କରିବ ଏବଂ ଚାଳକଙ୍କ ଡିଏଲ୍‍ ଓ ଗାଡ଼ିର ମାଲିକାନା ସମ୍ପର୍କରେ ସୂଚନା ଦେବ। ସଡ଼କ ପରିବହନ ମନ୍ତ୍ରାଳୟ ଏ ସଂକ୍ରାନ୍ତୀୟ ପ୍ରକ୍ର୍ରିୟାକୁ ଅନୁମୋଦନ କରିଛନ୍ତି। ଆଇଟି ଆଇନ ୨୦୦୦ ଅଧୀନରେ ଏହି କାର୍ଡକୁ ସ୍ୱୀକୃତ କରାଯାଇଥିବା ବେଳେ ମୋଟର ଭେହିକିଲ୍‍ ଆଇନ୍‍ ୧୯୮୮ ଅଧୀନରେ ଏହାକୁ ବୈଧ କରାଯାଇଛି।
ଡିଜିଲକରକୁ ବିକଳ୍ପ ଡିଏଲ୍‍ ଓ ଗାଡ଼ିର ମାଲିକାନାପତ୍ରର ବିକଳ୍ପ ଭାବରେ ତତ୍କାଳ ଗ୍ରହଣ କରିବାକୁ ମନ୍ତ୍ରାଳୟ ନିର୍ଦେଶନାମା ଜାରି କରିଛନ୍ତି। ନିର୍ଦେଶନାମାର ନକଲ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ, ପରିବହନ ସଚିବ, ପୁଲିସ ମହାନିର୍ଦେଶକ ଓ ଟ୍ରାଫିକ ଏଡିଜି ଓ ପରିବହନ କମିଶନରଙ୍କୁ ଦିଆଯାଇଛି।
ଡିଜିଲକରରେ ଲୋକମାନେ ସେମାନଙ୍କ ଡିଏଲ୍‍, ବୀମା ଓ ଆରସିର ଡିଜିଟାଲ୍‍ ନକଲକୁ ଅପ୍‍ଲୋଡ୍‍ କରି ସୁରକ୍ଷିତ ରଖିପାରିବେ। ଏଥିପାଇଁ ଗ୍ରାହକଙ୍କୁ ଏକ କୋଡ୍‍ ଓ ପାସ୍‍ୱାର୍ଡ ଦିଆଯିବ। ଆବଶ୍ୟକ ସ୍ଥଳରେ ଏହି ପାସ୍‍ୱାର୍ଡ ବ୍ୟବହାର କରି ଡିଜିଲକରରୁ ତଥ୍ୟକୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାଖଲ କରାଯାଇପାରିବ। ଏହି ବ୍ୟବସ୍ଥା ସିବିଏସ୍‍ଇ, ବ୍ୟାଙ୍କ ଓ କେତେକ ଘରୋଇ ଡାକ୍ତରଖାନା ସମେତ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇଥିବା ବେଳେ ମୋଟର ପରିବହନ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ପାଇଁ ଦାବି ହୋଇ ଆସୁଥିଲା।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories