www.samajalive.in
Wednesday, December 10, 2025
23.1 C
Bhubaneswar

ଜଳିଗଲା ବସ, ବର୍ତ୍ତିଲେ ଓଡ଼ିଆ ଶ୍ରମିକ

ବିଶାଖାପାଟଣା: ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଜଳିଗଲା। ବସ୍‌ରେ ସର୍ଟ ସର୍କିଟ୍‌ ହୋଇ ନିଅଁା ଲାଗି ଯାଇଥିବା ସୂଚନା ସମସ୍ତ ଯାତ୍ରୀ ଉଦ୍ଧାର ହୋଇଛନ୍ତି। ବସ୍‌ରେ ଡ୍ରାଇଭର, ହେଲ୍‌ପର ସହ ୩୨ଜଣ ଯାତ୍ରୀ ଥିଲେ। ବିଶାଖାପାଟଣା ପାଇକରାଓପେଟା ନିକଟରେ ପାଞ୍ଚ ନମ୍ବର ଜାତୀୟ ରାଜପଥ-୫ରେ ବସଟି ଜଳି ଯାଇଥିଲା। ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଜଳୁଥିବା ବସ୍‌ର ନିଅଁାକୁ ଆୟତ୍ତ କରିବା ପାଇଁ ଦମକଳବାହିନୀକୁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା।

 

- Advertisement -

ସୂଚନା ଅନୁଯାୟୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଏକ ବିଶାଖାପାଟଣା ଯାଉଥିଲା। ପାଞ୍ଚ ନମ୍ବର ଜାତୀୟ ରାଜପଥରେ ଯାଉଥିବାବେଳେ ବସ୍‌ର ପଛପଟୁ ଅଧିକ ଧୂଆଁ ନିର୍ଗତ ହେଉଥିବା ଡ୍ରାଇଭର ମିରର୍‌ରେ ଦେଖିପାରିଥିଲେ। ଅଘଟଣର ଆଶଙ୍କା କରି ସେ ରାସ୍ତା ପାର୍ଶ୍ବରେ ବସ୍‌କୁ ଠିଆ କରିଥିଲେ ଏବଂ ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ବସରୁ ଓହ୍ଲାଇବାକୁ ଅନୁରୋଧ କରିଥିଲେ। ହେଲ୍‌ପର ସମେତ ସମସ୍ତ ଯାତ୍ରୀ ବସରୁ ଓହ୍ଲାଇ ପଡ଼ିଥିଲେ। ଏହାପରେ ସେଠାରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ବସ୍‌ରେ ସର୍ଟ ସର୍କିଟ୍‌ ହୋଇ ନିଅଁା ଲାଗି ଯାଇଥିବା ସୂଚନା ମିଳିଛି। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଯାତ୍ରୀମାନେ ବର୍ତ୍ତି ଯାଇଥିଲେ। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇପାରିଥିଲା। ଫଳରେ ସମସ୍ତ ଯାତ୍ରୀ ଡ୍ରାଇଭରଙ୍କୁ ପ୍ରଶଂସା କରିଥିଲେ।

Hot this week

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

Related Articles

Popular Categories