www.samajalive.in
Wednesday, December 10, 2025
26.1 C
Bhubaneswar

ତତଲାଗଡରେ ଜଳଯୋଗାଣ ପାଇଁ ୩୫ କୋଟି ଟଙ୍କାର ଯୋଜନା

ଟିଟିଲାଗଡ଼ : ତତଲାଗଡ ଭାବେ ଅପବାଦ ମୁଣ୍ଡାଇଥିବା ଟିଟିଲାଗଡ ଅଞ୍ଚଳରେ ଏକଦା ପାନୀୟ ଜଳ ସଂକଟ ନେଇ ଟ୍ରେନ ଯୋଗେ ଜଳ ଯୋଗାଣ ଚର୍ଚ୍ଚାର ବିଷୟ ପାଲଟିଥିଲା। ପରେ ପ୍ରଥମ ଥର ପାଇଁ ତେଲ ନଦୀ ବାଞ୍ଜିପଦର ଘାଟରୁ ସହରକୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ୨୦ ବର୍ଷ ବିତିଯାଇଥିବା ବେଳେ ପ୍ରକଳ୍ପ ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଶୋଷ ମେଣ୍ଟାଇବାକୁ ବିଫଳ ହୋଇଥିବା ଅଭିଯୋଗ ହେଉଛି।

ଟିଟିଲାଗଡ ସହରର ବିଭିନ୍ନ ୱାର୍ଡକୁ ପ୍ରାୟ ୭ ଦିନରେ ଥରେ ଜଳଯୋଗାଣ ହୋଇଛି। ପୂର୍ବରୁ ସହରର ପ୍ରାୟ ୨୫୦୦ ଗୃହକୁ ଜଳ ସଂଯୋଗ ହୋଇଥିବା ବେଳେ ବସୁଧା ଯୋଜନାରେ ମାଗଣା ଜଳ ସଂଯୋଗ ସଂଖ୍ୟାରେ ବୃଦ୍ଧି ଘଟିଛି। ଅଦ୍ୟାବଧି ପ୍ରାୟ ୪୮ଶହ ଗୃହକୁ ଜଳ ସଂଯୋଗ ରହିଥିବା ବେଳେ ଆଉ ୨ ହଜାର ପରିବାର ଲାଇନରେ ରହିଛନ୍ତି। ସହରରେ ପାନୀୟ ଜଳ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ ଦାନା ବାନ୍ଧୁଛି। ପରିସ୍ଥିତି ଏଭଳି ହୋଇଛି ଯେ ବର୍ଷା, ଶୀତ ଋତୁରେ ମଧ୍ୟ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ହେଉଛି। ଏପରିପ୍ରେକ୍ଷୀରେ ବିଶେଷ କରି କିଛି ବଡବଡିଆ, ବ୍ୟବସାୟିକ ପ୍ରତିଷ୍ଠାନ ଏକାଧିକ ଜଳ ସଂଯୋଗ ନେଇ ପାଣି ମୋଟର ସହାୟତାରେ ଅଧିକ ଜଳ ଟାଣି ନେଉଥିବା ମଧ୍ୟ ଜଳସଂକଟର ପ୍ରମୁଖ କାରଣ ଅଭିଯୋଗ ହେଉଛି। ଏନେଇ ମନ୍ତ୍ରୀ ଟୁକୁନୀ ସାହୁଙ୍କ ପରାମର୍ଶରେ ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହରରେ ଆସନ୍ତା ପଚାଶ ବର୍ଷ ପାଇଁ ଜଳ ଯୋଗାଣ ସୁବ୍ୟବସ୍ଥିତ କରିବା ପାଇଁ ମାଷ୍ଟର ପ୍ଲାନ ତିଆରି ହୋଇଛି। ୩୫ କୋଟି ୩ ଲକ୍ଷ ଟଙ୍କାର ଏକ ଡିପିଆର୍ ପ୍ରସ୍ତୁତ ସହ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟ ତ୍ୱରାନ୍ୱିତ କରିଥିବା ଜଣାଯାଇଛି। ଅପରପକ୍ଷରେ ବାଞ୍ଜିପଦର ତେଲ ନଦୀରୁ ବିଶୋଧନ ପ୍ଲାଣ୍ଟ ଦେଇ ସହରକୁ ପ୍ରବେଶ କରିଥିବା ପାଣି ପାଇପରୁ ବାଟରେ ଦେସିଲ ଓ ବାନ୍ଧୁପଲା ଗ୍ରାମବାସୀ ୨୪ ଘଣ୍ଟିଆ ସଂଯୋଗ ପାଇଛନ୍ତି। ଫଳରେ ସହରରେ ପାନୀୟ ଜଳ ପରିମାଣ ହ୍ରାସ ପାଉଥିବା ଅଭିଯୋଗ ହୋଇ ଆସୁଛି। ଏହି ୨ଟି ଗ୍ରାମକୁ ଜଳ ଯୋଗାଣ ନେଇ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୧ କୋଟି ୩୭ ଲକ୍ଷ ଟଙ୍କାର ଏକ ନୂତନ ପ୍ରକଳ୍ପ ପାଇଁ ଅଲଗା ଏଷ୍ଟିମେଟ ପ୍ରସ୍ତୁତ ହୋଇଥିବା ସମ୍ପୃକ୍ତ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଶଶଧର ଜେନା ସୂଚନା ଦେଇଛନ୍ତି। ଏହି ଦୁଇ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଟିଟିଲାଗଡ ସହରକୁ ଜଳ ଯୋଗାଣ ଆଉ ନିଅଣ୍ଟିଆ ହେବ ନାହିଁ ବୋଲି ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟାନନ୍ଦ ଜଗତ କହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories