www.samajalive.in
Thursday, December 11, 2025
14.1 C
Bhubaneswar

ସ୍ମାର୍ଟ ଜନପଥ : ପାଦେ ପାଦେ ବିପଦ

ଭୁବନେଶ୍ବର : ବାଣୀବିହାରରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ଜନପଥ ପ୍ରକଳ୍ପ କାର୍ଯ୍ୟ ଘୁଞ୍ଚି ଘଞ୍ଚି ଯାଉଛି। ପ୍ରକଳ୍ପର ଅବଧି ଏକାଧିକ ବାର ବୃଦ୍ଧି ହୋଇ ଥିବାବେଳେ ନିର୍ମାଣ କାମ ଏବେବି ମନ୍ଥର ଗତିରେ ଚାଲିଛି।
ଜନପଥର ଉଭୟ ପାର୍ଶ୍ବରୁ ଉଚ୍ଛେଦ କାର୍ଯ୍ୟ ପ୍ରାୟ ୯୦ ପ୍ରତିଶତ ସରିଥିବା‌େ‌ବଳେ ଡ୍ରେନ୍‌, ସ୍ବେରେଜ୍‌, ପାଇପ ବିଛା, ଆଲୋକୀକରଣ, ରାସ୍ତା କଡ଼େ କଡ଼େ ବସିବା ପାଇଁ ବ୍ୟବସ୍ଥା ସହିତ ପବ୍ଲିକ୍‌ ପ୍ଲାଜା ନିର୍ମାଣ ଚାଲିଛି। ଶିଶୁଭବନ ଛକରୁ ରାଜମହଲ ପର୍ଯ୍ୟନ୍ତ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଛକ, ଶ୍ରୀୟା, ରୁପାଲି ଏବଂ ବାଣୀବିହାର ଛକ ପର୍ଯ୍ୟନ୍ତ ରାସ୍ତା ମଝିରେ ଖୋଳାଯାଇ ପାଇପ୍‌ ବିଛା ହେଉଛି। ରାସ୍ତା ପାର୍ଶ୍ବ ସୌନ୍ଦର୍ଯ୍ୟକରଣ କେବେ ହେବ ତାହା ସ୍ପଷ୍ଟ ଜଣାପଡ଼ୁନାହିଁ। ୧୧ କି.ମିର ନନ୍‌ ମୋଟୋରାଇଜ୍‌ଡ ଟ୍ରାନ୍ସପୋର୍ଟ ଜୋନ୍‌ ଏବଂ ଉଭୟ ପାର୍ଶ୍ବରେ ସାଇକଲ ଟ୍ରାକ୍‌, ସ୍ମାର୍ଟ ଭେଣ୍ଡିଂ ଜୋନ୍‌, ରାସ୍ତା ପାର୍ଶ୍ବରେ ସର୍ବସାଧାରଣ ଜୋନ୍‌, ସେନ୍‌ସୋର୍‌ ବେସ୍‌ଡ ପାର୍କିଂ ଏବଂ ସର୍ଭେଲାନ୍ସ ବ୍ୟବସ୍ଥା ବାକି ଥିଲେ ବି କେବେ ଆରମ୍ଭ ହେବେ ସେ ନେଇ ସ୍ମାର୍ଟସିଟି ପକ୍ଷରୁ କୌଣସି ସ୍ପଷ୍ଟ ଉତ୍ତର ମିଳୁ ନାହିଁ। ଅଳ୍ପ କେତେକ ଶ୍ରମିକ ଏବଂ କିଛି ଯନ୍ତ୍ରପାତି ସାହାଯ୍ୟରେ ଧୀରେଧୀରେ ନିର୍ମାଣ କାର୍ଯ୍ୟ ଚାଲିଛି। ଭୁବନେଶ୍ବରର ଏଭଳି ଏକ ବୃହତ ପ୍ରକଳ୍ପ କାର୍ଯ୍ୟ ଆଶାନୁରୂପ ଆଗେଇ ପାରୁ ନ ଥିବା ବାସିନ୍ଦା ଅଭିଯୋଗ କରିଛନ୍ତି। ଦୀର୍ଘବର୍ଷ ହେଲା ଖୋଳାପୋତା କାମକୁ ନେଇ ସ୍ଥାନୀୟ ଦୋକାନୀ ଅତିଷ୍ଠ ହୋଇପଡ଼ିଥିବା କହିଛନ୍ତି।

ଏହି ପ୍ରକଳ୍ପର କାର୍ଯ୍ୟ ୨୦୧୭, ଏପ୍ରିଲ୍‌ରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଅବଧି ୨୦ ନଭେମ୍ବର , ୨୦୨୦ ରହିଥିଲା। ବର୍ତ୍ତମାନ ଏହାର ଅବଧି ମେ’, ୨୦୨୧କୁ ଧାର୍ଯ୍ୟ ହୋଇଛି। ଏହାରି ଭିତରେ ସରିବ ନା ନାହଁି ସେ ନେଇ ସନ୍ଦେହ ପ୍ରକାଶ ପାଇଛି। ରାସ୍ତା ସମ୍ପ୍ରସାରଣ ପରେ ପିଚୁ ପଡ଼ିବା କାର୍ଯ୍ୟ ୪/୫ଦିନ ଭିତରେ ହୋଇଯିବ। ବାକି କାର୍ଯ୍ୟ ପାଇଁ କୌଣସି ସମସ୍ୟା ହେବନି। ଅବଧି ଭିତରେ ପ୍ରକଳ୍ପ କାର୍ଯ୍ୟ ସରିବ ବୋଲି ସ୍ମାର୍ଟସିଟି ମହାପ୍ରବନ୍ଧକ(ଯାନ୍ତ୍ରିକ ବିଭାଗ) ଅଶ୍ବିନୀ ବିଶ୍ବାଳ କହିଛନ୍ତି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories