www.samajalive.in
Monday, December 15, 2025
16.1 C
Bhubaneswar

ତୋତଡାପଲ୍ଲିର ମଇଁଷି ଚରାଳି ଧର୍ମା ନିଖୋଜ

ଗୋପାଳପୁର : ରଗେଂଇଲୁଣ୍ଡା ବ୍ଲକ ଅନ୍ତର୍ଗତ ତୋତଡାପଲ୍ଲୀ ଗ୍ରାମର ଜେ. ଧର୍ମା (୫୦) ତୁଳୁ ନିକଟସ୍ଥ ବେରେନ୍ଦା ପୋଖରୀ କଡ଼ରୁ ଗତ ଗୁରୁବାର ଅପରାହ୍ନ ଠାରୁ ନିଖୋଜ ରହିଛନ୍ତି । ଧର୍ମାଙ୍କ ପରିବାର ବର୍ଗଙ୍କ ଅଭିଯୋଗ ପରେ ଗୋଳନ୍ଥରା ଥାନା ପୁଲିସ, କନିଷି ଓ ବ୍ରହ୍ମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଛତ୍ରପୁର ଓଡ୍ରାଫ ଟିମ ପକ୍ଷରୁ ଦୁଇଦିନ ହେଲା ଖୋଜାଖୋଜି ପରେ ମଧ୍ୟ ଧର୍ମାଙ୍କକୌଣସି ସନ୍ଧାନ ମିଳିପାରିନାହିଁ।
ଅଭିଯୋଗ ଅନୁଯାୟୀ ଧର୍ମା ନିଜର କେତେକ ମଇଁଷିଙ୍କୁ ସାଥିରେ ନେଇ ଗାଁ ସନ୍ନିକଟ ତୁଳୁ ଅଞ୍ଚଳକୁ ଯାଇଥିଲେ। ମଧ୍ୟାହ୍ନ ୧୨ ଟା ବେଳେ ସ୍ଥାନୀୟ ଅଞ୍ଚଳର କେତେକ ଲୋକ ଧର୍ମାଙ୍କୁ ତୁଳୁ ନିକଟସ୍ଥ ବେରେନ୍ଦା ବନ୍ଧ ନିକଟକୁ ଥିବା ଦେଖିଥିଲେ। ସନ୍ଧ୍ୟା ସମୟରେ ମଇଁଷି ସହ ଧର୍ମା ଘରକୁ ନ ଫେରିବାରୁ ଘର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ଖୋଜାଖୋଜି ସମୟରେ ଉକ୍ତ ପୋଖରୀ କଡ଼ରେ ଏକ କିଆ ଗଛରେ ତାଙ୍କ ବ୍ୟାଗ ଆଉ ବାଡ଼ି ଥିବା ବେଳେ ପିନ୍ଧିଥିବା ଲୁଗାପଟା ପୋଖରୀ ନିକଟରୁ ପାଇଥିଲେ l କାଳେ ସେ ସେହି ପୋଖରୀରେ ବୁଡିଯାଇଥିବା ସନ୍ଧେହ କରି ଏନ. ଡମ୍ବୁର ରେଡି ଜିଲ୍ଲା ପ୍ରଶାସନକୁ ଏହା ନେଇ ଅବଗତ କରାଇବା ସହ ନିଖୋଜ ରହିଥିବା ଧର୍ମାକୁ ଠାବ କରିବାକୁ ନିବେଦନ କରିଥିଲେ। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଗୁରୁବାର ସନ୍ଧ୍ୟାରୁ କନିଷି ଏବଂ ବ୍ରହ୍ମପୁର ଅଗ୍ନିଶମ ବିଭାଗର ଏକ ଟିମ୍ ରାତି ୧୧ ଟା ପର୍ଯ୍ୟନ୍ତ ପୋଖରୀ ଭିତରେ ପସି ଖୋଜିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶନିବାର ଦିନ  ଓଡ୍ରାଫ ଟିମ ସନ୍ଧାନ କାର୍ଯ୍ୟରେ  ବୋଟ ସହ ସାମିଲ ହୋଇଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା କୌଣସି ଖୋଜଖବର ମିଳି ନଥିବା ଜଣାପଡ଼ିଛି। ଏଥି ସହ ଘଟଣା ସ୍ଥଳରେ କନିଷି ତହସିଲଦାର ତାପସ ରାଉତ, ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାଇକ ପ୍ରମୁଖ ଉପସ୍ଥିତ ରହି ସନ୍ଧାନ କାର୍ଯ୍ୟରେ ସାମିଲ ରହିଥିଲେ। ଇତିମଧ୍ୟରେ ଧର୍ମା ନିଖୋଜ ହେବାର ୩୦ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା କୌଣସି ଖୋଜଖବର ମିଳୁନଥିବାରୁ ସେ ପ୍ରକୃତରେ ପୋଖରୀରେ ନିଖୋଜ ହୋଇଛନ୍ତି ନା ଅନ୍ୟ କେଉଁ ଆଡେ ଚାଲି ଯାଇଛନ୍ତି। ଧର୍ମାଙ୍କ ନିଖୋଜ ପରେ ପରିବାରରେ ଥିବା ତାଙ୍କ ସ୍ତ୍ରୀ, ଦୁଇ ପୁଅ ଓ ଗୋଟିଏ ଝିଅ ଚିନ୍ତାରେ ରହିଥିବା ଜଣାପଡିଛି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories