ନବରଙ୍ଗପୁର: ଶୁକ୍ରବାରରେ ଦିଆଯାଇଥିବା ଭାରତବନ୍ଦ ପାଳନ ଡାକରା ନବରଙ୍ଗପୁରରେ ସଫଳ ହୋଇଛି। ବଣିକ ସଂଘ ପକ୍ଷରୁ ବନ୍ଦ ଡାକରାକୁ ସମର୍ଥନ କରାଯାଇଛି। ଫଳରେ ସମସ୍ତ ଦୋକାନ ଗୁଡିକ ବନ୍ଦ ରହିଥିଲା। ଏହାପରେ ସଂଘ ଦ୍ୱାରା ଏକ ବାଇକ ଶୋଭାଯାତ୍ରା କରାଯାଇ ଜିଲାପାଳ ଡ଼.ଅଜିତ କୁମାର ମିଶ୍ରଙ୍କୁ ଭେଟି ଏକ ଦାବି ପତ୍ର ଦିଆଯାଇଛି। ସଂଘର ସଭାପତି ଶୁଶୀଳ ଜୈନ, ଉପସଭାପତି ରାକେଶ ଗୁପ୍ତା, ସାଧାରଣ ସମ୍ପାଦକ ପିଏଲ ମୂର୍ତ୍ତିଙ୍କର ସମେତ ଶତାଧିକ ବ୍ୟବସାୟୀ ଯୋଗ ଦେଇଥିଲେ। ଦୋକାନ ବଜାର ବନ୍ଦ ଯୋଗୁଁ ଜନସାଧାରଣ ବହୁ ହଇରାଣ ହୋଇଥିଲେ।
Popular Categories



