www.samajalive.in
Saturday, December 13, 2025
27.1 C
Bhubaneswar

ହାଇକୋର୍ଟରେ ହାଜର ହେଲେ ସଚିବ

କଟକ: ହାଇକୋର୍ଟଙ୍କ ଫେବ୍ରୁଆରି ୧୭ର ନିର୍ଦ୍ଦେଶରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ସଚିବଙ୍କ ବିରୋଧରେ ଦାୟର ଅଦାଲତ ଅବମାନନା ମାମଲାରେ ଆଜି ସଚିବ ମୋନା ଶର୍ମା ବ୍ୟକ୍ତିଗତ ଭାବେ ହାଜର ହୋଇ ନିସର୍ତ୍ତ କ୍ଷମା ମାଗିଥିଲେ। ପୂର୍ବ ନିର୍ଦେଶ ଅମାନ୍ୟ କରିଥିବାରୁ କୋର୍ଟ ଭର୍ତ୍ସନା କରିଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ଫେବ୍ରୁଆରି ୧୭ରେ ବ୍ରଜମୋହନ ମହାନ୍ତିଙ୍କ ରିଟ୍ ଅପିଲର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ହାଇକୋର୍ଟଙ୍କ ଜାନୁଆରି ୫ ତାରିଖ ନିର୍ଦ୍ଦେଶ ଉଲ୍ଲଂଘନ ହୋଇଛି। ଏହାପରେ ହାଇକୋର୍ଟ ମାମଲାର ଶୁଣାଣି କରି ଜଙ୍ଗଲ ଓ ପରିବେଶ ବିଭାଗ ସଚିବଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜୁଡିସିଅଲ ରେଜିଷ୍ଟାରଙ୍କ ପକ୍ଷରୁ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା।

ମାମଲାର ବିବରଣୀରୁ ପ୍ରକାଶ ଯେ ଭଦ୍ରକ ବଣ୍ୟପ୍ରାଣୀ ଡିଭିଜନରେ ଏସିଏଫ୍ ଭାବେ କାର୍ୟ୍ୟ କରୁଥିବା ଆବେଦନକାରୀ ୧୯୮୮ରେ ଫରେଷ୍ଟ ରେଞ୍ଜର କ୍ୟାଡର ପଦବିରେ ଯୋଗ ଦେଇଥିଲେ। ୨୦୧୪ରେ ଫରେଷ୍ଟ ରେଞ୍ଜରଙ୍କ ଗ୍ରେଡେସନ୍ ତାଲିକା ପ୍ରକାଶ ପାଇଥିବା ବେଳେ ଆବେଦନକାରୀ ୧୨୪ ନମ୍ବର ସ୍ଥାନରେ ରହିଥିଲେ। କିନ୍ତୁ ତାଙ୍କ ପରେ ଚାକିରିରେ ଯୋଗ ଦେଇଥିବା କେତେକ ବ୍ୟକ୍ତିଙ୍କୁ ତାଲିକାରେ ଉପର ସ୍ଥାନ ମିଳିଥିଲା। ଏଭଳି ଘଟଣାର ପ୍ରତିବାଦ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜାନୁଆରି ୫ରେ ହାଇକୋର୍ଟ ଏ ସଂପର୍କିତ ରିଟ୍ ଅପିଲର ଶୁଣାଣି କରି ୨୦୨୦, ଡିସେମ୍ବର ୩୦ରେ ଆସିଷ୍ଟାଣ୍ଟ କଂଜରଭେଟର ଅଫ୍ ଫରେଷ୍ଟସ୍, ଓଏଫସ୍ ଗ୍ରୁପ୍-ଏ(ଜେବି)ର ଅଧିକାରୀଙ୍କୁ ଡେପୁଟି କଂଜରଭେଟର ଅଫ୍ ଫରେଷ୍ଟସ୍ ଓଏଫଏସ ଗ୍ରୁପ୍-ଏ(ଏସବି) ପଦବିକୁ ଆଡ୍-ହକ୍ ପ୍ରମୋସନ୍ ପ୍ରଦାନ ସଂପର୍କିତ ଜଙ୍ଗଲ ଓ ପରିବେଶ ବିଭାଗର ବିଜ୍ଞପ୍ତି କାର୍ୟ୍ୟକାରୀ ଉପରେ ଅଙ୍କୁଶ ଜାରି କରିଥିଲେ। ଜାନୁଆରି ୨୨ରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବ୍ୟକ୍ତିଗତ ଭାବେ ହାଜର ହୋଇ ସତ୍ୟପାଠ ମାଧ୍ୟମରେ ଜବାବରେ ଉଲ୍ଲେଖ କରାଯାଇଥିଲା ଯେ ୨୦୨୦, ଡିସେମ୍ବର ୩୦ର ବିଜ୍ଞପ୍ତି ଅନ୍ୟାଦେଶ ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି।

- Advertisement -

ଏହାପରେ ଆବେଦନକାରୀ ଏକ ଅନ୍ତରୀଣ ଆବେଦନ ସହିତ ଜଙ୍ଗଲ ଓ ପରିବେଶ ବିଭାଗ ଡେପୁଟି ସେକ୍ରେଟାରି ୨୦୨୧, ଜାନୁଆରି ୨୯ରେ ପିସିସିଏଫ୍ ଓ ଏଚଓଏଫଏଫଙ୍କୁ ଲେଖିଥିବା ଚିଠିର ନକଲ ଦାଖଲ କରିଥିଲେ। ଏଥିରେ ଜଣେ ୨୦୨୦, ଡିସେମ୍ବର ୩୦ର ବିଜ୍ଞପ୍ତି ଅନୁସାରେ ଜ‌ଣେ ଅଧିକାରୀଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଥିବା ନେଇ ସ୍ପଷ୍ଟ ହୋଇଥିଲା। ଏଥିରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଜଙ୍ଗଲ ଓ ପରିବେଶ ବିଭାଗ ଉଲ୍ଲଂଘନ କରିଥିବା ଜଣା ପଡିଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଶିଭୂଷଣ ଜେନା ଓ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଛନ୍ତି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories