www.samajalive.in
Saturday, December 13, 2025
23.1 C
Bhubaneswar

ଆସନ୍ତାକାଲି ବିଶ୍ୱ ସ୍ଥାୟୀ ବିକାଶ ଶିଖର ସମ୍ମିଳନୀ ୨୦୨୧, ଉଦ୍‍ଘାଟନ କରିବେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସନ୍ଧ୍ୟାରେ ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ବିଶ୍ୱ ସ୍ଥାୟୀ ବିକାଶ ଶିଖର ସମ୍ମିଳନୀ ୨୦୨୧କୁ ଉଦ୍‍ଘାଟନ କରିବେ। ଏହି ସମ୍ମଳିନୀର ବିଷୟବସ୍ତୁ ରହିଛି, ଆମ ଭବିଷ୍ୟତର ପୁନଃନିର୍ଦ୍ଧାରଣ, ସମସ୍ତଙ୍କ ପାଇଁ ନିରାପଦ ଏବଂ ସୁରକ୍ଷିତ ପରିବେଶ। ଏଥିରେ ଗୁଆନା ଗଣରାଜ୍ୟର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ଇରାଫାନ ଅଲ୍ଲୀ, ପାପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍‍ସ ମାରାପେ, ମାଳଦ୍ୱୀପର ବାଚସ୍ପତି ମହମ୍ମଦ ନାସିଦ, ଜାତିସଂଘର ଡେପୁଟି ସେକ୍ରେଟାରୀ ଜେନେରାଲ ଅମିନା ଜେ ମହମ୍ମଦ ଏବଂ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଯୋଗଦେବେ।

ଆସନ୍ତାକାଲିରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ବହୁ ସଂଖ୍ୟାରେ ବିଭିନ୍ନ ଦେଶର ସରକାର, ଉଦ୍ୟୋଗପତି, ଶିକ୍ଷାବିତ୍‍, ଜଳବାୟୁ ବିଜ୍ଞାନୀ, ଯୁବକ ଓ ସମାଜସେବୀ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ଶକ୍ତି ଏବଂ ଶିଳ୍ପ ପରିବର୍ତ୍ତନ, ଉପଯୋଗୀକରଣ, ଜଳବାୟୁ ଅର୍ଥନୀତି, ବୃତ୍ତିଗତ ଅର୍ଥନୀତି ଏବଂ ବାୟୁ ପ୍ରଦୂଷଣ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories