www.samajalive.in
Saturday, December 13, 2025
27.1 C
Bhubaneswar

୩ ଦିନିଆ ହେପାଜତରେ ପୁଷ୍ପଲତାଙ୍କ ହତ୍ୟାକାରୀ

ଭୁବନେଶ୍ବର/ଚନ୍ଦକା : ଚନ୍ଦକା ଥାନା ଅଧୀନ ଅନ୍ଧାରୁଆ-ଦାସପୁର ରାସ୍ତା କଡ଼ରୁ ଗତ ୪ ତାରିଖ ସକାଳୁ ମୁଣ୍ଡ ବିହୀନ ମହିଳାଙ୍କ ୭ଦିନ ପରେ ପରିଚୟ ମିଳିଥିଲା। ମୃତ ମହିଳାଙ୍କ ମା’ ମିନତି ପାତ୍ର ପୁଲିସକୁ ଏହି ସୂଚନା ଦେଇଥିଲେ। ପୁଷ୍ପଲତା ରାଉଳଙ୍କ ପରିଚୟ ଜାଣିବା ପରେ କମିସନରେଟ ପୁଲିସର ସ୍ପେଶାଲ ସ୍କ୍ବାଡ୍‌ ତ୍ବରିତ୍‌ ବେଗରେ ପଦକ୍ଷେପ ନେଇ ଦଶପଲ୍ଲାରୁ ଦୁଇ ଅଭିଯୁକ୍ତ ସଞ୍ଜୟ ଓରଫ୍ ଅଙ୍ଗଦ ଦାସ ଏବଂ ଚନ୍ଦୁ ଓରଫ୍ ଶ୍ରୀକାନ୍ତ ଦାସକୁ ଗିରଫ କରିଥିଲା। ଦୁଇ ଅଭିଯୁକ୍ତଙ୍କୁ ଠାବ କରିବା ପରେ ପୁଷ୍ପଲତାଙ୍କ ମୁଣ୍ଡ ମିଳିଥିଲା। ଅଭିଯୁକ୍ତ ଦୁଇ ଜଣ ସଞ୍ଜୟ ଏବଂ ଚନ୍ଦୁକୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ଦୁଇ ଅଭିଯୁକ୍ତଙ୍କୁ ହେପାଜତରେ ଆଣି ପୁଲିସ ଅଧିକ ଜେରା କରିବା ଲାଗି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଦୁଇ ଜଣଙ୍କୁ ୫ଦିନ ପାଇଁ ହେପାଜତରେ ଆଣିବା ଲାଗି ଚନ୍ଦକା ପୁଲିସ ଆବେଦନ କରିଥିଲା। ରାତିରେ ଦୁଇ ଅଭିଯୁକ୍ତଙ୍କୁ ୩ଦିନ ପାଇଁ ହେପାଜତରେ ନେବାକୁ ଅନୁମତି ଦେଇଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ଆଣିବା ପରେ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ଲାଗି ଅନେକ ପ୍ରମାଣ ସଂଗ୍ରହ କରାଯିବ। ଯାହାକୁ ତଦନ୍ତରେ ଚେନ୍ ଅଫ୍ ଏଭିଡେନ୍ସ ବା ପ୍ରମାଣ ସଂଗ୍ରହର ଶୃଙ୍ଖଳ କୁହାଯାଏ ବୋଲି କହିଛନ୍ତି ଡିସିପି ଡ. ଉମାଶଙ୍କର ଦାଶ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories