www.samajalive.in
Sunday, December 7, 2025
18.1 C
Bhubaneswar

ସପ୍ତାହରେ ୪ଦିନ କାମ, ବାକି ଦିନ ଆରାମ

ଏଇ କିଛିଦିନ ତଳେ ହିଁ ନ୍ୟୁଜିଲାଣ୍ଡର ଏକ କମ୍ପାନୀ ନିଜ କର୍ମଚାରୀଙ୍କ ନିମନ୍ତେ ସପ୍ତାହରେ ୫ଦିନ କାମ ପରିବର୍ତ୍ତ ୪ଦିନ କାମ ଘୋଷଣା କରିଛି। ‘ପରପେଚୁଆଲ ଗାର୍ଜିୟାନ୍’ ନାମକ ଏଇ କମ୍ପାନୀର ମୁଖ୍ୟଙ୍କ କହିବାନୁସାରେ ଏକବିଂଶ ଶତାବ୍ଦୀରେ ପରିବର୍ତ୍ତିତ ପରିସ୍ଥିତି ଅନୁସାରେ କାମ କରିବାର ଶୈଳୀ ମଧ୍ୟ ପରିବର୍ତ୍ତନ ହେବା ନିତାନ୍ତ ଜରୁରୀ। ପୂରା ବିଶ୍ବସ୍ତରରେ ବର୍ତ୍ତମାନ କର୍ମଜୀବୀ ଲୋକେ କାମ କରିକରି ଏକରକମ ଅଣନିଃଶ୍ବାସୀ ହୋଇଗଲେଣି। ଚୀନ୍, ଜାପାନରେ କର୍ମଚାରୀଙ୍କ ଛୁଟି କାଟ ହେଉଛି। ଅନ୍ୟ ପାଖେ ସେଇ ଦୌଡ଼ରେ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ସାମିଲ ହୋଇଛି। ଭାରତର ସ୍ଥିତି ମଧ୍ୟ ସେଭଳି ଭଲ ନୁହେଁ। ମିଣ୍ଟେଲ ନାମକ କମ୍ପାନୀର ସର୍ବେକ୍ଷଣ ଅନୁସାରେ ୧୮ ରୁ ୬୪ ବର୍ଷ ବୟସ୍କ ଲୋକ କାମର ଚାପରେ ଥକିଗଲେଣି। କାମର ଚାପ ବଢ଼ିବା କାରଣରୁ ଲୋକେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ଆକ୍ରାନ୍ତ ହେଉଛନ୍ତି। ୨ ବର୍ଷ ତଳର ଘଟଣା। ଦିଲ୍ଲୀର ଏକ ନାମୀ କମ୍ପାନୀର ସଂଖ୍ୟାଧିକ କର୍ମଚାରୀ ଭିଡାମିନ୍ ଡି’ ଅଭାବ ରୋଗରେ ଆକ୍ରାନ୍ତ ହେଲେ। କମ୍ପାନୀର ୭୭ଜଣ ଲୋକ ଏହି ଅଭାବଜନିତ ରୋଗର ଶିକାର ହେବା ପରେ ବିଶେଷଜ୍ଞଙ୍କୁ ଏହାର କାରଣ ବୁଝିବା ନିମନ୍ତେ କୁହାଗଲା। ସକାଳ ୯ଟାରୁ ରାତି ୭ଟା -୮ଟା ପର୍ଯ୍ୟନ୍ତ କର୍ମଚାରୀ ଶୀତତାପ ନିୟନ୍ତ୍ରିତ କକ୍ଷରେ କାମ କରୁଥିଲେ। ସାମାନ୍ୟ ସୂର୍ଯ୍ୟକିରଣ ମଧ୍ୟ ସେମାନଙ୍କ ଶରୀରକୁ ସ୍ପର୍ଶ କରୁନଥିଲା। ଏହି କାରଣରୁ ଆରମ୍ଭ ହେଲା ଭିଟାମିନ୍ ଡି’ର ଅଭାବ। ପରେ କର୍ମଚାରୀଙ୍କୁ ସିଫ୍ଟ ଅନୁସାରେ କାମ କରିବାକୁ ପ୍ରସ୍ତାବ ଦିଆଗଲା। ସର୍ବେକ୍ଷଣ ଅନୁସାରେ ହଂକଂ ପରେ ଭାରତ ହେଉଛି ଦ୍ବିତୀୟ ରାଷ୍ଟ୍ର, ଯେଉଁଠାରେ କର୍ମଚାରୀମାନେ ସବୁଠୁ ଅଧିକ ସମୟ କାମ କରୁଛନ୍ତି। ଭାରତରେ ଯୁବପିଢ଼ି ସାପ୍ତାହିକ ୫୨ ଘଣ୍ଟା ପରିଶ୍ରମ କରୁଥିବାର ଜଣାପଡ଼ିଛି। ଆମେରିକୀୟ ବିଶେଷଜ୍ଞଙ୍କ ମତରେ ଭାରତୀୟ ମହିଳାଙ୍କ ନିକଟରେ ନିହାତି ଭାବେ ଏକ ଚମତ୍କାରୀ ଶକ୍ତି ଅଛି। ଏହା ବଂଶାନୁକ୍ରମିକ ନିଶ୍ଚିତ। କାରଣ ୫୭%ରୁ ଅଧିକ ଭାରତୀୟ ଯୁବତୀ ଓ ମହିଳା କାର୍ଯ୍ୟାଳୟରୁ କାମ ସାରି ଫେରିବା ପରେ ମଧ୍ୟ ଘରର ଦାୟିତ୍ବ ତୁଲାଇଥାନ୍ତି। ପରୀକ୍ଷାରୁ ଜଣାପଡ଼ିଛି ଯେ କାର୍ଯ୍ୟାଳୟରେ ୬-୭ ଘଣ୍ଟା କାମର ଚାପରେ ଘରେ ରୋଷେଇ ବାସ ହେଉ କିମ୍ବା ଅନ୍ୟାନ୍ୟ କାମ କରିବା ଏତେଟା ସହଜ ନୁହେଁ। ଶରୀର ସମ୍ପୂର୍ଣ୍ଣ ଭାବେ ଥକିଯିବା ସହ ଶକ୍ତିହୀନ ହୋଇଯାଏ। ଏହା ବାଦ୍ ଭାରତୀୟ କର୍ମଜୀବୀ ମହିଳା ନିଜ ଦାୟିତ୍ବ ତୁଲାଇଥାନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories