୨୦୨୦ ସୁଦ୍ଧା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ନିଜସ୍ୱ ବିମାନ

0

ନୂଆଦିଲ୍ଲୀ : ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ନିଜସ୍ୱ ବିମାନ ବ୍ୟବସ୍ଥା କରାଯାଇଛି। ୨୦୨୦ ସୁଦ୍ଧା ଏମାନଙ୍କୁ ସେମାନଙ୍କର ନିଜସ୍ୱ ବିମାନ ମିଳିଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏଥିପାଇଁ ଏୟାର ଇଣ୍ଡିଆ ଦୁଇଟି ୭୭୭-୩୦୦ ଇଆର ବୋଇଙ୍ଗ କିଣିଛି। ଏହି ବୋଇଙ୍ଗରେ ଏବେ ଭିଆଇପି ଏନକ୍ଲୋଜର, ସାମ୍ବାଦିକ ସମ୍ମିଳନୀ କୋଠରି, ଆମ୍ବୁଲାନ୍ସ ୟୁନିଟ୍‌ ଭଳି ବ୍ୟବସ୍ଥା କରାଯାଉଛି। ଏହି ବୋଇଙ୍ଗରେ ଆକାଶ ମାର୍ଗରେ ଥିବା ସମୟରେ ୱାଇଫାଇ ବ୍ୟବସ୍ଥା ରହିବ। ଏହା କ୍ଷେପଣାସ୍ତ୍ର ନିରୋଧୀ ବିମାନ।

Leave A Reply