www.samajalive.in
Saturday, December 13, 2025
27.1 C
Bhubaneswar

ପୁଲିସର ଧିମା ତଦନ୍ତରେ ଅସନ୍ତୋଷ ବ୍ୟକ୍ତ କଲେ ଝରାଫୁଲଙ୍କ ବାପା ରମାକାନ୍ତ

ରସୁଲପୁର : ଝରାଫୁଲ ନାୟକ ମୃତ୍ୟୁ ଘଟଣା ଏହା ମଧ୍ୟରେ ୧୮ଦିନ ବିତିଯାଇଥିଲେ ମଧ୍ୟ ଏହି ଘଟଣାର ତଦନ୍ତ କରୁଥିବା କୁଆଖିଆ ଥାନା ପୁଲିସ ଗିରଫ କରିଥିବା ମୁଖ୍ୟ ଅଭିଯୁକ୍ତ ରାକେଶର ସହଯୋଗୀ ଅଭିଯୁକ୍ତ ଶକ୍ତିଶେଖର ସ୍ୱାଇଁକୁ ଗିରଫ କରିପାରିନାହିଁ। ଝରାଫୁଲର ମୋବାଇଲଟି ଏଯାବତ ଉଦ୍ଧାର ହୋଇନି। ଏ ସମ୍ପର୍କରେ ମନସ୍ତାପରେ ରହିଛନ୍ତି ଝରାଫୁଲର ବାପା ରମାକାନ୍ତ। ଭୁବନେଶ୍ୱରରେ କଟାମୁଣ୍ଡ ଘଟଣାରେ ମୃତ ମହିଳାଙ୍କ ପରିଚୟ ଜାଣିବା ସକାଶେ ଫଟୋ ଛାପିବା ସହ ଘଟଣାର ତଥ୍ୟ ପ୍ରଦାନକାରୀଙ୍କୁ ୫୦ ହଜାର ଟଙ୍କା ଅର୍ଥ ପୁରସ୍କାର ଘୋଷଣା କରାଯାଇଛି। ଝରାଫୁଲର ମୃତ୍ୟୁ ଘଟଣାରେ ସମ୍ପୃକ୍ତି ଥାଇ ଦୀର୍ଘଦିନ ହେଲା ଫେରାରଥିବା ଶକ୍ତିଶେଖରର ଫଟୋ ସାର୍ବଜନୀନ କରା ନଯିବା ପରିତାପର ବିଷୟ ବୋଲି ସେ କହିଛନ୍ତି। ଆବଶ୍ୟକ ପଡିଲେ ତାଙ୍କର କିଛି ଜମି ବିକ୍ରିକରି ପୁରସ୍କାର ବାବଦକୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ପ୍ରଦାନ କରିବାକୁ ସେ ପ୍ରସ୍ତୁତ ଥିବା କହିଛନ୍ତି। ଆଜି ଅପରାହ୍ନରେ ଘଟଣାର ତଦନ୍ତକାରୀ ଅଫିସର ଯାଜପୁର ଏସଡିପିଓ ଚିନ୍ମୟକୁମାର ନାୟକଙ୍କ ନେତୃତ୍ୱରେ କେତେକ ପୁଲିସ ଅଫିସର ଝରାଫୁଲର ଗାଁ ଯଶିପୁର ଥାନା ଅନ୍ତର୍ଗତ ବୃନ୍ଦେଇପସି ଗ୍ରାମରେ ପହଞ୍ଚି ଝରାଫୁଲର ବାପା ଓ ପରିବାର ସହ ଆଲୋଚନାକରି କେତେକ ତଥ୍ୟ ହାସଲ କରି ଫେରିଛନ୍ତି। ଝରାଫୁଲ ଗତ ୨୪ ତାରିଖରେ ଗାଁରୁ ଭୁବନେଶ୍ୱର ଯିବା ଓ ୨୬ ତାରିଖ ପର୍ଯ୍ୟନ୍ତ ମୋବାଇଲରେ ବାପାଙ୍କ ସହ କ’ଣ କ’ଣ ବାର୍ତ୍ତାଳାପ ହୋଇଥିଲା ତଦନ୍ତକାରୀ ଅଫିସର ତାଙ୍କଠାରୁ ପଚାରି ବୁଝିଥିଲେ।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories