www.samajalive.in
Wednesday, December 10, 2025
16.1 C
Bhubaneswar

ରାସ୍ତା ପାର୍ଶ୍ବ ପରିବା ଦୋକାନୀଙ୍କ ଉପରେ ମାଡ଼ିଗଲା ପିକ୍‌ଅପ୍‌ ଭ୍ୟାନ୍‌: ଜଣେ ମୃତ, ୨ ଗୁରୁତର

ଟିଟିଲାଗଡ଼: ଆଜି ଟିଟିଲାଗଡ଼ ଥାନା ନିକଟ ରାସ୍ତାକଡ଼ ଦୋକାନ ଉପରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ମାଡ଼ି ଯିବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିବାବେଳେ ସ୍ଥାନୀୟ ଅଞ୍ଚଳର ଉତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ପିକ୍‌ଅପ୍‌ ଭ୍ୟାନ୍‌କୁ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି।


କରୋନା ମହାମାରୀ ପରେ ଜୀବନ ଜୀବିକାକୁ ନେଇ ସଂର୍ଘର୍ଷ କରି ରୋଜଗାର ପାଇଁ ରାସ୍ତା ପାର୍ଶ୍ୱରେ ଖୋଲିଥିଲେ ପରିବା ଦୋକାନ। ଆଜି ଏକ ଦ୍ରୁତଗାମୀ ପିକ୍‌ ଭ୍ୟାନ୍‌ ସେମାନଙ୍କ ଉପରେ ମାଡ଼ି ଯାଇ ସେମାନଙ୍କ ପରିବାରକୁ ଉଜାଡ଼ି ଦେଇଛି। ଆଜି ଅପରାହ୍ନରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଟାଉନ୍‌ ଉପରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି। ସବୁଦିନ ପରି ମଙ୍ଗଳବାର ଇଚ୍ଛା ବାଗଙ୍କ ସହ ଅନ୍ୟ ପରିବା ବ୍ୟବସାୟୀ ଟିଟିଲାଗଡ଼ ନବନିର୍ମିତ ଓଭରବ୍ରିଜ୍‌ ତଳେ ବସି ପନିପରିବା ବିକ୍ରି କରୁଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ମାଲବାହୀ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ପନିପରିବା ଦୋକାନୀଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଇଚ୍ଛାଙ୍କର ମୃତ୍ୟୁ ଘଟିଥିଲା ଏବଂ ସେଠାଥିବା ଅନ୍ୟ ୩ ଜଣ ଗୁରୁତର ହୋଇଥିଲେ। ମୃତା ଇଚ୍ଛା ବାଗଙ୍କ ଘର ଟିଟିଲାଗଡ଼ ମଦଭାଟି ପଡାର ବୋଲି ଜଣାପଡ଼ିଛି।

- Advertisement -

ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ୨:୩୦ ମିନିଟ ସମୟରେ ଟିଟିଲାଗଡ଼ ପୁଲିସ ଥାନା ନିକଟରେ ଥିବା ଉଠା ପରିବା ବ୍ୟବସାୟୀ ମାନେ ପ୍ରତିଦିନ ପରି ପରିବା ପସରା ଦେଇ ବସିଥିବା ବେଳେ ଏକ ପିକ୍‌ ଅପ୍‌ ଭ୍ୟାନ ହଠାତ ପରିବା ବିକାଳୀଙ୍କ ଉପରକୁ ମାଡି ଯାଇଥିଲା। ଅନେକ ଜୀବନ ବିକଳରେ ପଳାଇବାକୁ ସକ୍ଷମ ହୋଇ ଥିବା ବେଳେ କେତେକ ପରିବା ବ୍ୟବସାୟୀଙ୍କ ଉପରକୁ ମାଡି ଯାଇଥିଲା ପିକଅପ୍‌ ଭ୍ୟାନ। ଅନେକ ଯନ୍ତ୍ରଣାରେ ଛଟପଟ ହେଉ ଥିବା ବେଳେ ସ୍ଥାନୀୟ ଲୋକେ ଏବଂ ଟିଟିଲାଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି। ଘଟଣା ସ୍ଥଳରେ ବ୍ୟାପକ ଉତ୍ତେଜନ ଦେଖା ଦେଇଛି। ସତ ବେହେରା.. ଶ୍ରୀ ହରି ମାଝୀ ଗୁରୁତର ଆହତ ହୋଇ ଥିବା ବେଳେ ଇଚ୍ଛା ବାଗ ନାମକ ବୃଦ୍ଧା ମୃତୁବରଣ କରିଛନ୍ତି। ଜଣେ ଗୁରୁତର ଙ୍କୁ ବଲାଙ୍ଗୀର ଜିଲ୍ଲା ଡାକ୍ତରଖାନା କୁ ସ୍ଥାନାନ୍ତର କରିଛନ୍ତି।


ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ପିକ୍‌ଅପ୍‌ ଭ୍ୟାନ୍‌କୁ ଓଲଟାଇ ପକାଇଥିଲେ। ପିକପ୍‌ ଭ୍ୟାନ୍‌ ଧକ୍କାରେ ଇଚ୍ଛା ବାଗ୍‌ଙ୍କ ମୃତ୍ୟୁକୁ ନେଇ ଉତେଜନା ପ୍ରକାଶ ପାଇଥିଲା। ଉତ୍ୟକ୍ତ ଲୋକେ ଉପଖଣ୍ଡ ଡାକ୍ତରଖାନା ସମ୍ମୁଖରେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର କେଉଁଆଡ଼େ ଫେରାର ହୋଇଯାଇଛି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories