www.samajalive.in
Saturday, December 13, 2025
27.1 C
Bhubaneswar

ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଠିକଣା

ଭୁବନେଶ୍ୱର: ବଦଳିବ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟର ଠିକଣା। ଲୋକସେବା ଭବନ ପରିବର୍ତ୍ତେ ଏଣିକି ଖାରବେଳ ଭବନର ସପ୍ତମ ମହଲାକୁ ଏହା ଉଠିଯିବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଖାରବେଳ ଭବନର ସପ୍ତମ ମହଲାର ପଶ୍ଚିମ ଭାଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ କରିବା ପାଇଁ ସାଜସଜ୍ଜା ଓ ଅତ୍ୟାଧୁନିକ ସୁବିଧା ନିମନ୍ତେ ପ୍ରାୟ ୬କୋଟି ଟଙ୍କା ବଜେଟ୍ ବ୍ୟୟବରାଦ ହୋଇଛି। ଏହି କୋଠାରେ ଅତ୍ୟାଧୁନିକ ଫୋର-କେ ଭିଡିଓ କନଫରେନ୍ସିଂ ବାର ସମେତ ଅତ୍ୟାଧୁନିକ ସୁବିଧାସୁଯୋଗ ଉପଲବ୍ଧ ହେବ। ମୁଖ୍ୟମନ୍ତ୍ରୀଙ୍କ ସହ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ମୁଖ୍ୟ ପରାମର୍ଶଦାତାଙ୍କ ଅଫିସ୍ ମଧ୍ୟ ରହିବ। ମୁଖ୍ୟମନ୍ତ୍ରୀ ସେହି ଅଫିସରେ ବସି ରାଜ୍ୟର ସବୁ ଭାଗ ସହ ଯେଭଳି ଯୋଡ଼ି ହୋଇପାରିବେ ସେଥିପାଇଁ ସେଠାରେ ସମସ୍ତ ପ୍ରକାରର ଆଧୁନିକ ସୁବିଧାଯୁକ୍ତ ଯୋଗାଯୋଗ ବ୍ୟବସ୍ଥା କରାଯାଉଛି।

ସପ୍ତମ ମହଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟର ଅଫିସରମାନଙ୍କ ଲାଉଞ୍ଜ ‘ଥ୍ରୀ-ଡି’ ଭଳି ଦୃଶ୍ୟମାନ ହେବ। ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଚାମ୍ବର, ୱେଟିଂ ଲବି, କନଫରେନ୍ସ ହଲ, ଆଇପି ଆଧାରିତ ଇଣ୍ଟରକମ୍ ଓ କ୍ୟାଣ୍ଟିନର ସୁବିଧା ମଧ୍ୟ ରହିବ। ଏସବୁ ଆଭ୍ୟନ୍ତରୀଣ କାର୍ୟ୍ୟ ନିମନ୍ତେ ମୋଟ ୬କୋଟି ଟଙ୍କା ବ୍ୟୟବରାଦ ହୋଇଛି। ମୁଖ୍ୟମନ୍ତ୍ରୀ, ତାଙ୍କ ପ୍ରମୁଖ ସଚିବ, ପ୍ରମୁଖ ପରାମର୍ଶଦାତାଙ୍କ ରୁମରେ ୭୫ ଇଞ୍ଚର ଏଲଇଡି ଟିଭି ଲାଗିବା ସହ କନଫରେନ୍ସ ହଲରେ ମଧ୍ୟ ବିଶାଳ ଏଲଇଡି ସୁବିଧା ରହିବ। ମୁଖ୍ୟମନ୍ତ୍ରୀଙ୍କ ଅଫିସ ନିମନ୍ତେ ସ୍ୱତନ୍ତ୍ର ଭାବେ ଜେନେରେଟର ଓ ଅନ୍ୟାନ୍ୟ ସୁବିଧା ରହିବ। ବର୍ତ୍ତମାନ ଲୋକସେବା ଭବନର ତୃତୀୟ ମହଲାରେ ତାଙ୍କ କାର୍ୟ୍ୟାଳୟ ରହିଛି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories