www.samajalive.in
Sunday, December 14, 2025
19.1 C
Bhubaneswar

ଅବିକଳ ମୁହୂର୍ତ୍ତକୁ ଅନାହତ ରଖିବାର ମାଧ୍ୟମ ଫଟୋଗ୍ରାଫି

କଟକ : ଚିତ୍ରକରର ତୂଳୀ ସଦୃଶ ଫଟୋଗ୍ରାଫରଙ୍କ କ୍ୟାମେରା। ସାମ୍ବାଦିକଙ୍କ ଲେଖନୀ ମୁନଠାରୁ ଶକ୍ତିଶାଳୀ ଫଟୋ ସାମ୍ବାଦିକଙ୍କ କ୍ୟାମେରା ଲେନ୍‌ସ। ଅବିକଳ ମୁହୂର୍ତ୍ତକୁ ଅନାହତ ରଖିବାର ମାଧ୍ୟମ ହେଉଛି ଫଟୋଗ୍ରାଫି ବୋଲି ‘ସମାଜ’ର ମୁଦ୍ରାକର ତଥା ପ୍ରକାଶକ ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ ମତବ୍ୟକ୍ତ କରିଛନ୍ତି।
ଶ୍ରୀରାମଚନ୍ଦ୍ର ଭବନଠାରେ ସୋମବାର ସନ୍ଧ୍ୟାରେ ଆୟୋଜିତ ଫଟୋ ସାମ୍ବାଦିକ ହୃଦୟନାଥ ଦାସଙ୍କ ଆତ୍ମଜୀବନୀ ‘ଉଠାପକା ଜୀବନ’ ପୁସ୍ତକ ଉନ୍ମୋଚନ ଉତ୍ସବକୁ ମୁଖ୍ୟ ଅତିଥି ରୂପେ ପ୍ରକାଶକ ଶ୍ରୀ ରଥ ଉଦଘାଟନ କରିଥିଲେ। ଆତ୍ମ ଜୀବନୀ ଲେଖିବା କଷ୍ଟକର। ଆତ୍ମବିଶ୍ୱାସ ନ ଥିଲେ ଆତ୍ମଜୀବନୀ ଲେଖିହେବ ନାହିଁ। ପ୍ରଥମଥର ପାଇଁ ଓଡ଼ିଆ ସାହିତ୍ୟରେ ଫଟୋ ସାମ୍ବାଦିକ ହୃଦୟନାଥଙ୍କ ଏହି ଆତ୍ମଜୀବନୀ ପୁସ୍ତକ ଏକ ଅମୂଲ୍ୟ ସମ୍ପଦ ହୋଇରହିବ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ବିଜୟାନନ୍ଦ ସିଂହ ସମଗ୍ର ବିଶ୍ୱରେ ଆତ୍ମଜୀବନୀ ପୁସ୍ତକ ସବୁଠାରୁ ଆକର୍ଷଣୀୟ। ଏଥିରେ ସମୟର ଇତିହାସ, ବ୍ୟକ୍ତିଗତ ଉପଲବ୍ଧି ରହିଥାଏ ବୋଲି ସେ କହିଥିଲେ। ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପୁସ୍ତକକୁ ସମୀକ୍ଷା କରି ଲେଖକଙ୍କ ସମଗ୍ର ଜୀବନର ଘଟଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ଲେଖକ ଶ୍ରୀ ଦାସ ଆତ୍ମଚରିତ ରଚନା କରିବାର ସମୟ ଓ ବିଭିନ୍ନ ଘଟଣାର ସୂଚନା ଦେବା ସହ ବସନ୍ତ ଦାସ, ମହେଶ୍ୱର ମହାନ୍ତି, ପ୍ରଭାତ ନନ୍ଦ, ପ୍ରସନ୍ନ ନନ୍ଦ ପ୍ରମୁଖ ତାଙ୍କୁ ଏଥିପାଇଁ ଉତ୍ସାହିତ କରିଥିବା ପ୍ରକାଶ କରିଥିଲେ। ମିଡିଆ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ଏକାଡେମୀର ସଭାପତି ବସନ୍ତ ଦାସ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଲେଖକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଜୀବନାନନ୍ଦ ଅଧିକାରୀ ସୂଚନା, ଡକ୍ଟର ବୀଣାପାଣି ସିଂହ ସ୍ୱାଗତ ଭାଷଣ ଓ ପୁସ୍ତକର ପ୍ରକାଶକ ତଥା ବିଜୟିନୀ ପବ୍ଲିକେଶସନସ୍‌ର ସତ୍ତ୍ୱାଧିକାରୀ ଦିଲ୍ଲୀପ କୁମାର ବେଉରା ଧନ୍ୟବାଦ ଅର୍ପଣ କରିଥିଲେ। ନବକଳିକାର ଶିଳ୍ପୀମାନେ ଗୁରୁ ନୃସିଂହ ଚରଣ ସାହୁଙ୍କ ନିର୍ଦେଶନାରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଜିଲା ଫଟୋଗ୍ରାଫର ଆସୋସିଏସନ ପକ୍ଷରୁ ଏକ ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଫଟୋ ପ୍ରଦର୍ଶନୀର ପିପୁଲ ମହାନ୍ତି ପ୍ରଥମ, କମଳାକାନ୍ତ ବାରିକ ୨ୟ ଓ ସଚ୍ଚିଦାନନ୍ଦ ବେହେରା ୩ୟ ସ୍ଥାନ ଅଧିକାର କରି ସମ୍ବର୍ଦ୍ଧିତ ହୋଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories