ପାଟଣା : ପାଟଣା-କେନ୍ଦେଇ ପଶି ରାସ୍ତାର ପୂଟୁଳିଆ ନିକଟରେ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ କାର ସହ ଡିଆନାଳି ଗ୍ରାମକୁ ଫେରୁଥିବା ଏକ ବାଇକ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ରେ ଥିବା ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇ ଯୁବକ ଡିଆନାଳି ଗ୍ରାମର ବାବୁଲା ମୁଣ୍ଡା(୨୫) ଓ ଶିବ ମୋଦି(୨୨) ବୋଲି ଜଣାପଡ଼ିଛି। ଏମାନେ କେନ୍ଦେ଼ଇପଶି ନିକଟରେ ଇଟା ତିଆରି କାମ ସାରି ବାଇକ ଯୋଗେ ଘରକୁ ଫେରୁଥିଲେ। ଦୁର୍ଘଟଣା ସ୍ଥଳରୁ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଛି। ଦୁର୍ଘଟଣାରେ ବାବୁଲା ମୁଣ୍ଡାଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଥିବା ବେଳେ ଶିବ ମୋଦି ଚେତା ଶୂନ୍ୟ ଅଛନ୍ତି।
Popular Categories



