www.samajalive.in
Saturday, December 13, 2025
27.1 C
Bhubaneswar

୧୬ରୁ ଦୁଇଦିନ ବର୍ଷା, ଘଡ଼ଘଡ଼ି

ଭୁବନେଶ୍ବର : ଆସନ୍ତା ୧୬ ତାରିଖରୁ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହିତ ଘଡଘଡି ହେବାର ସମ୍ଭାବନା ରହିଛି। ଏହି ସମୟରେ ପୂର୍ବଦିଗ ସମୁଦ୍ର ମଧ୍ୟରୁ ଗରମ ପବନ ଓଡ଼ିଶା ମଧ୍ୟକୁ ପ୍ରବାହିତ କରିବ। ଠିକ୍ ସେହି ସମୟରେ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ପବନ ବହିବ। ଗୋଟିଏ ସମୟରେ ରାଜ୍ୟ ଭିତରକୁ ଗରମ ଓ ଥଣ୍ଡା ପବନ ପ୍ରବାହିତ କରୁଥିବାରୁ ବାୟୁ ମଣ୍ଡଳରେ ଉଭୟ ବାୟୁ ମିଶ୍ରଣ କରିବ। ଏହାଦ୍ବାରା ଘଡଘଡି ସହିତ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
୧୬ରେ ବରଗଡ, ଝାରସୁଗୁଡା, ନୂଆପଡା, ସୁନ୍ଦରଗଡ, ସମ୍ବଲପୁର, ଅନୁଗୋଳ, ଦେବଗଡ ଏବଂ କେନ୍ଦ୍ୁଝର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହିତ ଘଡିଘଡି ହୋଇପାରେ। ୧୭ରେ ବିଭିନ୍ନ ସ୍ଥାନରେ ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି। ଏହା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଆସନ୍ତା ଦୁଇଦିନ ଧରି ଉତ୍ତର-ଉପକୂଳବର୍ତ୍ତୀ ଜିଲାଗୁଡିକରେ କୁହୁଡି ଦୃଶ୍ୟମାନ ହେବ। ଶନିବାର ସକାଳେ କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଏବଂ ସୋନପୁର ଜିଲାରେ କୁହୁଡି ଅନୁଭୂତ ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ଫୁଲବାଣୀରେ ୧୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଅନ୍ୟାନ୍ୟ ସ୍ଥାନଗୁଡିକରେ ପାରଦ ୧୧ ଡିଗ୍ରୀ ଉପରେ ରହିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାତ୍ରିର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ। ପ୍ରାୟ ୨ରୁ ୩ ଡିଗ୍ରୀ ଯାଏଁ ବଢିବ। ଅପରପକ୍ଷରେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ରାଜ୍ୟର ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ରହିଛି, ଏହା କ୍ରମଶଃ ଭାବେ ବଢିବ।
ଆସନ୍ତା ୧୬ ତାରିଖରେ ପଶ୍ଚିମ ଓଡ଼ିଶା ଓ ସଂଲଗ୍ନ ଛତିଶଗଡ ସହିତ ଝାରଖଣ୍ଡରେ ବଙ୍ଗୋପସାଗରୀୟ ପବନ ସହିତ ଉତ୍ତରା ପବନ ମିଶ୍ରଣ କରିବ।
ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୪ ଦିନ ଧରି ପାଗ ମେଘୁଆ ରହିବ। କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୨୦ ତାରିଖରୁ ପୁଣି ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories