www.samajalive.in
Tuesday, December 9, 2025
15.1 C
Bhubaneswar

ଉପହାରରେ ଦିଅନ୍ତୁ ନାହିଁ ପାଣି ପାତ୍ର 

ଜଳ ମୁଖ୍ୟତଃ କେଉଁ ଗ୍ରହ ସହ ଜଡ଼ିତ ଓ ଜୀବନରେ ଏହାର ପ୍ରଭାବ କ’ଣ, ତାହା ହୁଏତ ସଭିଁଙ୍କୁ ଜାଣାନଥାଏ। ତେବେ ଆସନ୍ତୁ ଜାଣିବା ଜଳ ସହ ଗ୍ରହର କ’ଣ ରହିଛି ସମ୍ବନ୍ଧ …….
ଜଳର ମୁଖ୍ୟତଃ ଚନ୍ଦ୍ରମା ଓ ଶୁକ୍ର ଗ୍ରହଙ୍କ ସହ ସମ୍ବନ୍ଧ ରହିଛି। କିଛି ମାତ୍ରାର ଏହାର ସମ୍ବନ୍ଧ ମଙ୍ଗଳ ଗ୍ରହଙ୍କ ସହ ମଧ୍ୟ ରହିଛି। ଜଳର ସଠିକ ପ୍ରୟୋଗ କରିବା ଦ୍ୱାରା ଜାତକରେ ଶୁକ୍ର ଓ ଚନ୍ଦ୍ରମାଙ୍କ ସ୍ଥିତି ଉତ୍ତମ ରହିଥାଏ।
ଶୁକ୍ରଙ୍କ ସ୍ଥିତି ମଜଭୂତ କରିବା ପାଇଁ ଏପରି କରନ୍ତୁ ଜଳର ପ୍ରୟୋଗ –
ପ୍ରତିଦିନ ୨ଥର ସ୍ନାନ କରନ୍ତୁ।
ସ୍ନାନ ଜଳରେ କିଛି ମାତ୍ରାରେ ଗୋଲାପ ଜଳ ମିଶାନ୍ତୁ।
କାଚ ଗ୍ଲାସରେ ନିୟମିତ ଜଳ ପିଅନ୍ତୁ।
ପାଣି ପାତ୍ର ଉପହାରରେ ଦିଅନ୍ତୁ ନାହିଁ।
ଚନ୍ଦ୍ରମାଙ୍କ ସ୍ଥିତି ସୁଦୃଢ ଓ ମାନସିକ ଶାନ୍ତି ପାଇଁ ଏପରି କରନ୍ତୁ ଜଳର ପ୍ରୟୋଗ –
ଘରର ବଗିଚାରେ ବହୁ ପ୍ରକାରର ଫୁଲର ବୃକ୍ଷ ଲଗାନ୍ତୁ ଓ ନିୟମିତ ସେଥିରେ ଜଳ ଅର୍ପଣ କରନ୍ତୁ।
ବର୍ଷାର ଜଳ ଏକ କାଚ ପାତ୍ରରେ ନେଇ କିଛି ସମୟ ଯାଏଁ ନିଜ ଶୟନ କକ୍ଷରେ ରଖନ୍ତୁ।
ଚନ୍ଦ୍ରମାଙ୍କ ସ୍ଥିତି ମଜଭୂତ କରିବା ପାଇଁ ସ୍ନାନ କରିବା ସମୟରେ ପ୍ରଥମେ ନାଭିରେ ଜଳ ପକାଇ ସ୍ନାନ କରନ୍ତୁ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories