www.samajalive.in
Monday, December 8, 2025
13.1 C
Bhubaneswar

୪ କୁଖ୍ୟାତ ଅପରାଧୀ ଗିରଫ : ମାରଣାସ୍ତ୍ର ଜବତ

ଚନ୍ଦ୍ରଶେଖରପୁର : ସ୍ପେଶାଲ ସ୍କ୍ୱାଡ୍‌ ଏବଂ ଚନ୍ଦ୍ରଶେଖରପୁର ପୁଲିସ ମିଳିତ ଭାବେ ଶନିବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୪ଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ମାରଣାସ୍ତ୍ର ଜବତ କରିଛି। ଏମାନେ ଡକାୟତି ଓ ଲୁଟ୍‌ପାଟ୍‌ ପାଇଁ ଯୋଜନା କରୁଥିଲେ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲା ତିଗିରିଆ ଥାନା ନୂଆପାଟଣା ଗ୍ରାମର ବିଶ୍ୱନାଥ ବାରିକ, ଅରବାଜ ଖାନ୍‍, ଲିପୁନ ସେଠୀ ଓ ନୀଳାଦ୍ରିବିହାର ପଣ୍ଡାପାର୍କ(କ) ବସ୍ତିର ମଙ୍ଗୁ ବେହେରା। ସେମାନଙ୍କଠାରୁ ପୁଲିସ େଗାଟିଏ ଲୁହାରଡ୍‌, ୨ ପ୍ୟାକେଟ୍‌ ଲଙ୍କାଗୁଣ୍ଡ,ଗୋଟିଏ ଭୁଜାଲି, ଦୁଇଟି ମୋବାଇଲ ଫୋନ୍‌, େଗାଟିଏ ବନ୍ଧୁକ, ବାଇକ୍‍, ପର୍ସ, ଅାଧାର କାର୍ଡ, ୩ଟି ସୁନାଚେନ୍‌, ଦୁଇଟି ସୁନା କାନଫୁଲ ଜବତ କରିଛି। ପୁଲିସ ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତମାନେ ନୂଆପଲ୍ଲୀ, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ଇନ୍‍ଫୋସିଟି ଥାନା ସମେତ ଏକାଧିକ ଥାନା ଅଞ୍ଚଳରୁ ଲୁଟ୍‌ପାଟ୍‌ କରିଛନ୍ତି। ଏମାନେ ପ୍ରଥମେ ବିଭିନ୍ନ ଅଞ୍ଚଳର ଗଳିକନ୍ଦି ବୁଲି ନକ୍ସା ପ୍ରସ୍ତୁତ କରି ଲୋକଙ୍କ ଗତିବିଧି ଅନୁଧ୍ୟାନ କରିଥାନ୍ତି। ଏକୁଟିଆ ମହିଳାଙ୍କୁ ଟାର୍ଗେଟ୍‌ କରିଥାନ୍ତି।
ପରେ ସେହି ଅଞ୍ଚଳରୁ ଚୋରି ଓ ଲୁଟ୍‌ପାଟ୍‌ କରିଥାନ୍ତି। ବିଶେଷକରି ଭୋର୍‌ ସମୟରେ ଲୁଟ୍‌ପାଟ୍‌, ଛିନ୍‌ତାଇ କରୁଥିବା ବେଳେ ରାତିରେ ଅତର୍କିତ ଆକ୍ରମଣ କରି ଚୋରି, ଡକାୟତି କରିଥାନ୍ତି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories