www.samajalive.in
Monday, December 15, 2025
14.1 C
Bhubaneswar

ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷରେ ଭାରତ ‘ଏ’ର ଇନିଂସ ବିଜୟ

ବାଙ୍ଗାଲୋର : ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷରେ ଇନିଂସ ବିଜୟ ହାସଲ କରିଛି ଘରୋଇ ଭାରତ ‘ଏ’। ମଙ୍ଗଳବାର ସମାପ୍ତ ହୋଇଥିବା ଏହି ୪ ଦିନିଆ ମ୍ୟାଚ୍‍ରେ ଦକ୍ଷିଣ ଆଫ୍ରିକା ‘ଏ’କୁ ଇନିଂସ ଓ ୩୦ ରନ୍‍ରେ ଭାରତ ‘ଏ’ ପରାସ୍ତ କରିଛି। ପ୍ରଥମ ଇନିଂସରେ ୩୩୮ ରନ୍‍ ପଛରେ ରହିଥିବା ଦକ୍ଷିଣ ଆଫ୍ରିକା ‘ଏ’ ମଙ୍ଗଳବାର ଶେଷଦିନିରେ ୨ୟ ଇନିଂସରେ ୩୦୮ ରନ୍‍କରି ଅଲ୍‍ଆଉଟ ହୋଇ ଏହି ପରାଜୟ ଭୋଗିଛି। ଏହି ବିଜୟ ଫଳରେ ଭାରତ ‘ଏ’ ୨ୟ ମ୍ୟାଚ୍‍ର ଟେଷ୍ଟ ସିରିଜ୍‍ରେ ଅପରାଜେୟ ୧-୦ରେ ଆଗୁଆ ହୋଇପାରିଛି। ୧୦ରୁ ଏଠାରେ ଉଭୟ ଦଳଙ୍କ ମଧ୍ୟରେ ୨ୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‍ ଖେଳାଯିବ।
ଦକ୍ଷିଣ ଆଫ୍ରିକା ‘ଏ’ର ପ୍ରଥମ ଇନିଂସ ସ୍କୋର୍‍ ୨୪୬ ରନ୍‍ ଜବାବରେ ଭାରତ ‘ଏ’ ୮ ୱିକେଟରେ ୫୮୪ ରନ୍‍କରି ପ୍ରଥମ ଇନିଂସ ଘୋଷଣା କରିଥିଲା। ୩୩୮ ରନ୍‍ ପଛରେ ରହିଥିବା ସୋମବାର ୩ୟ ଦିନ ଶେଷରେ ଦକ୍ଷିଣ ଆଫ୍ରିକା ‘ଏ’ ୨ୟ ଇନିଂସରେ ୯୯ ରନ୍‍କରି ୪ଟି ୱିକେଟ ହରାଇଥିଲା। ଅନ୍ତିମଦିନରେ ଏହା ଆଉ ୨୦୯ ରନ୍‍ ଯୋଗକରି ଶେଷ ୬ଟି ୱିକେଟ ହରାଇଥିଲା। ଜୁବେର ହାମ୍‍ଜା ୧୧ଟି ଚୌକା ସହ ୬୩ ରନ୍‍କରି ଆଉଟ ହୋଇଥିଲେ। ଏସ୍‍. ମୁଥୁସ୍ୱାମୀ ୪୧ ରନ୍‍ କରିଥିଲେ। ୧୨୧ ରନ୍‍ରେ ଦକ୍ଷିଣ ଆଫ୍ରିକା ‘ଏ’ ୫ଟି ୱିକେଟ ହରାଇବା ପରେ ୬ଷ୍ଠ ୱିକେଟ ପାଇଁ ୧୧୯ ରନ୍‍ ଯୋଗ କରିଥିଲା। ପ୍ରଥମ ଇନିଂସରେ ୯୪ ରନ୍‍ କରିଥିବା ଦକ୍ଷିଣ ଆଫ୍ରିକା ‘ଏ’ର ରୁଡି ସେକେଣ୍ଡ ପୁଣି ଏକ ଲଢ଼ୁଆ ଇନିଂସ ଖେଳି ୨ୟ ଇନିଂସରେ ଆଉ ୯୪ ରନ୍‍ କରିଥିଲେ। ସନ୍‍ ଭନ୍‍ ବର୍ଗ ୬ଟି ଚୌକା ସହ ୫୦ ରନ୍‍ କରିଥିଲେ। ଦୁହେଁ ଆଉଟ ହେବା ସହ ଦକ୍ଷିଣ ଆଫ୍ରିକା ‘ଏ’ ଛତ୍ରଭଙ୍ଗ ଦେଇଥିଲା। ୬୮ ରନ୍‍ରେ ଦକ୍ଷିଣ ଆଫ୍ରିକା ‘ଏ’ ଶେଷ ୫ଟି ୱିକେଟ ହରାଇ ଅଲ୍‍ଆଉଟ ହୋଇ ଯାଇଥିଲା। କ୍ରମାଗତ ୨ୟ ଇନିଂସରେ ଭାରତ ‘ଏ’ର ଫାଷ୍ଟବୋଲର ମହମ୍ମଦ ସିରାଜ୍‍ ୫ଟି ୱିକେଟ ନେଇଥିଲେ। ରଜନୀଶ ଗୁରବାଣୀ ୨ଟି ୱିକେଟ ପାଇଥିଲେ। ଦକ୍ଷିଣ ଆଫ୍ରିକା ‘ଏ’ ଦଳରେ ଏକାଧିକ ଆନ୍ତର୍ଜାତିକ ଖେଳାଳି ଥିବାରୁ ଭାରତ ‘ଏ’ର ଏହି ଇନିଂସ ବିଜୟ ବେଶ୍‍ ଗୁରୁତ୍ୱପୂର୍ଣ୍ଣ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories