www.samajalive.in
Saturday, December 6, 2025
26.1 C
Bhubaneswar

୧ କୋଟି ୨୬ ଲକ୍ଷ ୭୧ ହଜାର ଟପିଲା ଦେଶରେ କୋଭିଡ ଟିକାକରଣ

ଦେଶରେ କୋଭିଡ ଟିକାକରଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜି ସକାଳ ସୁଦ୍ଧା ସାରା ଦେଶରେ ୨ ଲକ୍ଷ ୬୪ ହଜାର ୩୧୫ଟି ସେସନରେ ୧ କୋଟି ୨୬ ଲକ୍ଷ ୭୧ ହଜାର ୧୬୩ ଜଣଙ୍କୁ ଟିକାକରଣ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୯୫୯ଟି ସେସନରେ ୫ ଲକ୍ଷ ୩ ହଜାର ୯୪୭ ଜଣଙ୍କୁ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଏବେ ଦେଶରେ ଉଭୟ ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣରେ ୨ ଲକ୍ଷ ୮୭ ହଜାର ୩୨ ଜଣକୁ ଟିକା ଦିଆଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୨ ଲକ୍ଷ ୧୬ ହଜାର ୯୧୫ ଜଣଙ୍କୁ ଟିକା ଦିଆଯାଇଛି। ଏ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଦେଶରେ ୧ କୋଟି ୧୦ ଲକ୍ଷ ୫୪ ହଜାର ୮୧୫ ଓ ଦ୍ଵିତୀୟ ପର୍ଯ୍ୟାୟରେ ୧୬ ଲକ୍ଷ ୧୬ ହଜାର ୩୪୮ ଜଣଙ୍କୁ ଟିକା ଦିଆଯାଇ ସାରିଛି।

ଟିକାକରଣ କ୍ଷେତ୍ରରେ ଦେଶରେ ଉତ୍ତରପ୍ରଦେଶ ଆଗରେ ରହିଛି। ଉତ୍ତରପ୍ରଦେଶରେ ଆଜି ସୁଦ୍ଧା ୧୨ ଲକ୍ଷ ୨୬ ହଜାର ୭୭୫ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ମହାରାଷ୍ଟ୍ରରେ ୧୦ ଲକ୍ଷ ୮୭ ହଜାର ୧୧୧, ରାଜସ୍ଥାନରେ ୯ ଲକ୍ଷ ୩୧ ହଜାର ୨୨୨, ଗୁଜରାଟରେ ୯ ଲକ୍ଷ ୧୦ ହଜାର ୬୮୩, ପଶ୍ଚିମବଙ୍ଗରେ ୮ ଲକ୍ଷ ୮୬ ହଜାର ୪୯୧, କର୍ଣ୍ଣାଟକରେ ୭ ଲକ୍ଷ ୬୫ ହଜାର ୬୬୯, ମଧ୍ୟ ପ୍ରଦେଶରେ ୭ ଲକ୍ଷ ୨୪ ହଜାର ୩୫୦ ଓ ବିହାରରେ ୬ ଲକ୍ଷ ୭୯୫ ଜଣଙ୍କୁ କୋଭିଡ ଟିକା ଦିଆଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories