www.samajalive.in
Saturday, December 6, 2025
15.1 C
Bhubaneswar

ବାତଜ୍ବର ନିରାକରଣ ପାଇଁ ଔଷଧ ସେବନ ଜରୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଫାଇଲେରିଆ ନିରାକରଣ ଅଭିଯାନରେ ଗୁରୁବାର ସମୁହ ଔଷଧ ସେବନ ଆରମ୍ଭ ହୋଇଯାଇଛି। ବ୍ରହ୍ମପୁର ମେଡ଼ିକାଲ କ୍ୟାମ୍ପସ ହାଇସ୍କୁଲ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) କମିଶନର ଡ.ସିଦ୍ଧେଶ୍ବର ବଳିରାମ ବୋନ୍ଦର ଔଷଧ ସେବନର ଉଦ୍‌ଘାଟନ କରିଥିଲେ। ବାତଜ୍ବରକୁ ସମୁହ ନିରାକରଣ ପାଇଁ ଔଷଧ ସେବନ ଜରୁରୀ ବୋଲି ସେ ପ୍ରକାଶ କରିବା ସହ ସମସ୍ତେ ଔଷଧ ଖାଇବା ଉଚିତ ବୋଲି ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲାପାଳ ୱି.କିର୍ତ୍ତି ଭାସନ୍‌, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର କମ୍ୟୁନିକେବଲ ଡିଜିଜ୍‌ର ଟିମ୍‌ ଲିଡର୍‌ ଡା. ଆଲେକ୍ସଜେଣ୍ଡାର ଭୋକାଟି, ଜିଲା ମୁଖ୍ୟ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଉମାଶଙ୍କର ମିଶ୍ର, ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଆର୍‌ ଜଗଦିଶ ପଟ୍ଟନାୟକ, ଜିଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ(ଭେକ୍ଟରବାହିତ ରୋଗ) ଡା. ସନ୍ତୋଷ କୁମାର ପାଢ଼ୀ, ଡବ୍ଲ୍ୟୁଏଚ୍‌ଓର ଏସ୍‌ସି ଡା. ବିଶ୍ବ ପ୍ରକାଶ ଦତ୍ତ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଜିଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ, ଜାତୀୟ ସ୍ବାସ୍ଥ୍ୟ ମିଶନର ଡିପିଏମ୍‌ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ନିଜେ ଔଷଧ ସେବନ କରିବା ସହ ଛାତ୍ରମାନଙ୍କୁ ଔଷଧ ଖୁଆଇଥିଲେ। ଶେଷରେ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତୀ କୁମାରୀ ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଜିଲାର ମୋଟ ୪୬୦ଟି ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ବଟିକା ଦିଆଯିବ। ମୋଟ ୩୫ଲକ୍ଷ ୫୨ହଜାର ୨୨୬ଜଣଙ୍କୁ ବଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ଔଷଧ ବଣ୍ଟନ ପାଇଁ ୭୦୫୦ଜଣ ଆଶା ଏବଂ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ବଣ୍ଟନ କାର୍ୟ୍ୟକ୍ରମର ତଦାରଖ କରିବାକୁ ୭୦୫ଜଣ ସୁପରଭାଇଜର୍‌ଙ୍କୁ ଦାୟିତ୍ବ ଦିଆଯାଇଛି। ମୋଟ ୮୮ଲକ୍ଷ ୮୦ହଜାର ୫୬୫ଟି ଡିଇସି ବଟିକା ଏବଂ ୩୫ଲକ୍ଷ ୫୨ହଜାର ୨୨୬ଟି ଆଲ୍‌ବେଣ୍ଡାଜୋଲ୍‌ ବଟିକ ବଣ୍ଟନ କରାଯିବ। ବୟସ ଅନୁପାତରେ ସଠିକ୍‌ ମାତ୍ରାରେ ଉଭୟ ବଟିକା ପ୍ରଦାନ କରାଯିବ। ଯଦି କୌଣସି କାରଣରୁ କାର୍ୟ୍ୟକ୍ରମର ପ୍ରଥମ ଦିନ ଅର୍ଥାତ୍‌ ମାର୍ଚ୍ଚ ୨୫ ତାରିଖରେ ଔଷଧ ଖାଇ ନ ପାରନ୍ତି, ତେବେ ମାର୍ଚ୍ଚ ୬ ତାରିଖ ଭିତରେ ଯେକୌଣସି ଦିନ ଖାଇହେବ। ଆଶା ଏବଂ ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ବଟିକା ବଣ୍ଟନ କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories