www.samajalive.in
Monday, December 15, 2025
17.1 C
Bhubaneswar

ଆନ୍ଧ୍ରର ନିର୍ମାଣ କାମକୁ ବିରୋଧ, ସୀମାନ୍ତରେ ଓଡ଼ିଶା-ଆନ୍ଧ୍ର ଗ୍ରାମବାସୀ ହାତାହାତି

ପାରଳାଖେମୁଣ୍ଡି: ଓଡ଼ିଶା ମାଟିରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ନେଇ ଲାଗି ରହିଥିବା ବିବାଦ ନଥମୁଣୁ ଆଜି ଉଭୟ ରାଜ୍ୟର ଗ୍ରାମବାସୀଙ୍କ ମଧ୍ୟରେ ଜମିକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଓଡ଼ିଶାର ଜଳ, ଜମି ଓ ଜଙ୍ଗଲ ପ୍ରତି ଆନ୍ଧ୍ର ଲୋଲୁପ ଦୃଷ୍ଟି ପକାଇ ଆସୁଛି । ନିଜର ବିସ୍ତାରବାଦୀ ଚିନ୍ତାଧାରା ଯୋଗୁ କେବେ ସରକାରୀ କଳ ତ ଆଉ କେତେବେଳେ ନିର୍ବାଚିତ ପ୍ରତିନିଧିଙ୍କୁ ବ୍ୟବହାର କରି ଓଡ଼ିଶାର ସୀମାକୁ ନିଜ ଅକ୍ତିଆରକୁ ନେବା ପାଇଁ ପ୍ରୟାସ ଜାରି ରଖିଛି । ଓଡ଼ିଶା ସୀମାକୁ ଲାଗି ରହିଥିବା ଆନ୍ଧ୍ର ଗ୍ରାମଗୁଡିକର ଜନସାଧାରଣଙ୍କୁ ବ୍ୟବହାର କରି ଓଡ଼ିଶାର ମାନଚିତ୍ରକୁ ପରିବର୍ତ୍ତନ କରିବାକୁ ପ୍ରୟାସ କରୁଥିବା ଘଟଣାକୁ ନେଇ ଆଜି ଦୁଇ ରାଜ୍ୟର ସୀମାନ୍ତ ଗ୍ରାମବାସୀଙ୍କ ମଧ୍ୟରେ ନୂତନ ବିବାଦ ଦେଖାଦେଇଛି। ଗଜପତି ଜିଲା ନୂଆ ବାରଘର ଗ୍ରାମରେ ଉଭୟ ଆନ୍ଧ୍ର ଓ ଓଡିଶା ଗ୍ରାମବାସୀଙ୍କ ମଧ୍ୟରେ ଏହାକୁ ନେଇ ମୁହାଁମୁହିଁ ସ୍ଥିତି ଉପୁଜିଛି।

ଆଜି ଗଜପତି ଜିଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ନୂଆ ବାରଘର ନିକଟରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ଆନ୍ଧ୍ରପ୍ରଦେଶର କୋଣ୍ଡାମେରା ଗ୍ରାମବାସୀ ଓଡ଼ିଶା ସୀମା ମଧ୍ୟରେ ପ୍ରବେଶ କରି ରାସ୍ତା, ପୋଖରୀ, ଖେଳ ପଡିଆ ଓ ଚାଷ ଜମି ନିର୍ମାଣ କାମ ଟ୍ରାକ୍ଟର ଓ ଜେସିବି ଦ୍ବାରା କରାଇବାରୁ ନୂଆବାରଘର ଗ୍ରାମବାସୀ ଏହାର ଦୃଢ ବିରୋଧ କରିବାରୁ ମୁହାଁମୁହିଁ ସ୍ଥିିତି ଉପୁଜିଥିଲା। ଖବର ପାଇ ଘଟଣାସ୍ଥଳରେ ରାୟଗଡ ବ୍ଲକ ଅଧ୍ୟକ୍ଷ ଧନେଶ୍ବର ଭୂୟାଁ ଓ ଆନ୍ଧ୍ରପ୍ରଦେଶର ଚିପି ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ଚିରଞ୍ଜୀବ ଶବର ଉପସ୍ଥିତ ରହିଥିଲେ ମଧ୍ୟ ଉଭୟ ଗ୍ରାମବାସୀ ଉତ୍ତେଜିତ ହୋଇ ପଡିଥିଲେ । ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଥିଲା। ପରେ ରାୟଗଡ଼ ତହସିଲଦାର ଲୀଳାବତି ଆଚାର୍ୟ୍ୟ ଓ ଗାରାବନ୍ଧ ପୁଲିସ ପହଞ୍ଚି ଉଭୟ ଆନ୍ଧ୍ର ଓ ଓଡ଼ିଶା ପକ୍ଷଙ୍କୁ ବୁଝାସୁଝା କରିଥିଲେ। ନୂଆ ବାରଘର ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଆନ୍ଧ୍ର କୋଣ୍ଡାମେରା ଗ୍ରାମବାସୀ ବାରମ୍ବାର ଝଗଡା କରିବା ସହ ଓଡ଼ିଶା ସୀମାରେ ଅବାଧ ପ୍ରବେଶ କରୁଛନ୍ତି। ତିତଲି ସାମୁଦ୍ରିକ ଝଡରେ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲା ନୂଆବାରଘର ଗ୍ରାମ । ପାହଡରୁ ଅତଡା ଖସି ୧୬ଜଣଙ୍କ ପ୍ରାଣହାନି ଘଟିବା ସହ ବହୁ ଧନଜୀବନ ନଷ୍ଟ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପ୍ରତି ଦୃଷ୍ଟି ଦେଇ ବାରଘର ପ୍ରତି ଭବିଷ୍ୟତରେ ବିପଦ ଥିବାରୁ ସେହି ଗ୍ରାମକୁ ସ୍ଥାନାନ୍ତର କରିବା ସହ ଜୀବିକାର ଉତ୍ସ ତୁରନ୍ତ ଯୋଗାଇବାକୁ ଜିଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ।

- Advertisement -

ସେପଟେ କୋଣ୍ଡାମେରା ଗ୍ରାମବାସୀ ଓଡିଶାର ଏହି ଜମି ନିଜର ବୋଲି ଦାବି କରି ପୂର୍ବ ପୁରୁଷରୁ ଚାଷ କରି ଆସୁଛୁ ବୋଲି ଦାବି କରୁଛନ୍ତି । ଏପଟେ ନୂଆବାରଘର ବାସୀ କୋଣ୍ଡାମେରା ଗ୍ରାମବାସୀଙ୍କୁ ଇଞ୍ଚିଏ ଜାଗା ଛାଡିବାକୁ ରାଜି ହେଉନାହାନ୍ତି। ଉଭୟ ରାଜ୍ୟର ମିଳିତ ନିର୍ଦ୍ଧାରଣ ପରେ କିଛି କହିହେବ ବୋଲି ରାୟଗଡ ତହସିଲଦାର କହିବା ସହ ବର୍ତ୍ତମାନ ଚାଲିଥିବା ନିର୍ମାଣ କାମ ବନ୍ଦ କରାଇବା ସହ ବିବାଦୀୟ ସ୍ଥଲରୁ ଜେସିବି ମେସିନ ହଟାଇ ଦିଆଯାଇଛି ବୋଲି କହିଛନ୍ତି। ଏହି ବିବାଦ ସମ୍ପର୍କରେ ସେ ଅବଗତ ଅଛନ୍ତି। ଅତିଶୀଘ୍ର ଉଭୟ ରାଜ୍ୟର ପଦାଧିକାରୀଙ୍କୁ ନେଇ ମିଳିତ ଯାଞ୍ଚ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଗଜପତି ଜିଲାପାଳ ଅନୁପମ ଶାହ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories