www.samajalive.in
Monday, December 15, 2025
14.1 C
Bhubaneswar

ପ୍ରେମ, ପ୍ରତାରଣା ଓ ପୁଣି ପ୍ରେମ…. ଅନୁତାପ ପରେ ଜେଲ୍‌ରେ ବିବାହ

ଚୌଦ୍ୱାର : ପ୍ରେମ ପ୍ରତାରଣା ପୁଣି ପ୍ରେମ। ପ୍ରେମକରି ଜେଲ ଗଲାପରେ ବି ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଛି। ଦୀର୍ଘ ୫ବର୍ଷ ପରେ ପତାରଣାର ପଡିଛି ପୁର୍ଣ୍ଣଛେଦ। ଜେଲ ଭିତରେ ହୋଇଛି ବିବାହ। ଜଣେ ବିଚାରଧିନ କଏଦୀଙ୍କ ବେକରେ ବରଣମାଳା ପକାଇଛନ୍ତି ଅଭିଯୋଗକାରିଣୀ ପୀଡିତା। ଏଭଳି ନିଆରା ବାହାଘର ହୋଇଛି ଚୌଦ୍ୱାର ସର୍କଲ ଜେଲରେ। ଗୁରୁବାର ଦିନ ୧୧ଟା ସମୟରେ ଜେଲ ପ୍ରତିକ୍ଷାଳୟ ଗୃହରେ ନବବଧୂ ବେଶରେ ସଜେଇ ହୋଇ ବସିଥଲେ ମଞ୍ଜୁ। କୋଳରେ ଧରିଥିଲେ ୩ ମାସର ଶିଶୁପୁତ୍ର । ସାଙ୍ଗରେ ଥିଲେ ପରିବାର ଲୋକେ। ପ୍ରତିକ୍ଷାଳୟକୁ ଆସୁଥିବା ଆଗନ୍ତୁକମାନେ କିଛି ନ ଜାଣି ପାରି ମଞ୍ଜୁକୁ ପଚାରୁଥିଲେ କ’ଣ ଘଟଣା। ଖୁସିରେ ଆତ୍ମହରା ହୋଇ ମଞ୍ଜୁ କହିଥିଲେ ଆଜି ମୋର ବାହାଘର ହେବ ଏବଂ ମୁଁ ମୋ ଶାଶୁ ଘରକୁ ଯିବି।

ସୂଚନା ଅନୁଯାୟୀ, କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା ଗୋବରା ପଞ୍ଚାୟତର କିରିକିଆ ଗ୍ରାମର ସନାତନ ଚାତାରଙ୍କ ଝିଅ ମଞ୍ଜୁ (୧୮) ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ପ୍ରଥମେ ମୋବାଇଲରେ ସଂପର୍କ ଗଢିଉଠିଥିଲା ପାଖ ଗ୍ରାମ ଭରୁଙ୍ଗାବାଡିର ବେଞ୍ଜାବିନ ସିଂଙ୍କ ପୁଅ ରାଜେଶ ସିଂଙ୍କ ସହିତ। ଭାବର ଆଦାନପ୍ରଦାନ ପରେ ଗଢି ଉଠିଥିଲା ଶାରିରୀକ ସଂପର୍କ। ଫଳରେ ମଞ୍ଜୁ ହୋଇଥିଲେ ୮ମାସର ଗର୍ଭବତୀ। ଗର୍ଭବତୀ ହେବା ଜାଣିବା ପରେ ମଞ୍ଜୁ ପରିବାର ଲୋକଙ୍କୁ ଜଣାଇବା ସହିତ ରାଜେଶକୁ ବିବାହ କରିବା ପାଇଁ ଜିଦ୍ ଧରି ବସିଥିଲେ। ହେଲେ ମଞ୍ଜୁଙ୍କ ନିବେଦନକୁ ପ୍ରତ୍ୟାଖ୍ୟାାନ କରି ରାଜେଶ ଆଉ ଧରାଛୁଆଁ ଦେଇନଥିଲେ। ନିରୀହ ମଞ୍ଜୁର ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଗ୍ରାମରେ ବୈଠକ କରାଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ। ଇତି ମଧ୍ୟରେ ରାଜେଶ ପାଇଁ ତାଙ୍କ ପରିବାର ଲୋକେ ଅନ୍ୟତ୍ର ବିବାହ ପାଇଁ ଝିଅ ଖୋଜା ଆରମ୍ଭ କରିଦେଇଥିଲେ। ଏହା ଜାଣିପାରି ମଞ୍ଜୁ ପରିବାର ପକ୍ଷରୁ ସ୍ଥାନୀୟ ଗୁରୁଡିଝାଟିଆ ଥାନାରେ ୨୦୨୦ ମସିହା ନଭେମ୍ବର ମାସ ୧୨ ତାରିଖରେ ଏକ ଅଭିଯୋଗ ଦାୟର କରିଥିଲେ। ପୁଲିସ ଅଭିଯୁକ୍ତ ରାଜେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ରାଜେଶକୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଥିଲା। ମଞ୍ଜୁ ନାବାଳିକା ଥିବା ହେତୁ ସ୍ପେସାଲ ପୋଷ୍କୋ କୋର୍ଟରେ ମାମଲାର ବିଚାର ଚାଲିଥିଲା। ଏହି ଭିତରେ ମଞ୍ଜୁ ସାବାଳିକା ହୋଇଥିବା ବେଳେ ରାଜେଶ ମଧ୍ୟ ନିଜକୁ ଅନୁତାପ କରି ମଞ୍ଜୁକୁ ବିବାହ କରିବା ପାଇଁ ପରିବାର ଲୋକ ତଥା ଜେଲର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଜେଲ ଅଧିକାରୀ ଏନେଇ କୋର୍ଟକୁ ମଧ୍ୟ ଜଣାଇଥିଲେ। କୋର୍ଟର ନିର୍ଦ୍ଦେଶମତେ ସୋମବାର ଉଭୟ ପରିବାରର ଲୋକ,ଜେଲ ଡିଆଇଜି କୁଳମଣି ବେହେରା,ଚୌଦ୍ୱାର ଜେଲର କର୍ମଚାରୀଙ୍କ ଉପସ୍ଥିତରେ ଜେଲ ପରିସରରେ ମଞ୍ଜୁ ଓ ଅଭିଯୁକ୍ତ ରାଜେଶଙ୍କ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା। ଏନେଇ ଚୌଦ୍ୱାର ଜେଲ ତରଫରୁ ବିବାହ ପାଇଁ ଆବଶ୍ୟକତା ଥିବା ସମସ୍ତ ସାମଗ୍ରୀ ଯୋଗାଇ ଦିଆଯାଇଥିବା ଜେଲର ଅବିନାଶ ବେହେରା କହିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶମତେ ଏହି କାର୍ଯ୍ୟରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର ଫାଉଣ୍ଡେସନ୍‌ର ସଭାପତି ନରୋତ୍ତମ ଦାସ,ଉପଦେଷ୍ଟା କିରଣବାଳା ନାୟକ,ଗୋଲାପ ସିଂଙ୍କ ସମେତ ସମସ୍ତ କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ। ବିବାହ ପରେ ମଞ୍ଜୁ ଶାଶୁ ଶ୍ବଶୁରଙ୍କ ସହିତ ଶାଶୁ ଘରକୁ ଯାଇଥିଲେ। ରାଜେଶଙ୍କୁ କେବେ ବେଲ ମିଳିବ ଓ କେବେ ସେ ଘରକୁ ଫରିବେ ତାଙ୍କର ଫେରିବା ବାଟକୁ ଅପେକ୍ଷା କରି ଦିନ କାଟିବେ ବୋଲି ମଞ୍ଜୁ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories