www.samajalive.in
Sunday, December 14, 2025
26.1 C
Bhubaneswar

ଦୁଇ ଗୋଷ୍ଠି ମଧ୍ୟରେ ମାର୍‍ପିଟ୍‍; ଏକାଧିକ ମହିଳା ଆହତ

ପିପିଲି : ପିପିଲି ବ୍ଲକ ନୂଆଶାସନ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଆସନ୍ତା ୨୪ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଆଜି ଚଉଦମାଣ ଗ୍ରାମରେ ରାଜନୈତିକ ଉତ୍ତେଜନା ପ୍ରକାଶ ପାଇଛି । ଦୁଇ ପ୍ରମୁଖ ରାଜନୈତିକ ଗୋଷ୍ଠି ମଧ୍ୟରେ ମାର୍‍ପିଟ୍‍ ଘଟି ଉଭୟ ପକ୍ଷର ଏକାଧିକ ମହିଳା ଆହତ ହୋଇଥିବା ବେଳେ ଏନେଇ ପିପିଲି ପୁଲିସରେ ଦୁଇଟି ମାମଲା ରୁଜୁ ହୋଇଛି ।

ସୂଚନା ଅନୁଯାୟୀ, ନୂଆଶାସନ ପଞ୍ଚାୟତର ଚଉଦମାଣ ଗ୍ରାମରେ ଆଜି ଅପରାହ୍ନ ୪ଟା ସମୟରେ ମହିଳା ଗୋଷ୍ଠିର ବୈଠକ ଚାଲିଥିବା ସମୟରେ କୌଣସି କାରଣରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସେଠାରେ ଦୁଇଗୋଷ୍ଠି ମଧ୍ୟରେ ମାର୍‍ପିଟ୍‍ ଘଟିଥିବା ନେଇ ପିପିଲି ପୁଲିସରେ ଅଭିଯୋଗ ହୋଇଛି। ଏଥିରେ ଉଭୟ ଗୋଷ୍ଠିର ଏକାଧିକ ମହିଳା ଆହତ ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଏହି ଘଟଣା ଯେପରି ଆଗକୁ ଅଧିକ ଉଗ୍ର ରୂପ ଧାରଣ ନ କରେ ସେଥିପାଇଁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯିବା ସହ ପରିସ୍ଥିତି ପ୍ରତି ପୁଲିସ କଡା ନଜର ରଖିଥିବା ସଂପର୍କରେ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ସୂଚନା ଦେଇଛନ୍ତି ।  ଏନେଇ ଉଭୟ ରାଜନୈତିକ ଗୋଷ୍ଠି ପକ୍ଷରୁ ପୁଲିସରେ ଦୁଇଟି ପୃଥକ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି । ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ପ୍ରତି ଆଇନ ଅନୁଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ଶ୍ରୀପୃଷ୍ଟି ସୂଚନା ଦେଇଛନ୍ତି । ଏହି ଗଣ୍ଡଗୋଳ ଘଟଣାରେ ପିପିଲି ବ୍ଲକ ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋସ୍ନାରାଣୀ ପୃଷ୍ଟି ଆହତ ହୋଇଥିବା ବେଳେ ତାଙ୍କୁ ପିପିଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍‍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ସେହିପରି ଅପର ଗୋଷ୍ଠିର ପ୍ରତିମା ସାହୁଙ୍କ ସମେତ ଅନ୍ୟ ଦୁଇ ଜଣ ମହିଳା ଆହତ ହୋଇଥିବା ସୂଚନା ମିଳିଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories