www.samajalive.in
Saturday, December 6, 2025
16.1 C
Bhubaneswar

ପଦ୍ମଶ୍ରୀ ବଟକୃଷ୍ଣ ସାହୁ ଆଇସିଏଆର୍‍ ଏଡିଜିଙ୍କ ଦ୍ୱାରା ସମ୍ମାନୀତ

ଭୁବନେଶ୍ୱର : କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ସଂସ୍ଥା(ସିଫା) ତରଫରୁ ସରକଣାସ୍ଥିତ ଜଳଜୀବ ପାଳନ କ୍ଷେତ୍ର ବିଦ୍ୟାଳୟ (ଏଏଫ୍‍ଏସ୍‍)ଠାରେ କୃଷକ କ୍ଷେତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସିଫାର ବୈଜ୍ଞାନିକମାନେ ଅଂଶଗ୍ରହଣ କରି କୃଷକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ବୈଜ୍ଞାନିକମାନେ ମତ୍ସ୍ୟଉତ୍ପାଦନର ଆଧୁନିକ କୌଶଳ ସମ୍ବନ୍ଧରେ କୃଷକମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ସେମାନେ କିପରି ବିଶ୍ୱମହାମାରୀ କୋଭିଡ-୧୯ ସମୟରେ ମତ୍ସ୍ୟ ଉତ୍ପାଦନ ଓ କୃଷି ପରିଚାଳନା କରୁଥିଲେ ସେ ସମ୍ବନ୍ଧରେ ମତାମତ ଗ୍ରହଣ କରିଥିଲେ। ଆଖପାଖର ବିଭିନ୍ନଗ୍ରାମରୁ ପ୍ରାୟ ୮୦ ଜଣ ମାଛଚାଷୀ ଏଥିରେ ଯୋଗଦାନ କରି ସେମାନଙ୍କ ଅନୁଭୂତି ସିଫା ବୈଜ୍ଞାନିକମାନଙ୍କ ଆଗରେ ବର୍ଣ୍ଣନା କରିଥିଲେ।ବୈଜ୍ଞାନିକ ପ୍ରଣାଳୀରେ ମାଛଚାଷ କରି ଏକ ରୋଲ୍‍ ମଡେଲ ପାଲଟିଥିବା ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବଟକୃଷ୍ଣ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା। ସିଫାର ସାମାଜିକ ବିଜ୍ଞାନ ବିଭାଗର ମୁଖ୍ୟ ଡଃ ଜି. ଏସ୍‍. ସାହା ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଜଳକୃଷି କ୍ଷେତ୍ରବିଦ୍ୟାଳୟ ଓ କ୍ଷେତ୍ରସମ୍ବନ୍ଧରେ ପ୍ରାକ୍‍ସୂଚନା ଦେଇଥିଲେ। ସିଫା ଦ୍ୱାରା ୨୦୦୯ ମସିହାରୁ ଏଏଫ୍‍ଏସ୍‍ ପ୍ରତିଷ୍ଠାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। କୃଷକମାନଙ୍କମଧ୍ୟରେ ଅନୁଭୂତି ବିତରଣକରି ଜ୍ଞାନର ବିକାଶ କରିବା ଏଏଫ୍‍ଏସ୍‍ର ଉଦ୍ଦେଶ୍ୟ ଓ ଏହା ଏବେ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ବୋଲି ଡଃସାହା ପ୍ରକାଶ କରିଥିଲେ।

ପଦ୍ମଶ୍ରୀ ବଟକୃଷ୍ଣ ସାହୁଙ୍କୁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ସହକାରୀ ମହାନିର୍ଦ୍ଦେଶକ ଡଃ ବିମଳ ପ୍ରସନ୍ନ ମହାନ୍ତି ସମ୍ମାନୀତ କରିବା ସହ ଆୟୋଜିତ ସଭାରେ ସଭାପତିତ୍ୱ କରିଥିଲେ। ସିଫା ସହ ଦୀର୍ଘ ଦିନର ସଂପର୍କ ଓ ପଦ୍ମଶ୍ରୀ ଉପାଧି ପାଇଥିବା ଯୋଗୁଁ ଡଃମହାନ୍ତି ଶ୍ରୀସାହୁଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରତ୍ୟୁତ୍ତରରେ ପଦ୍ମଶ୍ରୀ ସାହୁ ମାଛଚାଷ କ୍ଷେତ୍ରରେ ତାଙ୍କର ଥିବା ୪୦ ବର୍ଷର ଅନୁଭୂତିକୁ  ଉପସ୍ଥିତ ଚାଷୀମାନଙ୍କୁ ବର୍ଣ୍ଣନା କରିବା ସହିତ ଜଳକୃଷି କ୍ଷେତ୍ରବିଦ୍ୟାଳୟ ବିଶ୍ୱମହାମାରୀ ସମୟରେ କୃଷକମାନଙ୍କ ଆବଶ୍ୟକତାକୁ ମେଣ୍ଟାଇ ସେମାନଙ୍କର ସମସ୍ୟାର ସମାଧାନ କରିଥିଲା ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ମତ୍ସ୍ୟ ଅଧିକାରୀ ଏ. କେ. ବସ୍ତିଆ, ଅବସରପ୍ରାପ୍ତ ମତ୍ସ୍ୟ ଅଧିକାରୀ ରଘୁନାଥ ନାୟକ ଏହି ସଭାରେ ଯୋଗଦାନ କରି ଉପସ୍ଥିତ କୃଷକମାନଙ୍କୁ ଉଦ୍‍ବୋଧନ ଦେଇଥିଲେ।
ଏହିକାର୍ଯ୍ୟକ୍ରମକୁ ସିଫା ସାମାଜିକ ବିଜ୍ଞାନ ବିଭାଗର ପ୍ରଧାନ ବୈଜ୍ଞାନିକ ଡଃ ହିମାଂଶୁ କୁମାର ଦେ ପରିଚାଳନା କରିଥିଲାବେଳେ ବୈଷୟିକ ଅଧିକାରୀ ଶ୍ରୀ ଦୁର୍ଗା ପ୍ରସାଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories