www.samajalive.in
Wednesday, December 10, 2025
26.1 C
Bhubaneswar

ପାକିସ୍ତାନ ନ ଯିବା ମୋ ପାଇଁ ସୌଭାଗ୍ୟର ବିଷୟ: ଆଜାଦ

ନୂଆଦିଲ୍ଲୀ: ମୁଁ ନିଜକୁ ବହୁତ ଭାଗ୍ୟବାନ୍‌ ମନେକରୁଛି, କାରଣ ମୁଁ କେବେ ପାକିସ୍ତାନ ଯାଇନାହିଁ। ଏହା ମୋ ପାଇଁ ସୌଭାଗ୍ୟର ବିଷୟ। ମୁଁ ଜଣେ ହିନ୍ଦୁସ୍ତାନୀ ମୁସଲମାନ ହୋଇଥିବାରୁ ଗର୍ବ ଅନୁଭବ କରୁଛି ବୋଲି କହିଛନ୍ତି କଂଗ୍ରେସ ସାଂସଦ ତଥା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ। ଆଜାଦଙ୍କ ରାଜ୍ୟସଭା କାର୍ଯ୍ୟକାଳ ଆସନ୍ତା ୧୫ ତାରିଖରେ ଶେଷ ହେବାକୁ ଯାଉଛି। ତେଣୁ ଆଜି ରାଜ୍ୟ ସଭାରେ ଅବସରକାଳୀନ ଉଦବୋଧନ ଦେବା ସମୟରେ ସେ ଏହା କହିବା ସହିତ ପୂର୍ବ ଅନୁଭୂତି ବଖାଣି ଭାବୁକ ହୋଇପଡ଼ିଥିଲେ।

ଅବସରକାଳୀନ ଉଦବୋଧନ ସମୟରେ ଆଜାଦ ଏକ ଆତଙ୍କବାଦୀ ଆକ୍ରମଣ ଘଟଣାର ଉଲ୍ଲେଖ କରିଥିଲେ, ଯାହା ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବି ଭାବୁକ କରିଦେଇଥିଲା। ଆଜାଦ କହିଥିଲେ, ସେ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ହେବାର କିଛି ଦିନ ପରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଏବଂ କିଛି ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ସେଥିରେ ଗୁଜରାଟର ପର୍ଯ୍ୟଟକ ବି ଥିଲେ। ସେ ଯେତେବେଳେ ବିମାନବନ୍ଦରରେ ପହଞ୍ଚିଥିଲେ, ସେତେବେଳେ ପୀଡ଼ିତଙ୍କ ପରିବାରର ଛୋଟ ପିଲାମାନେ ତାଙ୍କୁ ଜାବୁଡ଼ି ଧରି କାନ୍ଦିବାକୁ ଲାଗିଥିଲେ। ​ସେ ଦୃଶ୍ୟ ତାଙ୍କୁ ବହୁ କଷ୍ଟ ଦେଇଥିଲା।

- Advertisement -

ସମ୍ବୋଧନରେ ଆଜାଦ କାଶ୍ମୀର ପଣ୍ଡିତମାନଙ୍କ କଥା ବି କହିଥିଲେ। ଆଜାଦ କହିଥିଲେ ଯେ, ସେ ଯେତେବେଳେ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ, ସେତେବେଳେ ତାଙ୍କୁ ସବୁଠୁ ଅଧିକ ମତ କାଶ୍ମୀର ପଣ୍ଡିତମାନଙ୍କଠାରୁ ମିଳିଥିଲା। ଏହି ଅବସରରେ ସେ କାଶ୍ମୀର ପଣ୍ଡିତମାନଙ୍କ ଉଜୁଡ଼ା ସଂସାରକୁ ସଜାଡ଼ିବା ଦିଗରେ ପ୍ରୟାସ କରିବା ଲାଗି ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀଙ୍କୁ ଅନୁରୋଧ କରି ଏକ ସାୟରୀ ଶୁଣାଇଥିଲେ।

ସେ ସବୁବେଳେ ଦେଶରୁ ଆତଙ୍କବାଦ ଓ ଆତଙ୍କବାଦୀ ଲୋପ ପାଇ ଯାଆନ୍ତୁ ବୋଲି ପ୍ରାର୍ଥନା କରିଥାନ୍ତି। ଯଦି ବିଶ୍ୱରେ କେଉଁ ମୁସଲମାନ ଗର୍ବ କରିଥାଆନ୍ତି, ତା’ ହେଲେ ସେମାନେ ହେଉଛନ୍ତି ଭାରତୀୟ ମୁସଲମାନ।

ସୂଚନାଯୋଗ୍ୟ, ଗୁଲାମ ନବୀ ଆଜାଦ ୮ ଜୁନ ୨୦୧୪ରେ ରାଜ୍ୟସଭାର ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୨୧ ଫେବୃୟାରୀ ୧୫ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ଆଜାଦଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେଇଥିଲେ। ଆଜାଦଙ୍କ ପ୍ରଶଂସା କରିବା ବେଳେ ପ୍ରଧାନମନ୍ତ୍ରୀ କାନ୍ଦି ପକାଇଥିଲେ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories