www.samajalive.in
Saturday, December 13, 2025
27.1 C
Bhubaneswar

ଦୌଡ଼କୁଦ ୧୮ରେ ଇଣ୍ଡିଆନ ଗ୍ରାଁ ପ୍ରି-୧: ଅଲିମ୍ପିକ୍‌ସ ଯୋଗ୍ୟତା ଲକ୍ଷ୍ୟରେ ଦୂତି ଓ ଅମିୟ

କଟକ : ପତିଆଲାରେ ଚଳିତ ଫେବୃଆରୀ ୧୮ରେ ପ୍ରଥମ, ୨୫ରେ ୨ୟ ଓ ମାର୍ଚ୍ଚ ୫ରେ ୩ୟ ଇଣ୍ଡିଆନ ଗ୍ରାଁ ପ୍ରି ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ଓଡ଼ିଆ ଧାବିକା ଅଲିମ୍ପିଆନ ଦୂତି ଚାନ୍ଦ ଓ ଧାବକ ଅମିୟ ମଲ୍ଲିକ ଅଂଶଗ୍ରହଣ କରିବେ। ଇଣ୍ଡିଆନ ଗ୍ରାଁ ପ୍ରି ରୁ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିବା ନେଇ ସୁଯୋଗ ରହିଥିବାରୁ ଦୂତି ଓ ଅମିୟଙ୍କ ପାଇଁ ଉକ୍ତ ପ୍ରତିଯୋଗିତା ଗୁରୁତ୍ବ ବହନ କରୁଛି। ୧୦୦ମିଟର ଦୌଡ଼ରେ ଜାତୀୟ ରେକର୍ଡଧାରୀ ଦୂତି ଓ ଅମିୟଙ୍କ ନଜର ରହିଛି ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିବା। ୧୦୦ ମିଟର ଦୌଡ଼ରେ ଶ୍ରେଷ୍ଠ ଟାଇମିଂ ୧୧.୨୨ ସେକେଣ୍ଡ ସହ ଜାତୀୟ ରେକର୍ଡ ନିଜ ନାମରେ ରଖିଥିବା ଦୂତି ଟୋକିଓ ଅଲିମ୍ପିକ୍‌ସ ଟାଇମିଂ ହାସଲ କରିବା ଲକ୍ଷ୍ୟ ରଖିଛନ୍ତି। ଟୋକିଓ ଅଲିମ୍ପିକ୍‌ସ ମହିଳା ୧୦୦ ମିଟର ଦୌଡ଼ ଯୋଗ୍ୟତା ୧୧.୧୫ ରହିଛି। ଉକ୍ତ ଟାଇମିଂକୁ ହାସଲ କରିବା ନେଇ ପ୍ରସ୍ତୁତି କରୁଛି। ହାଇଦ୍ରାବାଦ୍‌ରେ ପ୍ରଶିକ୍ଷଣ ନେଇ ଓଡ଼ିଶା ଫେରିଛି। ପତିଆଲାରେ ୧୮ରେ ଆୟୋଜିତ ହେବାକୁ ଥିବା ଇଣ୍ଡିଆନ ଗ୍ରାଁ ପ୍ରି ରେ ଅଂଶଗ୍ରହଣ କରିବା ସହ ଭଲ ଟାଇମିଂ ହାସଲ କରିବା ଲକ୍ଷ୍ୟ ରଖିଛି ବୋଲି ଦୂତି କହିଛନ୍ତି। ସେହିପରି କଳିଙ୍ଗ ଷ୍ଟାଡ଼ିୟମସ୍ଥ ହାଇପର୍ଫମାନ୍ସ ଆଥ୍‌ଲେଟିକ୍‌ କେନ୍ଦ୍ରରେ ଏ. ରାଜେଶଙ୍କ ନିକଟରୁ ପ୍ରଶିକ୍ଷଣ ହାସଲ କରୁଥିବା ଅମିୟ ୧୦୦ମିଟର ଦୌଡ଼ରେ ୧୦.୨୬ ସେକେଣ୍ଡ ସହ ଜାତୀୟ ରେକର୍ଡର ଅଧିକାରୀ ରହିଛନ୍ତି। ପୁରୁଷ ୧୦୦ମିଟର ଦୌଡ଼ରେ ଅଲିମ୍ପିକ୍‌ସ ଯୋଗ୍ୟତା ୧୦.୫ ସେକେଣ୍ଡ ରହିଛି। ପତିଆଲା ଇଣ୍ଡିଆନ ଗ୍ରାଁ ପ୍ରି ରୁ ଟୋକିଓ ଅଲିମ୍ପିକ୍‌ସ ଟାଇମିଂ ହାସଲ କରିବା ନେଇ ଅମିୟ ଲକ୍ଷ୍ୟ ରଖିଛନ୍ତି।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories